ETV Bharat / city

ଖୋଲିଲା ହୀରାକୁଦ ଡ୍ୟାମ୍‌ର ୧୦ ଗେଟ

author img

By

Published : Jul 21, 2022, 12:18 PM IST

Updated : Jul 21, 2022, 5:27 PM IST

ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ୍‌ । ଏହାସହ ବର୍ତ୍ତମାନ ମୋଟ ୫ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ଅଧିକ ପଢନ୍ତୁ

ଖୋଲିଲା ହୀରାକୁଦ ଡ୍ୟାମ୍‌ର ୧୦ ଗେଟ୍‌
ଖୋଲିଲା ହୀରାକୁଦ ଡ୍ୟାମ୍‌ର ୧୦ ଗେଟ୍‌

ସମ୍ବଲପୁର : ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ୍‌ । ଗତ ୧୮ତାରିଖରେ ପ୍ରଥମେ ବନ୍ୟାଜଳ ନିଷ୍କାସନ ପାଇଁ ମୋଟ୍ ୫ଟି ଗେଟ୍‌ ଖୋଲାଯାଇଥିଲା । ଆଜି ସକାଳେ ୩ଟି ଗେଟ୍ ଖୋଲାଯାଇଥିଲା । ହେଲେ ପୁନଃ ଅପରାହ୍ନରେ ବନ୍ୟାଜଳର ପ୍ରବେଶ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଆଉ ୨ଟି ଗେଟ୍ ବନ୍ୟାଜଳ ନିଷ୍କାସନ ପାଇଁ ଖୋଲାଯାଇଛି ।

ଖୋଲିଲା ହୀରାକୁଦ ଡ୍ୟାମ୍‌ର ୧୦ ଗେଟ୍‌

ସମୁଦାୟ ୧୦ଟି ଗେଟ୍ ଯୋଗେ ହେଉଛି ଜଳ ନିଷ୍କାସନ । ଏହି ସମୟ ମଧ୍ୟରେ ଉପର ମୁଣ୍ଡରୁ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୧ଲକ୍ଷ ୨୪ହଜାର ୭୩୪ କ୍ୟୁସେକ ଜଳ ପ୍ରବେଶ କରୁଛି । ବର୍ତ୍ତମାନ ହୀରାକୁଦ ଡ୍ୟାମରୁ ମୋଟ ୧୦ଟି ଗେଟ ଜରିଆରେ ମହାନଦୀକୁ ସେକେଣ୍ଡ ପ୍ରତି ୧ ଲକ୍ଷ ୬୨ ହଜାର ୮୨୧ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ବାମପଟର ୬ଟି ଓ ଡାହାଣ ପଟର ୪ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ଆଗକୁ ପରିସ୍ଥିତିକୁ ଦେଖି ଗେଟ୍‌ ପରିଚାଳନା କରାଯିବ ବୋଲି ସୂଚନା ଦେଇଛନ୍ତି ଜଳ ଭଣ୍ଡାର କର୍ତ୍ତୃପକ୍ଷ ।

ଇଟିଭି ଭାରତ, ସମ୍ବଲପୁର

Last Updated : Jul 21, 2022, 5:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.