ସମ୍ବଲପୁର: ବଜ୍ରପାତ ହେଲା କାଳ । ଦେବଗଡ଼ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ଯୋଗୁଁ ଜଣେ ଶିଶୁର ମୃତ୍ୟୁ ହୋଇଛି । ଜିଲ୍ଲା ସଦର ଥାନା ଅନ୍ତର୍ଗତ କେନ୍ଦୁଛାପଲ ଗାଁର ବିଲକାନ୍ ମୁଣ୍ଡାଙ୍କ ପୁଅ ସୁଶୀଲ ମୁଣ୍ଡା(7ବର୍ଷ) ବଜ୍ରପାତର ଶୀକାର ହୋଇଛନ୍ତି । ସେ 2ୟ ଶ୍ରେଣୀର ଛାତ୍ର ଥିଲେ ।
ସୂଚନାଥାଉକି, ବିଲକାନ୍ ମୁଣ୍ଡାଙ୍କ ଘର ନିକଟରେ ସୁଶୀଲ ଓ ଅନ୍ୟ ତିନି ଜଣ ଶିଶୁ ଖେଳୁଥିଲେ । ଏହି ସମୟରେ ହଠାତ୍ କାଳବୈଶାଖୀ ଯୋଗୁଁ ଝଡତୋଫାନ ଆରମ୍ଭ ହୋଇ ଯାଇଥିଲା । ସେହି ସମୟରେ ବଜ୍ରପାତ ହେବାରୁ ସେ ଅଚେତ ହୋଇ ପଡିଥିଲେ । ତେବେ ତୁରନ୍ତ ଶିଶୁଟିକୁ ତିଲେଇବଣୀ ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା । ପରେ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସମ୍ବଲପୁରରୁ ବଦଶାହ ଜୁସମନ ରଣା, ଇଟିଭି ଭାରତ