ETV Bharat / city

ହୀରାକୁଦ ଡ୍ୟାମ ଅତିରିକ୍ତ ସ୍ପିଲ ୱେ ବିସ୍ଥାପିତଙ୍କୁ ମିଳୁନି କ୍ଷତିପୂରଣ - displaced problem in sambalpur

ହୀରାକୁଦ ଡ୍ୟାମ ଅତିରିକ୍ତ ସ୍ପିଲ ୱେ ବିସ୍ଥାପିତଙ୍କୁ ମିଳୁନି କ୍ଷତିପୂରଣ । ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ । ଅଧିକ ପଢନ୍ତୁ

ହୀରାକୁଦ ଡ୍ୟାମ ଅତିରିକ୍ତ ସ୍ପିଲ ୱେ ବିସ୍ଥାପିତଙ୍କୁ ମିଳୁନି କ୍ଷତିପୂରଣ

author img

By

Published : Dec 4, 2021, 8:58 PM IST

ସମ୍ବଲପୁର: ହୀରାକୁଦ ଡ୍ୟାମରେ ବର୍ତ୍ତମାନ ପରିବର୍ତିତ ପରିସ୍ଥିତିରେ ପୁରୁଣା ଗାଇଡ଼ ଲାଇନ ଅନୁସାରେ ବନ୍ୟା ପରିଚାଳନାରେ କେତେଟା ସମସ୍ୟା ଦେଖିବାକୁ ମିଳୁଛି । ଏଭଳି ସ୍ଥିତିରେ କିଛି ବର୍ଷ ତଳେ ହୀରାକୁଦ ଡ୍ୟାମରେ ଏକ ଅତିରିକ୍ତ ସ୍ପିଲ ୱେ ତିଆରି କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଜନ ଶୁଣାଣି କରାଯାଇ ଏହି ପ୍ରକଳ୍ପରେ ବିସ୍ଥାପିତ ଲୋକଙ୍କୁ କ୍ଷତିପୂରଣ ଓ ଥଇଥାନର ପ୍ରତିଶ୍ରୁତି ଦିଆଯାଇ କାର୍ଯ୍ୟ ଆରମ୍ଭ ହେଲା ।

ହୀରାକୁଦ ଡ୍ୟାମ ଅତିରିକ୍ତ ସ୍ପିଲ ୱେ ବିସ୍ଥାପିତଙ୍କୁ ମିଳୁନି କ୍ଷତିପୂରଣ

ତେବେ କେତେକ ବିସ୍ଥାପିତ ପରିବାରକୁ ଆଜି ପର୍ଯ୍ୟନ୍ତ କ୍ଷତିପୂରଣ ମିଳିନଥିବା ଅଭିଯୋଗ ହୋଇଛି । ଅତିରିକ୍ତ ସ୍ପିଲ ୱେ ତିଆରି ପୂର୍ବରୁ ଯେଉଁ ଜନ ଶୁଣାଣି ହୋଇଥିଲା ସେଥିରେ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ପୂରଣ ହୋଇପାରିନି ବୋଲି କହିଛନ୍ତି ସ୍ଥାନୀୟ ବିସ୍ଥାପିତ ଦିଲୀପ କୁମାର ସିଂ । ସ୍ଥାନୀୟ ଅଞ୍ଚଳର 80ଟି ବିସ୍ଥାପିତ ପରିବାର କ୍ଷତିପୂରଣରୁ ବଞ୍ଚିତ ଥିବାର ଅଭିଯୋଗ ହୋଇଛି । ଏହାସହ ବିସ୍ଥାପିତଙ୍କୁ ଜମି ପଟ୍ଟା ପ୍ରଦାନ କରାଯିବାର ପ୍ରତିଶ୍ରୁତି ମଧ୍ୟ ପୂର୍ଣ୍ଣ ହୋଇନଥିବା କହିଛନ୍ତି ବିସ୍ଥାପିତ।

ଏହି ସମସ୍ୟା ନେଇ ହୀରକୁଦ ମୁଖ୍ୟ ଯନ୍ତ୍ରୀଙ୍କୁ ଏକ ଲିଖିତ ଦାବି ପ୍ରଦାନ କରାଯାଇଛି । ତେବେ 15 ଦିନ ଭିତରେ ଦାବି ପୂରଣ ନହେଲେ ଆଗକୁ ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି । ତେବେ କ୍ଷତିପୂରଣରୁ ବଞ୍ଚିତ ଥିବା ଲୋକଙ୍କୁ ଆଇନ ମୁତାବକ ଦ୍ଵିତୀୟ ପର୍ଯ୍ୟାୟରେ ସହାୟତା ପ୍ରଦାନ କରିବାକୁ ଚେଷ୍ଟା କରାଯିବା ବୋଲି ହୀରାକୁଦ ମୁଖ୍ୟମନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.