ETV Bharat / crime

ଆଦିବାସୀଙ୍କୁ ଢାଲ କରି ପୁରା ଦେଶରେ ଠକେଇ, ରାଜସ୍ଥାନୀ ଠକଙ୍କୁ ବାନ୍ଧିଲା EOW

ଆଦିବାସୀଙ୍କୁ ଢାଲ କରି ପୁରା ଦେଶରେ ସାଇବର ଠକାମିର ଜାଲ ବିଛାଇଥିଲେ ଠକ । ଦୁଇ ରାଜସ୍ଥାନୀ ସାଇବର ଠକଙ୍କୁ ଗିରଫ କଲା ଅର୍ଥନୈତିକ ଅପରାଧା ଶାଖା । ଅଧିକ ପଢନ୍ତୁ

author img

By

Published : Nov 15, 2022, 9:52 PM IST

Updated : Nov 16, 2022, 9:45 PM IST

ଆଦିବାସୀଙ୍କୁ ଢାଲ କରି ପୁରା ଦେଶରେ ଠକେଇ
ଆଦିବାସୀଙ୍କୁ ଢାଲ କରି ପୁରା ଦେଶରେ ଠକେଇ

ଭୁବନେଶ୍ବର: ଓଡିଶା କ୍ରାଇମବ୍ରାଞ୍ଚ ଜାଲରେ ରାଜସ୍ଥାନ ସାଇବର ଠକ । ଆଦିବାସୀଙ୍କୁ ଢାଲ କରି ବିଛାଇଥିଲେ ସାଇବର ଠକାମିର ଜାଲ । ଆଦିବାସୀଙ୍କ ଆକାଉଣ୍ଟ ଓ ସିମକାର୍ଡ ବ୍ୟବହାର କରି ପୁରା ଦେଶରେ ଚଳାଇଥିଲେ ଠକାମି । ଟ୍ରାକ କରି ଏହି ସାଇବର ଠକଙ୍କୁ ଧରିଲା ଅର୍ଥନୈତିକ ଅପରାଧା ଶାଖା । ରାଜସ୍ଥାନରୁ ୨ଜଣ ଠକଙ୍କୁ ଗିରଫ କରିବା ପରେ ମିଳିଛି ଓଡିଶା ସୁରାକ । ଏହାପରେ ଓଡିଶାର ମୟୂରଭଞ୍ଜର ଜଣେ ଠକକୁ ଗିରଫ କରାଯାଇଛି ।

ଆଦିବାସୀଙ୍କୁ ଢାଲ କରି ପୁରା ଦେଶରେ ଠକେଇ, ରାଜସ୍ଥାନୀ ଠକଙ୍କୁ ବାନ୍ଧିଲା EOW

ନବରଙ୍ଗପୁରର ଏକ ବ୍ଲକର ଦୁଇ ତିନୋଟି ଗାଁର ଲୋକଙ୍କ ନାଁରେ ଆକାଉଣ୍ଟ ଓ ସିମକାର୍ଡ ଜରିଆରେ ଠକାମି କରୁଥିଲେ ଏହି ସାଇବର ଠକ । ଚାକିରୀ ଦେବା, ଦେହଜୀବୀର ଲାଳସା, ଓଏଲଏକ୍ସ ଓ ଅନଲାଇନରେ ନ୍ୟୁଡ଼ କଲ୍‌ ମାଧ୍ୟମରେ ପୁରା ଦେଶରେ ଠକାମି କରି ଠକାମି ଟଙ୍କାକୁ ଏହି ସବୁ ଆଦିବାସୀଙ୍କ ନାଁରେ ଖୋଲାଯାଇଥିବା ଆକାଉଣ୍ଟ ବ୍ୟବହାର କରି ଟ୍ରାଞ୍ଜାକ୍ସନ କରାଯାଉଥିଲା । ପରେ ସେହି ଟଙ୍କାକୁ ରାଜସ୍ଥାନାର କଲଓ୍ବାର ଅଞ୍ଚଳରୁ ଇ ମିତ୍ର କେନ୍ଦ୍ରରୁ ଉଠାଯାଉଥିଲା । ଏହା ଜଣାପଡିବା ପରେ ଠକ ରାକେଟକୁ ଗିରଫ କରିଛି ଓଡିଶା କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ।

