ସମ୍ବଲପୁର: ଶ୍ରମିକ ଠିକାଦାର ଲାଇସେନ୍ସ କରାଇ ଦେବାକୁ ୨୦ ହଜାର ଲାଞ୍ଚ ନେଉଥିଲେ ସମ୍ବଲପୁର ଉପ-ଶ୍ରମ ଆୟୁକ୍ତଙ୍କ ଅଫିସ୍ର କିରାଣୀ (vigilance arrested Sambalpur clerk) । ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଉପ-ଶ୍ରମ ଆୟୁକ୍ତଙ୍କ ଅଫିସ୍ର (Sambalpur deputy labour commission office )କିରାଣୀ । ଗିରଫ କିରାଣୀ ଭାଗୀରଥି ଖରସେଲ୍ ବୋଲି ଜଣା ପଡ଼ିଛି ।
ଗୁରୁବାର ଜଣେ ଶ୍ରମିକ ଠିକାଦାରଙ୍କ ମ୍ୟାନେଜରଙ୍କଠାରୁ ସେ ଲାଞ୍ଚ ନେଉଥିଲେ । ତେବେ ଏହି ସମୟରେ ତାଙ୍କୁ ଭିଜିଲାନ୍ସ ଅଧିକାରୀ ମାଡ଼ି ବସିଥିଲେ । ଗିରଫ ହେବା ପରେ ତାଙ୍କୁ ଭିଜିଲାନ୍ସ ଏସ୍ପି ଅଫିସ୍କୁ ନିଆଯାଇଛି ।
ସମ୍ବଲପୁରରେ ଦିନକୁ ଦିନ ଲାଞ୍ଚ କାରବାର ବୃଦ୍ଧି ପାଇବାରେ ଲାଗିଛି । ଗତ ଜୁନ୍ ମାସରେ ଖୋଦ ଜଣେ ଭିଜିଲାନ୍ସ ଅଧିକାରୀ ଲାଞ୍ଚ ନେଇ ଧରା ପଡ଼ିଥିଲେ । ଜଣେ ସରକାରୀ କର୍ମଚାରୀଙ୍କ ମାମଲା ରଫାଦଫା କରିବା ପାଇଁ ସେ ଲାଞ୍ଚ ନେଉଥିଲେ । ସେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଅନ୍ୟ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରା ପଡ଼ିଥିଲେ । ଏହାପରଠୁ ଲାଞ୍ଚ କାରବାର ଉପରେ କଡ଼ା ନଜର ରଖିଛ ସମ୍ବଲପୁର ଭିଜିଲାନ୍ସ ବିଭାଗ । ଯାହାଫଳରେ ଗୁରୁବାର ଉପ-ଶ୍ରମ ଆୟୁକ୍ତଙ୍କ ଅଫିସ୍ର କିରାଣୀ ଭିଜିାଲାନ୍ସ ଜାଲରେ ପଡ଼ିଛନ୍ତି ।