ETV Bharat / city

ଶୈଳ ଚିତ୍ରର ସୁରକ୍ଷା ଓ ସଂରକ୍ଷଣ ନେଇ ଜାତୀୟ ସଂଗୋଷ୍ଠୀ

author img

By

Published : Oct 15, 2022, 11:52 AM IST

ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର ଇତିହାସ ବିଭାଗ ପକ୍ଷରୁ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି 25 ତମ ରକ ଆର୍ଟ ସୋସାଇଟି ଅଫ ଇଣ୍ଡିଆର ଜାତୀୟ ସ୍ତରୀୟ ସଂଗୋଷ୍ଠୀ । ଅଧିକ ପଢନ୍ତୁ

ଶୈଳ ଚିତ୍ରର ସୁରକ୍ଷା ଓ ସଂରକ୍ଷଣ ନେଇ ଜାତୀୟ ସଂଗୋଷ୍ଠୀ
ଶୈଳ ଚିତ୍ରର ସୁରକ୍ଷା ଓ ସଂରକ୍ଷଣ ନେଇ ଜାତୀୟ ସଂଗୋଷ୍ଠୀ

ସମ୍ବଲପୁର: ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରେ ଥିବା ବହୁ ପୁରାତନ ଶୈଳ ଚିତ୍ର ବା Rock Art ଗୁଡିକ ଉପରେ ଅନୁସନ୍ଧାନ ଓ ଗବେଷଣା କରାଯାଇଛି । ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର ଇତିହାସ ବିଭାଗ ପକ୍ଷରୁ ଏହି ଗବେଷଣା କରାଯାଉଥିବା ବେଳେ ଏହି ଶୈଳ ଚିତ୍ର ଗୁଡିକ 10 ରୁ 20 ହଜାର ବର୍ଷ ପୁରୁଣା ହୋଇଥିବା ଜଣାପଡିଛି । ତେଣୁ ପଶ୍ଚିମ ଓଡ଼ିଶାର କଳା ସଂସ୍କୃତି ତଥା ଚଳଣି ଉପରେ ଆଧାରିତ ଏହି ଶୈଳ ଚିତ୍ର ଗୁଡିକର ସୁରକ୍ଷା, ସମ୍ବର୍ଦ୍ଧନା ଓ ପରୀକ୍ଷଣ କରା ନଗଲେ ଏଗୁଡ଼ିକ ଲୋପ ପାଇଯିବ l

ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର ଇତିହାସ ବିଭାଗ ପକ୍ଷରୁ ଶୁକ୍ରବାରଠୁ ଆରମ୍ଭ ହୋଇଛି 25 ତମ ରକ ଆର୍ଟ ସୋସାଇଟି ଅଫ ଇଣ୍ଡିଆ (Rock Art Society Of India )ର ଜାତୀୟ ସ୍ତରୀୟ ସଂଗୋଷ୍ଠୀ । ସମ୍ବଲପୁରର ତପସ୍ୱିନୀ ପ୍ରେକ୍ଷାଳୟରେ ଗତକାଲି(ଶୁକ୍ରବାର) ଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା 3 ଦିନ ଧରି ଜାରି ରହିବ । ଏଥିରେ ଦେଶ ତଥା ଦେଶ ବାହାରର ବହୁ ଶୈଳ ଚିତ୍ର ଗବେଷକ ସାମିଲ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-କନ୍ଧମାଳରେ ପୁଣି ଲଜ୍ଜା, ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଏହା ମୁଖ୍ୟତଃ ପଶ୍ଚିମ ଓଡିଶାରେ ଥିବା ବିଭିନ୍ନ ଶୈଳଚିତ୍ର ଗୁଡିକର ସୁରକ୍ଷା, ଗବେଷଣା, ପ୍ରଚାର ଓ ପ୍ରସାର ହୋଇପାରିବ ସେ ଉଦ୍ଦେଶ୍ୟ ନେଇ ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର ଇତିହାସ ବିଭାଗ ପକ୍ଷରୁ ଆୟୋଜନ ହୋଇଛି । ଏହାକୁ କେନ୍ଦ୍ର ସରକାରଙ୍କ Indian Council of Historical Research ସହାୟତା କରୁଛି । ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ରାଜ୍ୟର ତଥା ବିଦେଶର ଶୈଳଚିତ୍ର ଗବେଷକ ଯୋଗ ଦେଇ ନିଜ ନିଜର ଗବେଷଣା ନେଇ ମତ ରଖିବେ ।

ମୁଖ୍ୟତଃ ଶୈଳ ଚିତ୍ର ଗୁଡିକ ଜଙ୍ଗଲ ଭିତରେ ରହୁଥିବାରୁ ଏହାର ସଂରକ୍ଷଣ ନେଇ ପ୍ରତ୍ନତତ୍ତ୍ୱ ବିଭାଗ ବିଶେଷ କରି କିଛି କରିପାରି ନଥାଏ l ତେଣୁ ଏଗୁଡିକର ସୁରକ୍ଷା ଜଙ୍ଗଲ ଭିତରେ ରହୁଥିବା ଆଦିବାସୀ ସମ୍ପ୍ରଦାୟକୁ ସାଥିରେ ନେଇ କିପରି ହୋଇପାରିବ ସେନେଇ ଉଦ୍ୟମ ହେବା ଉଚିତ ବୋଲି ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଇଂ ରୋହିତ ପୂଜାରୀ, ଭାରତ ସରକାରଙ୍କ ପୂର୍ବତନ ପ୍ରମୁଖ ସଚିବ ଡ଼ କଲ୍ୟାଣ କୁମାର ଚକ୍ରବର୍ତ୍ତୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ l

ସମ୍ବଲପୁର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.