ETV Bharat / city

ପଡିଲା ଦେବଦମ୍ପତିଙ୍କ ହାତଗଣ୍ଠି, ଆଜି ଯୁଗଳ ଦର୍ଶନ ଶୋଭାଯାତ୍ରା - ସମ୍ବଲପୁର ଖବର

ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ଗାଁଠୁ ସହର । ଦେବ ଦମ୍ପତିଙ୍କ ବିବାହ ପାଇଁ ସବୁଠି ଆନନ୍ଦ ଉଲ୍ଲାସ । ରବିବାର ସକାଳେ ଶେଷ ହୋଇଥିଲା ଦେବ ଦମ୍ପତିଙ୍କ ବିବାହ । ଅଧିକ ପଢନ୍ତୁ

ପଡିଲା ଦେବଦମ୍ପତିଙ୍କ ହାତଗଣ୍ଠି,ଆଜି ଯୁଗଳ ଦର୍ଶନ ଶୋଭଯାତ୍ରା

author img

By

Published : Jun 5, 2022, 4:56 PM IST

Updated : Jun 5, 2022, 6:25 PM IST

ସମ୍ବଲପୁର: ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା (Sital Sasthi Jatra) ପାଇଁ ଉତ୍ସବ ମୁଖର ପୁରା ପରିବେଶ । ବେଶ ଧୁମଧାମରେ ସମ୍ପନ୍ନ ହୋଇଛି ଦେବଦମ୍ପତିଙ୍କ ବିବାହ । ଶନିବାର ରାତ୍ରୀ ପ୍ରାୟ ୧୧.୦୦ଟା ସମୟରେ ସମ୍ବଲପୁରର ଝାଡୁଆପଡା, ନନ୍ଦପଡା, ମୁଦିପଡା, ବଡ଼ବଜାର ଓ ଠାକୁରପଡା ଶୀତଳଷଷ୍ଠୀ ଯାତ୍ରା କମିଟିର ମହାଆଳତୀ ପରେ ବାହାରିଥିଲା ବରଯାତ୍ରୀ ଶୋଭାଯାତ୍ରା । ମହା ଆଳତୀରେ ଯୋଗ ଦେଇଥିଲେ ନେତା, ଜନ ପ୍ରତିନିଧି ଓ ବିଶିଷ୍ଟ ବ୍ୟକ୍ତି । ଏହାପରେ ବରଯାତ୍ରୀ ଶୋଭାଯାତ୍ରା ସହର ପରିକ୍ରମା ପୂର୍ବକ କନ୍ୟା ପିତାମାତା ଘର ଆଡ଼କୁ ଅଗ୍ରସର ହୋଇଥିଲା ।

ପଡିଲା ଦେବଦମ୍ପତିଙ୍କ ହାତଗଣ୍ଠି,ଆଜି ଯୁଗଳ ଦର୍ଶନ ଶୋଭଯାତ୍ରା

ବରଯାତ୍ରୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ରାଜ୍ୟ ତଥା ରାଜ୍ୟ ବାହାରର ଶହଶହ ଲୋକନୃତ୍ୟ ଓ ବାଦ୍ୟ ଦଳ। ଘଣ୍ଟଘଣ୍ଟା ଓ ଶଙ୍ଖନାଦ ବାଦ୍ୟରେ ପ୍ରକମ୍ପିତ ହୋଇଥିଲା ପରିବେଶ । ଆଧୁନିକ ନାଚର ତାଳେ ତାଳେ ଝୁମିଥିଲେ ଯୁବପୀଢ଼ି । ସହର ପରିକ୍ରମା ପରେ ବରଯାତ୍ରୀ ଶୋଭାଯାତ୍ରା କନ୍ୟା ଘରକୁ ପହଞ୍ଚିଲା ପରେ କନ୍ୟାପକ୍ଷରୁ କନ୍ୟାପିତା ଓ ପରିବାର ଲୋକ ବରପକ୍ଷଙ୍କ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରି ଘରକୁ ପାଛୋଟି ନେଇଥିଲେ । ଏହାପରେ ବିବାହ ବେଦୀରେ ଭଗବାନ ଶିବ ଓ ମାତା ପାର୍ବତୀଙ୍କୁ ବିରାଜମାନ କରାଯାଇ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ସମ୍ପୂର୍ଣ୍ଣ ବୈଦିକ ରୀତିରେ ହୋଇଥିଲା ଦେବ ଦମ୍ପତିଙ୍କ ବାହାଘର। ଆଜି ଦିନ(ରବିବାର) ତମାମ ନବବିବହିତା ଦେବଦମ୍ପତି କନ୍ୟା ଘରେ ରହିବେ। ତେବେ ରାତିରେ ପୁଣି ଦେବ ଦମ୍ପତ୍ତି ଯୁଗଳ ଦର୍ଶନ ଶୋଭାଯାତ୍ରାରେ ବାହାରିବେ । ଏହି ଯୁଗଳ ଦର୍ଶନ ଶୋଭାଯାତ୍ରା ସୋମବାର ସକାଳ ପର୍ଯ୍ୟନ୍ତ ଜାରି ରହିବ । ଏହାପରେ ୩ ଘଣ୍ଟା ବିଶ୍ରାମ ପରେ ପୁଣି ଯୁଗଳ ଦର୍ଶନ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ସନ୍ଧ୍ଯାରେ ଦେବଦମ୍ପତିଙ୍କ ମନ୍ଦିର ପ୍ରବେଶ ହେବ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Jun 5, 2022, 6:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.