ETV Bharat / city

ରେଙ୍ଗାଲି ଅଞ୍ଚଳରେ ହସ୍ପିଟାଲ ନିର୍ମାଣ ଦାବି, ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲା ସୁରେନ୍ଦ୍ର ସେନା

author img

By

Published : Apr 27, 2022, 10:28 PM IST

ଆରପିଡିଏସି ବୈଠକରେ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମ୍ବଲପୁର ରେଙ୍ଗାଲି ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠାନ ଗୁଡିକ ଦ୍ବାରା ପିପିପି ମୋଡରେ ହେବାକୁ ଥିବା ହସ୍ପିଟାଲ ପ୍ରତିଷ୍ଠା ହୋଇନାହିଁ । ମୁଖ୍ୟତଃ ଏହି ପ୍ରସଙ୍ଗ ନେଇ ସମ୍ବଲପୁର ଖିଣ୍ଡାର ସୁରେନ୍ଦ୍ର ସାଏ ସେନା ସଙ୍ଗଠନ ଓ ସମ୍ବଲପୁର ଝାରସୁଗୁଡା ଆପ’ ପକ୍ଷରୁ ଏକ ପ୍ରତିନିଧି ଦଳ ସମ୍ବଲପୁର ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇ ଏହି ପ୍ରସଙ୍ଗ ସହ ଶିଳ୍ପ ପ୍ରତିଷ୍ଠାନ ସମ୍ପର୍କିତ ଅନ୍ୟାନ୍ୟ କେତେକ ସମସ୍ୟା ନେଇ ମଧ୍ୟ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ

ରେଙ୍ଗାଲି ଅଞ୍ଚଳରେ ହସ୍ପିଟାଲ ନିର୍ମାଣ ଦାବି ନେଇ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହେଲା ସୁରେନ୍ଦ୍ର ସେନା

ଭୁବନେଶ୍ବର: ଆରପିଡିଏସି ବୈଠକରେ ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସମ୍ବଲପୁର ରେଙ୍ଗାଲି ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠାନ ଗୁଡିକ ଦ୍ବାରା ପିପିପି ମୋଡରେ ହେବାକୁ ଥିବା ହସ୍ପିଟାଲ ପ୍ରତିଷ୍ଠା ହୋଇନାହିଁ। ମୁଖ୍ୟତଃ ଏହି ପ୍ରସଙ୍ଗ ନେଇ ସମ୍ବଲପୁର ଖିଣ୍ଡାର ସୁରେନ୍ଦ୍ର ସାଏ ସେନା ସଙ୍ଗଠନ ଓ ସମ୍ବଲପୁର ଝାରସୁଗୁଡା ଆପ’ ପକ୍ଷରୁ ଏକ ପ୍ରତିନିଧି ଦଳ ସମ୍ବଲପୁର ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇ ଏହି ପ୍ରସଙ୍ଗ ସହ ଶିଳ୍ପ ପ୍ରତିଷ୍ଠାନ ସମ୍ପର୍କିତ ଅନ୍ୟାନ୍ୟ କେତେକ ସମସ୍ୟା ନେଇ ମଧ୍ୟ ଆଲୋଚନା କରିଛନ୍ତି।

ସମ୍ବଲପୁର ରେଙ୍ଗାଲି ଅଞ୍ଚଳରେ ବହୁ ଗୁଡିଏ ଶିଳ୍ପ ଅନୁଷ୍ଠାନ ଗଢି ଉଠିଥିବା ବେଳେ ସମ୍ବଲପୁରରେ ଆରଡିସି ଙ୍କ ଅଧ୍ୟକ୍ଷତାରେ ହୋଇଥିବା RPDAC ବୈଠକରେ ରେଙ୍ଗାଲି ଅଞ୍ଚଳରେ ଶିଳ୍ପ ଅନୁଷ୍ଠାନ ଗୁଡିକ ସହାୟତା ରେ ପିପିପି ମୋଡରେ ଏକ ଅତ୍ୟାଧୁନିକ ହସ୍ପିଟାଲ ପ୍ରତିଷ୍ଠା କରାଯିବାକୁ ନିଷ୍ପତି ହୋଇଥିଲା। ତେବେ ଆଜି ପର୍ଯ୍ୟନ୍ତ ତାହା ହୋଇପାରିନାହିଁ। ଅନ୍ୟପଟେ ରେଙ୍ଗାଲିର ଖିଣ୍ଡା ଅଞ୍ଚଳରେ ପାନୀୟ ଜଳଯୋଗାଣରେ ସମସ୍ୟା ଓ ସ୍ଥାନୀୟ ଯୁବକ ଯୁବତୀଙ୍କୁ ଏଠାରେ ଥୁବା ଶିଳ୍ପ ପ୍ରତିଷ୍ଠାନ ଗୁଡିକରେ ନିଯୁକ୍ତି ଆଦି ପ୍ରସଙ୍ଗ ନେଇ ସୁରେନ୍ଦ୍ର ସାଏ ସେନା ଓ ସମ୍ବଲପୁର ଝାରସୁଗୁଡା" ଆପ " ର ଏକ ପ୍ରତିନିଧି ଦଳ ସମ୍ବଲପୁର ଜିଲ୍ଲାପାଳ ଙ୍କ ସହ ଆଲୋଚନା କରିଛନ୍ତି।

ମୁଖ୍ୟତଃ ଶିଳ୍ପ ଅନୁଷ୍ଠାନ ଗୁଡିକ ପକ୍ଷରୁ ପାରିପାସ୍ବିକ ଉନ୍ନୟନ ପାଣ୍ଠିରୁ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ସ୍ଥିତି ଓ ଅଗ୍ରଗତି ନେଇ ଆଲୋଚନା ହୋଇଥିବା ସୁରେନ୍ଦ୍ର ସାଏ ସେନା ଓ "ଆପ" ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.