ETV Bharat / crime

ଡାକବଙ୍ଗଳା ନିକଟରେ ଡେଡବଡି, ତଦନ୍ତ ଜାରି

ଧଉଳି ଥାନା ସରଦେଇପୁର ଡାକବଙ୍ଗଳା ନିକଟ ଦୟାନଦୀ ପଠାରେ ଅଜଣା ଯୁବକଙ୍କ ମୃତଦେହ ଠାବ । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ...

author img

By

Published : May 10, 2021, 9:35 AM IST

Updated : May 10, 2021, 9:44 AM IST

ଡାକବଙ୍ଗଳା ନିକଟରେ ଡେଡବଡି,  ପୋଲିସର ତଦନ୍ତ ଜାରି

ଭୁବନେଶ୍ବର: ଧଉଳି ଥାନା ସରଦେଇପୁର ଡାକବଙ୍ଗଳା ନିକଟ ଦୟାନଦୀ ପଠାରେ ଅଜଣା ଯୁବକଙ୍କ ମୃତଦେହ ଠାବ । ତେବେ ଯୁବକ ଜଣଙ୍କ ଜିନ୍ସ ପାଣ୍ଟ ଓ ଚେକ ସାର୍ଟ ପିନ୍ଧିଥିବା ବେଳେ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଯୁବକ ଜଣଙ୍କ ପରିଚୟ ମିଳିନଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏକ ସାଇଣ୍ଟିଫିକ ଟିମକୁ ଡକାଇଛି ।

ତେବେ ଯୁବକ ଜଣଙ୍କୁ ଯଦି ହତ୍ୟା କରାଯାଇଛି ତେବେ କିଏ କରିଛି ଓ କାହିଁକି କରିଛି ? ଏପରି ନିଛାଟିଆ ସ୍ଥାନକୁ ଯୁବକ ଜଣଙ୍କ ନିଜେ ଯାଇଥଲେ ନା ତାଙ୍କୁ ଏଠାରେ କିଏ ହତ୍ୟା କରି ଫୋପାଡି ଦେଇଛି ଏଭଳି ଅନେକ ଦିଗକୁ ନେଇ ଧଉଳି ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : May 10, 2021, 9:44 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.