ETV Bharat / crime

ଜିନ୍ସ ପିନ୍ଧିବାକୁ ବାରଣ କରିବାରୁ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ

author img

By

Published : Jul 19, 2022, 1:35 PM IST

ଝାଡଖଣ୍ଡର ଜାମତରା ଜିଲ୍ଲାର ଜୋରଭିତା ଗାଁରେ ଅଭାବନୀୟ ଘଟଣା । ଜିନ୍ସି ପିନ୍ଧିବାକୁ ବାରଣ କରିବାରୁ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ । ଅଧିକ ପଢନ୍ତୁ

ଜିନ୍ସ ପିନ୍ଧିବାକୁ ବାରଣ କରିବାରୁ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ
ଜିନ୍ସ ପିନ୍ଧିବାକୁ ବାରଣ କରିବାରୁ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ

ରାଞ୍ଚି: ଜିନ୍ସି ପିନ୍ଧିବାକୁ ବାରଣ କରିବାରୁ ରାଗି ଗଲା ସ୍ତ୍ରୀ, ଶେଷରେ ଛୁରୀ ଭୁଶି ସ୍ବାମୀକୁ କଲା ହତ୍ୟା । ଅଭିଯୋଗ ପରେ ସ୍ବାମୀ ହତ୍ୟାକାରୀ ସ୍ତ୍ରୀକୁ ଗିରଫ କଲା ପୋଲିସ । ଏଭଳି ଅଭାବନୀୟ ଘଟଣା ଘଟିଛି ଝାଡଖଣ୍ଡର ଜାମତରା ଜିଲ୍ଲାର ଜୋରଭିତା ଗାଁରେ । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଆଣ୍ଡୋଲାନ ଟୁଡୁ ।

ଆଣ୍ଡୋଲାନ ଟୁଡୁ ଓ ପୁଷ୍ପା ଟୁଡୁଙ୍କ ଗତ ୩ ମାସ ତଳେ ବିବାହ ହୋଇଥିଲା । ବିବାହ ପରେ ପୁଷ୍ପା ଜିନ୍ସ ପିନ୍ଧି ସର୍ବସାଧାରଣ ସ୍ଥାନକୁ ଯିବାକୁ ଚାହୁଁଥିଲେ । ତେଣୁ ଏକ ମେଳାକୁ ସେ ଜିନ୍ସ ପିନ୍ଧି ଯାଇଥିଲେ, ସେଠାରୁ ଫେରିବା ପରେ ଏଭଳି ପୋଷାକୁ ନିବୃତ୍ତ ରିବାକୁ ଆଣ୍ଡୋଲାନ କହିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା ।

ଶେଷରେ ପୁଷ୍ପା ରାଗି ଯାଇ ଏକ ଛୁରୀରେ ଆଣ୍ଡୋଲାନଙ୍କୁ ବାରମ୍ବାର ଆକ୍ରମଣ କରିଥିଲେ । ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ, ଶନିବାର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଅର ଏପରି ମୃତ୍ୟୁକୁ ନେଇ ପରିବାର ଲୋକେ ଚକିତ ହୋଇଛନ୍ତି । ମୃତକଙ୍କ ପିତା କନେଶ୍ବରଙ୍କ ଅଭିଯୋଗ ପରେ ପୁଷ୍ପାଙ୍କୁ ଗିରଫ କରିଥିଲେ ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.