ETV Bharat / city

ସମଲେଶ୍ୱରୀ ମନ୍ଦିର ପୂଜକଙ୍କ ଦାବି, ସ୍ଥାନାନ୍ତର ପୂର୍ବରୁ କରାଯାଉ ଥଇଥାନ

ସମଲେଶ୍ୱରୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ହେଉଥିବା ସମଲେଇ ଯୋଜନାର ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ଏନେଇ ସମଲେଶ୍ୱରୀ ମନ୍ଦିରର ପୂଜକମାନେ ନିଜର କେତେକ ସମସ୍ୟା ନେଇ ଆଜି ସ୍ୱର ଉତ୍ତୋଳନ କରିଛନ୍ତି । ଅଧିକ ପଢ଼ନ୍ତୁ

author img

By

Published : May 4, 2022, 8:13 PM IST

ସମଲେଶ୍ୱରୀ ମନ୍ଦିର ପୂଜକଙ୍କ ଦାବି,  ସ୍ଥାନାନ୍ତର ପୂର୍ବରୁ କରାଯାଉ ଥଇଥାନ
ସମଲେଶ୍ୱରୀ ମନ୍ଦିର ପୂଜକଙ୍କ ଦାବି, ସ୍ଥାନାନ୍ତର ପୂର୍ବରୁ କରାଯାଉ ଥଇଥାନ

ସମ୍ବଲପୁର : ସମଲେଇ ଯୋଜନା ନେଇ ପୂଜକଙ୍କ ଅସନ୍ତୋଷ । ଯୋଜନା ଆରମ୍ଭ ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିର ନିକଟରେ ଥିବା ପୂଜକଙ୍କ ଘର ସବୁ ଉଚ୍ଛେଦ କରାଯିବା ପୂର୍ବରୁ ଅନ୍ୟତ୍ର ଘରଡିହ ପଟ୍ଟା ଦେବାସହ ନୂତନ ଘର ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ତେବେ ବର୍ତ୍ତମାନ ପ୍ରତିଶ୍ରୁତି ମୁତାବକ କାମ ହେଉନଥିବା ପୂଜକମାନେ ଅଭିଯୋଗ କରିଛନ୍ତି ।

ନୂତନ ଘର ଠାରେ ଥଇଥାନ ନକରି ତାଙ୍କ ଘର ଭାଙ୍ଗି ଦେବାକୁ ପ୍ରଶାସନ ଉଦ୍ୟମ କରୁଥିବା ପୂଜକ ଅଭିଯୋଗ କରିଛନ୍ତି । ଏହାସହ ପୂଜକଙ୍କୁ ଅନ୍ୟତ୍ର ଭଡାରେ ରହିବାକୁ କୁହାଯାଉଥିବା ପୂଜକ ଅଭିଯୋଗ କରିଛନ୍ତି । ତେବେ ପୂଜକମାନେ ଅନ୍ୟତ୍ର ଭଡାରେ ରହିଲେ ମନ୍ଦିର ପୂଜା ଓ ରୀତିନୀତିରେ ବିଳମ୍ବ ହେବ ବୋଲି ପୂଜକ ଅଭିଯୋଗ କରିଛନ୍ତି । ଏହାସହ ପୂର୍ବରୁ ମିଳିଥିବା ପ୍ରତିଶ୍ରୁତି ମୁତାବକ ଯେତିକି ପରିମାଣର ଘରଡିହ ଜମି ଦେବାକୁ ଘୋଷଣା କରାଯାଇଥିଲା ତାହାଠୁ କମ ଜମି ଦିଆଯାଉଥିବା ପୂଜକ ଅଭିଯୋଗ କରିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.