ରାଜସ୍ଥାନର ୨ଜଣ ଠକଙ୍କ ସହ ଓଡ଼ିଶା ମୟୂରଭଞ୍ଜର ଜଣେ ଠକକୁ ଗିରଫ କରିଛି ଇଓଡବ୍ଲୁ ଟିମ୍ । ତେବେ କ୍ରାଇମବ୍ରାଞ୍ଚ ଇଓଡବ୍ଲୁର ଡିଆଇଜି ଜୟନାରାୟଣ ପଙ୍କଜଙ୍କ ସୂଚନା ଅନୁଯାୟୀ, ଓଡିଶାରୁ ଧରା ହୋଇଥିବା ଏହି ଠକ ଜରିଆରେ ରାଜସ୍ଥାନାର ଦୁଇ ଠକ ଯୋଗାଯୋଗ କରିଥିଲେ‌ । ପରେ ଓଡ଼ିଆ ଆଦିବାସୀଙ୍କ ନାଁରେ ଇଣ୍ଡିଆନ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (IPPB) ର ଆକାଉଣ୍ଟ ଖୋଲି ମାସକୁ ୨ହଜାର ଟଙ୍କା ଦେବା ଆଳରେ ଆକାଉଣ୍ଟର ଅପରେସନ ପାଇଁ ରାଜସ୍ଥାନ ଠକଙ୍କୁ ୫ହଜାର ଟଙ୍କାରେ ବିକ୍ରି କରୁଥିଲେ ଓଡ଼ିଶା ଠକ ।

ପରେ ସେହି ଆକାଉଣ୍ଟ ଅନଲାଇନ ଟ୍ରାଞ୍ଜାକ୍ସନ ଜରିଆରେ ଟଙ୍କା ନେଣଦେଣ କରୁଥିଲେ ଠକ । କିନ୍ତୁ ଏହା ଜାଣିପାରୁନଥିଲେ ଆକାଉଣ୍ଟ ଧାରୀ । ଏହାପରେ ଆଦିବାସୀଙ୍କ ଡକ୍ୟୁମେଣ୍ଟ ଜରିଆରେ ସିମକାର୍ଡ ମଧ୍ୟ ଆକ୍ଟିଭ କରି ସେସବୁକୁ ସାଇବର ଫ୍ରଡ ପାଇଁ ବ୍ୟବହାର‌ କରୁଥିଲେ । ଏପରି ଢଙ୍ଗରେ ୩ହଜାର ଆକାଉଣ୍ଟ ସମେତ ୧୨ହଜାର ସିମକାର୍ଡ ଜରିଆରେ ଠକାମିର‌ ନେଟ ଓ୍ବାର୍କ ଚଳାଇଥିଲେ‌ । ଯାହାର ସୁରାକ ପାଇ ପୁର୍ବରୁ ୫ଜଣଙ୍କୁ ଗିରଫ କରାଯାଇଥିଲା । ଯେଉଁମାନେ କି ଓଡିଶାର ନବରଙ୍ଗପୁର ଅଞ୍ଚଳର କିଛି ଗ୍ରାମବାସୀ ଓ ମୁଖିଆ ଥିଲେ‌ ।

ପରେ ସେଠାରୁ ଜଣାପଡିଥିଲା କିପରି ସାଇବର ଠକ ମାନେ ଏହିପରି ନିରିହ ଆଦିବାସୀଙ୍କ ଢାଲ କରି ଏମାନଙ୍କ ନାଁରେ ଆକାଉଣ୍ଟ ଓ ସିମକାର୍ଡ ରେଜିଷ୍ଟ୍ରେସନ କରି ସେହି ସବୁ ଆକାଉଣ୍ଟରେ ଠକାମି ଟଙ୍କା ନେଣଦେଣ କରୁଛନ୍ତି । ଏଥିପାଇଁ ଆଦିବାସୀ ଆକାଉଣ୍ଟ ଧାରୀଙ୍କୁ ୨ରୁ ତିନି ହଜାର ଦେଇ ପ୍ରତି ଆକାଉଣ୍ଟ ପିଛା ୫ରୁ ୬ହଜାର ଓ ସିମକାର୍ଡ ପିଛା ୩୦୦ରୁ ୪୦୦ଟଙ୍କା ଇନକମ କରୁଥିଲେ ଓଡ଼ିଶାର କିଛି ଦଲାଲ ।

ଏହିପରି ଠକାମିର ନେଟୱର୍କ ଧରାପଡ଼ିଥିବା ବେଳେ ଏହି ନେଟ ୱର୍କ ପଛରେ କିଛି ସିମକାର୍ଡ ପ୍ରୋଭାଇଡର ଏଜେଣ୍ଟ ବା ବ୍ୟାଙ୍କ ଅଫିସର ମଧ୍ୟ ଥାଇପାରନ୍ତି ବୋଲି ସନ୍ଦେହ କରୁଛି ଇଓଡବ୍ଲୁ ଟିମ୍ । ଗିରଫ ତିନି ଅଭିଯୁକ୍ତ ରାଜସ୍ଥାନର ମାମୁଦ ଖାନ ଓ ମୁଫେଦ ଖାନ ସହ ଓଡ଼ିଶାର ଅନିଲ ଖିଲ । ଏହି ତିନି ଜଣଙ୍କୁ ସାଇବର ଫ୍ରଡ ଓ ସାଇବର ଠକେଇ ମାମଲାରେ କୋର୍ଟ ଚାଲାଣ କରାଯାଇଛି । ଏନେଇ ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ ଟିମ୍ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 16, 2022, 9:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.