ETV Bharat / city

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗରେ ବ୍ଲକ ଘେରାଉ କଲା ବିଜେପି

ପିଏମ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ନେଇ ବିଜେପି ଅଭିଯୋଗ କରିଛି । ଏନେଇ ବିଡିଓଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ । ଅଧିକ ପଢନ୍ତୁ...

author img

By

Published : Jul 9, 2021, 9:16 PM IST

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗରେ ବ୍ଲକ ଘେରାଉ କଲା ବିଜେପି
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗରେ ବ୍ଲକ ଘେରାଉ କଲା ବିଜେପି

ସମ୍ବଲପୁର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗରେ ବିଜେପି ପକ୍ଷରୁ ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଜାରି ରହିଥିବାବେଳେ ଆଜି ସମ୍ବଲପୁର ଜିଲ୍ଲାର ଯୁଜୁମୁରା ବ୍ଲକରେ ଏହି ଆନ୍ଦୋଳନ ହୋଇଛି । ଗରିବ ଲୋକଙ୍କ ପାଇଁ ଛାତ ଘର ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରହିଥିବା ବେଳେ ବର୍ତ୍ତମାନ ହିତାଧିକାରୀ ଚୟନରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛି ବିଜେପି । ସମ୍ବଲପୁର, ବଲାଙ୍ଗୀର, ବରଗଡ଼, ବୌଦ୍ଧ ଓ ସୁନ୍ଦରଗଡ ଜିଲ୍ଲାରେ ଏହି ଯୋଜନାରେ ଜଣେ ବି ହେଲେ ହିତାଧିକାରୀ ଉପକୃତ ହୋଇନଥିବା ଜଣାପଡ଼ିଛି ବୋଲି ବିଜେପି ଅଭିଯୋଗ କରିଛି ।

ଏପରିକି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନରେ ରାଜ୍ୟ ସରକାରଙ୍କ କେତେକ ଅଧିକାରୀ ଓ କର୍ମଚାରୀ ବ୍ୟାପକ ଦୁର୍ନୀତି କରିଥିବା ଅଭିଯୋଗ କରିଛି ବିଜେପି । ଏହି ପ୍ରସଙ୍ଗ ନେଇ ଆଜି ଯୁଜୁମୁରା ବ୍ଲକ ସମ୍ମୁଖରେ ସମ୍ବଲପୁର ବିଜେପି ପକ୍ଷରୁ ଧାରଣା ଦିଆଯିବା ସହ ବ୍ଲକ ଘେରାଉ କରାଯାଇଛି । ଏହି ପ୍ରସଙ୍ଗ ନେଇ ବିଡିଓଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି ।

ଆଜିର ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲା ବିଜେପି ସଭାପତି ଗିରିଷ ପଟେଲ, ବିଜେପି ନେତା ଦେବେନ୍ଦ୍ର ମହାପାତ୍ର, ଜିଲ୍ଲା ବିଜେପି ଯୁବମୋର୍ଚା ସଭାପତି ଅଶ୍ୱିନୀ ମାଝୀଙ୍କ ସହ ବହୁ ବିଜେପିର କାର୍ଯ୍ୟକର୍ତା ସାମିଲ ହୋଇଥିଲେ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.