ETV Bharat / city

ସମ୍ବଲପୁରରେ ବିଜେଡିର ମିଶ୍ରଣ ପର୍ବ

author img

By

Published : Dec 23, 2021, 11:03 PM IST

ପଞ୍ଚାୟତ ନିର୍ବାଚନ ବିଗୁଲ ବାଜିବାକୁ ଆଉ କିଛି ଦିନ ବାକି ଥିବାବେଳେ ସମ୍ବଲପୁର ଜିଲ୍ଲାରେ ରାଜନୈତିକ ହଟଚମଟ ଆରମ୍ଭ ହୋଇ ଯାଇଛି। ଜିଲ୍ଲା କଂଗ୍ରେସର ପୂର୍ବତନ ଯୁବ ସଭାପତି ବରୁଣ ଦେହୁରୀ ନିଜର 5 ହଜାର ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି । ମନ୍ତ୍ରୀ ସୁଶାନ୍ତ ସିଂ ଓ ରେଢାଖୋଲ ବିଧାୟକଙ୍କ ଉପସ୍ଥିତିରେ ବିଜେଡିରେ ମିଶିଛନ୍ତି । ଅଧିକ ପଢନ୍ତୁ

ବିଜେଡିର ମିଶ୍ରଣ ପର୍ବ
ବିଜେଡିର ମିଶ୍ରଣ ପର୍ବ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ବିଗୁଲ ବାଜିବାକୁ ଆଉ କିଛି ଦିନ ବାକି ଥିବାବେଳେ ସମ୍ବଲପୁର ଜିଲ୍ଲାରେ ରାଜନୈତିକ ହଟଚମଟ ଆରମ୍ଭ ହୋଇ ଯାଇଛି। ଜିଲ୍ଲା କଂଗ୍ରେସର ପୂର୍ବତନ ଯୁବ ସଭାପତି ବରୁଣ ଦେହୁରୀ ନିଜର 5 ହଜାର ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି । ମନ୍ତ୍ରୀ ସୁଶାନ୍ତ ସିଂ ଓ ରେଢାଖୋଲ ବିଧାୟକଙ୍କ ଉପସ୍ଥିତିରେ ବିଜେଡିରେ ମିଶିଛନ୍ତି ।

ରେଢାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀର ଯୁଜୁମୁରା ବ୍ଲକ ଅଞ୍ଚଳର ଟାଣୁଆ ଯୁବ କଂଗ୍ରେସ ନେତା ହେଉଛନ୍ତି ବରୁଣ ଦେହୁରୀ । ବିଜେଡିରେ ସାମିଲ ହେବାପରେ କଂଗ୍ରେସ ଦଳର ନେତୃତ୍ବ ଠିକ ନଥିବା, ଗୋଷ୍ଠୀ କନ୍ଦଳ, ପୁରୁଣା କାର୍ଯ୍ୟକର୍ତାଙ୍କୁ ଦଳରେ ଅବାବେଳା ଯୋଗୁଁ ସେ କଂଗ୍ରେସ ଛାଡିଥିବା କହିଛନ୍ତି। ସମ୍ବଲପୁର ଜିଲ୍ଲା କଂଗ୍ରେସ ସଭାପତି ତଥା ଅନ୍ୟ କିଛି ବରିଷ୍ଠ ନେତାଙ୍କ ମାନମାନି ଚାଲିଥିବା କହିଛନ୍ତି ।

ଅନ୍ୟପଟେ ବରୁଣ ଦେହୁରୀ ବିଜେଡିରେ ସାମିଲ ହେବା ଦ୍ବାରା ରେଢାଖୋଲ ଅଞ୍ଚଳରେ ବିଜେଡି ଆହୁରି ସୁଦୃଢ ହେବ ଓ ବିଜେଡିର ବିଜୟର ଭୋଟର ଅନ୍ତର ବଢିବ ବୋଲି ମନ୍ତ୍ରୀ ସୁଶାନ୍ତ ସିଂ ଓ ରେଢାଖୋଲ ବିଧାୟକ ରୋହିତ ପୂଜାରୀ କହିଛନ୍ତି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.