ETV Bharat / city

ଦିନକ ପରେ ସମ୍ବଲପୁରରେ ମତଦାନ, ପୋଲିସ ପ୍ରଶାସନର ବ୍ୟାପକ ପ୍ରସ୍ତୁତି

author img

By

Published : Feb 15, 2022, 11:56 AM IST

ଆସନ୍ତାକାଲି( ବୁଧବାର) ସମ୍ବଲପୁର ଜିଲ୍ଲାର 2 ଟି ବ୍ଲକରେ ଆରମ୍ଭ ହେବ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ 14 ପ୍ଲାଟୁନ ପୋଲିସ ନିୟୋଜିତ ହୋଇଛନ୍ତି । ଅଧିକ ପଢନ୍ତୁ

ଦିନକପରେ ସମ୍ବଲପୁରର ୨ଟି ବ୍ଲକରେ ମତଦାନ,   ପୋଲିସ ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ସମ୍ବଲପୁର: ଆସନ୍ତାକାଲି( ବୁଧବାର) ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ । ସମ୍ବଲପୁର ଜିଲ୍ଲାର 2 ଟି ବ୍ଲକରେ ଆରମ୍ଭ ହେବ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ । ଏନେଇ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ 14 ପ୍ଲାଟୁନ ପୋଲିସ ନିୟୋଜିତ କରାଯାଇଛି। ଏହି 2 ଟି ବ୍ଲକ ପାଇଁ 7 ଟି ମୋବାଇଲ ପାଟ୍ରୋଲିଂ, 16 ଟି ମୋଟର ସାଇକେଲ ପାଟ୍ରୋଲିଂର ବ୍ୟବସ୍ଥା ଥିବା ବେଳେ ଥାନା ଗାଡି ମଧ୍ୟ ପାଟ୍ରୋଲିଂ ଓ ବ୍ଳକିଂରେ ନିୟୋଜିତ ହୋଇଛନ୍ତି।

ଏହା ବ୍ୟତୀତ 8 ଜଣ ସେକ୍ଟର ଅଫିସର, ଜଣେ ଅତିରିକ୍ତ ଏସପି, ଜଣେ ଏସଡିପିଓ ଓ 3 ଜଣ ଡିଏସପି ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି। ସମଗ୍ର ଜିଲ୍ଲାରେ 100 ଟି ସେନସିଟିବ ବୁଥ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ହେଉଥିବା ପଞ୍ଚାୟତ ନିର୍ବାଚନର ବ୍ଲକରେ 20 ଟି ସେନସିଟିବ ବୁଥ ଥିବା ସମ୍ବଲପୁର ଏସପି ସୂଚନା ଦେଇଛନ୍ତି।

ପ୍ରଥମ ପର୍ଯ୍ୟାୟରେ ରେଢ଼ାଖୋଲ ବ୍ଲକ ଓ ଯୁଜୁମୁରା ବ୍ଳକରେ ନିର୍ବାଚନ ହେଉଥିବା ବେଳେ ରେଢ଼ାଖୋଲ ରେ 14 ଟି ଗ୍ରାମପଞ୍ଚାୟତ ଏବଂ 43,699 ଭୋଟର ରହିଛନ୍ତି। ଏଥିପାଇଁ 177 ଟି ପୋଲିଙ୍ଗ ଷ୍ଟେସନ ରହିଛି। ଅନ୍ୟ ପଟେ ଯୁଜୁମୁରା ପୋଲିଙ୍ଗ ଷ୍ଟେସନ ରହିଛି। ସମ୍ବଲପୁର ଜିଲ୍ଲାର ମୋଟ 9 ଟି ବ୍ଲକ ରେ 138 ଟି ଗ୍ରାମପଞ୍ଚାୟତ ଥିବା ବେଳେ ଏଠାରେ 1743 ଟି ପୋଲିଙ୍ଗ ଷ୍ଟେସନ ରହିଛି।ଏହା ସହ ମୋଟ ଭୋଟର ସଂଖ୍ୟା ରହିଛନ୍ତି 5,29,512। ଜିଲ୍ଲା ର 9 ଟି ବ୍ଲକ ରେ ଚଳିତ ବର୍ଷ 18 ଟି ପିଙ୍କ ବୁଥ ର ବ୍ୟବସ୍ଥା ହୋଇଛି। ପ୍ରତ୍ୟେକ ବ୍ଲକ ରେ 2 ଟି ଲେଖାଏଁ ପିଙ୍କ ବୁଥ ର ବ୍ୟବସ୍ଥା ରହିଛି ଯେଉଁଠି କେବଳ ମହିଳା ନିୟୋଜିତ ହେବେ।

ସମ୍ବଲପୁରରୁ ବାଦସାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.