ETV Bharat / city

ୟସ୍ ପ୍ରଭାବିତ ଅଞ୍ଚଳ ବୁଲିଲେ ରେଙ୍ଗାଲି ବିଧାୟକ

author img

By

Published : May 28, 2021, 9:56 PM IST

ବାତ୍ୟା ୟସ୍ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ରେଙ୍ଗାଲି ବିଧାୟକ ନାଉରି ନାଏକ । ବହୁ ପରିମାଣରେ ଧାନ ଚାଷ ନଷ୍ଟ ହୋଇଛି । ସମ୍ବଲପୁର ଜିଲ୍ଲା ମଧ୍ୟ ଏହା ଦ୍ବାରା ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ଅଧିକ ପଢନ୍ତୁ...

rengali mla nauri nayak
ୟାସ ପ୍ରଭାବରେ ଫସଲ କ୍ଷତି ହୋଇଥିବା ଅଞ୍ଚଳ ପରିଦର୍ଶନ କଲେ ରେଙ୍ଗାଲି ବିଧାୟକ

ସମ୍ବଲପୁର: ବାତ୍ୟା ୟସ୍ ଦ୍ବାରା ପ୍ରଭାବିତ ବର୍ଷାରେ ଫସଲ ନଷ୍ଟ ହୋଇଥିବା ଅଞ୍ଚଳ ପରିଦର୍ଶନ କଲେ ରେଙ୍ଗାଲି ବିଧାୟକ ନାଉରି ନାଏକ । ଗତ ଦୁଇ ଦିନ ତଳେ ହୋଇଥିବା ବାତ୍ୟା ୟସରେ ରାଜ୍ୟର ବହୁ ଅଞ୍ଚଳ ପ୍ରଭାବିତ ହୋଇଛି । ବାତ୍ୟା ୟସ୍ ସ୍ଥଳଭାଗ ଛୁଇଁଲା ପରେ ଓଡିଶାର ଯେଉଁ ଅଞ୍ଚଳ ଦେଇ ଗତି କରିଛି ସେହି ସବୁ ଅଞ୍ଚଳରେରେ କ୍ଷୟ କ୍ଷତି ହୋଇଛି । ସମ୍ବଲପୁର ଜିଲ୍ଲା ମଧ୍ୟ ଏହା ଦ୍ବାରା ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି ।

ଚଳିତ ରବି ଚାଷରେ ଠିକ ଧାନ ଅମଳ ପୂର୍ବରୁ ହୋଇଥିବା ୟସ ଜନିତ ଅଦିନିଆ ବର୍ଷା ବହୁ କ୍ଷତି ସାଧନ କରିଛି । ବର୍ତ୍ତମାନ ଧାନ ଅମଳ ସମୟରେ ବାତ୍ୟା ୟସ୍ ଚାଷୀ କୂଳକୁ ଅନେକ କ୍ଷତିରେ ପକେଇଛି । ଏଭଳି ସ୍ଥିତିରେ ରେ ଆଜି ସମ୍ବଲପୁର ରେଙ୍ଗାଲି ବିଧାୟକ ନାଉରୀ ନାଏକ ନିଜ ନିର୍ବାଚନ ମଣ୍ଡଳୀର ୟସ ଜନିତ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ଚାଷୀ ଙ୍କ ସହ ଆଲୋଚନା କରିଛନ୍ତି । ଯେଉଁ ଚାଷୀମାନେ ଧାନ ଅମଳ କରିଛନ୍ତି ଓ ବିକ୍ରି କରିନାହାନ୍ତି ତାଙ୍କର ଧାନ ଖଳା ରେ ଭିଜିଛି ଓ ଯେଉଁ ଚାଷୀ ଅମଳ କରି ପାରି ନାହାଁନ୍ତି କ୍ଷେତରେ ଧାନ ପାଣିରେ ବୁଡ଼ି ଯାଇଥିବା ବିଧାୟକ ନାଉରୀ ନାଏକ କହିଛନ୍ତି। ଏହା ଦ୍ବାରା ଧାନ ଗଜା ହୋଇ ଗଲାଣି ଓ ଚାଷୀ ନାହିଁ ନଥିବା କ୍ଷତି ସହିଲାଣି ବୋଲି ବିଧାୟକ କହିଛନ୍ତି । ଏଭଳି ସ୍ଥିତିରେ ସରକାରଙ୍କ 12 ଦିନିଆ ଅବଧି ବିଶିଷ୍ଟ ଟୋକନ ବ୍ୟବସ୍ଥା ଚାଷୀଙ୍କୁ ଅଡ଼ୁଆରେ ପକାଉଛି ବୋଲି ବିଧାୟକ କହିଛନ୍ତି ।

ବିଧାୟକ ନାଉରି ନାଏକ ନିଜର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳ ପରିଦର୍ଶନ ସମୟରେ ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ, ଧନକଉଡା ବ୍ଲକ କୃଷି ଅଧିକାରୀ ଉଦିତ କୁମାର ତ୍ରିପାଠୀ ଓ ଶାସନ ରାଜସ୍ୱ ନିରୀକ୍ଷକ ରଘୁନନ୍ଦନ ବଢ଼େଇ ମଧ୍ୟ ତାଙ୍କ ସହ ପରିଦର୍ଶନ କରିଥିଲେ । ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ଧନକଉଡା ବ୍ଲକ ର ଵିଶାଲଖିଣ୍ଡା ଓ କନଖିଣ୍ଡା ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କରି ଅଞ୍ଚଳର ଚାଷୀଙ୍କ ସହିତ ଏହି ସମସ୍ୟା ନେଇ ଆଲୋଚନା କରିଛନ୍ତି ବୋଲି ବିଧାୟକ ସୂଚନା ଦେଇଛନ୍ତି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇିଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.