ETV Bharat / city

ସନ୍ଦେହଜନକ ଅବସ୍ଥାରେ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଯୁବକଙ୍କ ମୃତଦେହ ଉଦ୍ଧାର । ନଦୀରୁ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ବୁର୍ଲା ପୋଲିସ । ଅଧିକ ପଢନ୍ତୁ...

author img

By

Published : Aug 4, 2021, 6:44 PM IST

ସନ୍ଦେହ ଜନକ ଅବସ୍ଥାରେ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ସମ୍ବଲପୁର: ସନ୍ଦେହଜନକ ଅବସ୍ଥାରେ ନଦୀ ଭିତରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ସମ୍ବଲପୁର କଚେରୀ ଛକ ନିକଟରେ ଅବସ୍ଥିତ ମହାନଦୀ ସେତୁ ନିକଟ ମହାନଦୀ ଗର୍ଭରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ ହରେକୃଷ୍ଣ ନାଏକ। ସେ ସମ୍ବଲପୁର GED ବିଭାଗରେ ହେଡ କ୍ଳର୍କ ଭାବେ କାର୍ଯ୍ୟ କରୁଥିବା ନେଇ ସୂଚନା ମିଳିଛି ।

ଏନେଇ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ତେବେ ହରେକୃଷ୍ଣଙ୍କ ମୃତଦେହକୁ ଉଦ୍ଧାର କରି ବୁର୍ଲା ପୋଲିସକୁ ହସ୍ତାନ୍ତର କରିଛି ଅଗ୍ନିଶମ ବିଭାଗ ।

ତେବେ ଏହା ଆତ୍ମହତ୍ୟା ନା ଦୁର୍ଘଟଣା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି । ତେବେ ବ୍ୟବଛେଦ ରିପୋର୍ଟ ଆସିବା ପରେ ସଠିକ ସୂଚନା ମିଳି ପାରିବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଲିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.