ସମ୍ବଲପୁର: ନିଜ 6 ବର୍ଷର ଝିଅକୁ ଧରି କୂଅକୁ ଡେଇଁ ଆତ୍ମହତ୍ୟା କଲା ମା। ଯାହା ଫଳରେ ଘଟଣାରେ ଉଭୟ ମାଆ ଓ ଝିଅର ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଜିଲ୍ଲାର କତରବଗା ଥାନା ଅନ୍ତର୍ଗତ କିଣାଲୋଇ ଗାଁରେ ।
ଆଜି ଅପରାହ୍ନ 2ଟା ସମୟରେ କିନାଲୋଇ ଗାଁର ଜୟରାମ ଭୋଇଙ୍କ ପତ୍ନୀ ଟିକେଶ୍ବରୀ ଭୋଇ ନିଜର 6 ବର୍ଷୀୟ ଝିଅ ଖୁସି ଭୋଇକୁ ଧରି ଗୋଟିଏ କୂଅକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତେବେ ଲଇଡା ଫାଣ୍ଡିରେ ହୋଇଥିବା ଅଭିଯୋଗ ଅନୁସାରେ ମହିଳା ଜଣକଙ୍କ ମାନସିକ ବିକୃତ ଥିବା ଜଣାପଡ଼ିଛି ।
ଲଇଡା ଫାଣ୍ଡି ଅଧିକାରୀ ରବି ନାରାୟଣ ପ୍ରଧାନଙ୍କ ଉପସ୍ଥିତିରେ କୁଚିଣ୍ଡା ଅଗ୍ନିଶମ ବିଭାଗର କର୍ମଚାରୀ ଉଭୟ ମାଆ ଓ ଝିଅର ମୃତଦେହକୁ ଉଦ୍ଧାର କରିଛନ୍ତି।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