ETV Bharat / crime

କୁଖ୍ୟାତ ବନ୍ଧୁକ ବେପାରୀ ଲୋକେନ୍ ଗିରଫ

author img

By

Published : May 20, 2022, 8:41 AM IST

Updated : May 20, 2022, 8:56 AM IST

ଗିରଫ ହେଲା ହାର୍ଡକୋର ଅପରାଧି ଲୋକେନ୍ ଗୁରୁ । ଲୋକେନ୍ ନାଁରେ କଟକର ବିଭିନ୍ନ ଥାନାରେ ମାମଲା ରହିଥିବା ବେଳେ ବନ୍ଧୁକ ବ୍ୟବସାୟକୁ ପେଶାରେ ପରିଣତ କରିଥିଲା ଅପରାଧି ଜଣଙ୍କ । ଅଧିକ ପଢନ୍ତୁ

କୁଖ୍ୟାତ ବନ୍ଧୁକ ବେପାରୀ ଲୋକେନ୍ ଗିରଫ
କୁଖ୍ୟାତ ବନ୍ଧୁକ ବେପାରୀ ଲୋକେନ୍ ଗିରଫ

କଟକ: ପୋଲିସ ପଞ୍ଝାରେ ହାର୍ଡକୋର ଅପରାଧି । ଗିରଫ ହେଲା ହାର୍ଡକୋର ଅପରାଧି ଲୋକେନ୍ ଗୁରୁ । ଚୌଦ୍ୱାର ବିରୂପା ପୋଲ ନିକଟରେ ଅପରାଧ କରିବା ପାଇଁ ଯୋଜନା କରିବା ବେଳେ ହ୍ୟାଣ୍ଡକପ ପକାଇଲା ଚୌଦ୍ୱାର ଥାନା ପୋଲିସ । ଗିରଫ ସମୟରେ ଏକ ବିଦେଶୀ ବନ୍ଧୁକ ଓ ଦୁଇଟି 9 ଏମଏମ ଅଫୁଟା ଗୁଳି ଜବତ କରିଛି ପୋଲିସ ।

କୁଖ୍ୟାତ ବନ୍ଧୁକ ବେପାରୀ ଲୋକେନ୍ ଗିରଫ

ତେବେ ପୂର୍ବରୁ କଟକରେ ବନ୍ଧୁକ ବ୍ୟବସାୟ କରି ନିଜର ଅପରାଧିକ ସାମ୍ରାଜ୍ୟ ବୃଦ୍ଧି କରୁଥିଲା ଲୋକେନ୍ । ଦୀର୍ଘ ଦିନ ଧରି ପୋଲିସ ସହ ଲୁଚକାଳୀ ଖେଳିବା ପରେ ଗତକାଲି ଲୋକେନକୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ । ତେବେ ଲୋକେନ୍ ନାଁରେ କଟକର ବିଭିନ୍ନ ଥାନାରେ ମାମଲା ରହିଛି । ବନ୍ଧୁକ ବ୍ୟବସାୟକୁ ପେଶାରେ ପରିଣତ କରିଥିଲା ଏହି ଅପରାଧି ଜଣଙ୍କ । ତେବେ ଲୋକେନ୍ ବିକ୍ରି କରୁଥିବା ବନ୍ଧୁକ କେଉଁଠିକି ଯାଉଥିଲା ଓ ଆଉ କେଉଁ ମାନେ ଏଥିରେ ସାମିଲ ଅଛନ୍ତି ତାହାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : May 20, 2022, 8:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.