ETV Bharat / city

ପରାଜୟ କାରଣ ଖୋଜୁଛନ୍ତି ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ

ନିର୍ବାଚନ ଫଳାଫଳ ଘୋଷଣା ପରେ ବିଜୟୀ ଦଳ ଉତ୍ସବ ମନାଉଥିବାବେଳେ ପରାଜିତ ଦଳ ପରାଜୟର କାରଣ ଖୋଜୁଛି । ସମ୍ବଲପୁରରେ ବିଜେଡି କଣ ପାଇଁ ଖରାପ ପ୍ରଦର୍ଶନ କଲା ତାହାର ଚାଲିଛି କାରଣ ଖୋଜା ।

author img

By

Published : May 31, 2019, 1:30 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ଶେଷ ହୋଇଛି ନିର୍ବାଚନ । ବିଜୟୀ ଦଳ ଉତ୍ସବ ମନାଉଥିବାବେଳେ ପରାଜିତ ଦଳ ପରାଜୟର କାରଣ ଖୋଜୁଛି । ପଶ୍ଚିମ ଓଡିଶାର ଅର୍ଥନୈତିକ ଓ ରାଜନୈତିକ କେନ୍ଦ୍ର କୁହାଯାଉଥିବା ସମ୍ବଲପୁରର ଗଡ ଏଥର ବାଜି ମାରିନେଇଛି ବିଜେପି । ଉଭୟ ଲୋକସଭା ସହ ସମ୍ବଲପୁର ବିଧାନସଭା ଆସନ ଦଖଲ କରିଛି ବିଜେପି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଗତ ପାଞ୍ଚବର୍ଷ ଧରି ଜଣାଶୁଣା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ ବିଧାୟିକା ଥିବାବେଳେ ପ୍ରାୟ ଦୁଇ ହଜାର କୋଟିଟଙ୍କାର ଉନ୍ନତି ମୂଳକ କାର୍ଯ୍ୟ କରିଥିଲେ । ଏହା ସତ୍ତ୍ବେ ନିର୍ବାଚନରେ ପରାଜିତ ହେବା ଦଳ ପାଇଁ ଓ ତାଙ୍କ ପାଇଁ ଶକ୍ତ ଧକ୍କା ହୋଇଛି । ଏବେ ପରାଜିତ ପ୍ରାର୍ଥୀ ରାସେଶ୍ବରୀ ପରାଜୟର କାରଣ ଖୋଜୁଛନ୍ତି ।

ସରିଯାଇଛି ନିର୍ବାଚନ । ଗଠନ ହୋଇ ସାରିଛି ସରକାର । ହେଲେ ଶେଷ ହୋଇନାହିଁ ସମ୍ବଲପୁରରେ ରାଜନୀତିର ଆଲୋଚନା ପର୍ଯ୍ୟାଲୋଚନା । ଚାଲିଛି ଏବେ କେଉଁଠି ରହିଲା ଭୁଲ କାରଣ ଖୋଜା, କାହିଁକି ନା ସମ୍ବଲପୁର ଗଡ ପୁଣିଥରେ ଜିତି ନେଇଛି ବିଜେପି । ପରାଜିତ ପ୍ରାର୍ଥୀ ଡାକ୍ତର ରାସେଶ୍ବରୀ ଏବେ ପରାଜୟର କାରଣ ଖୋଜୁଛନ୍ତି ।

ଅନ୍ୟପଟେ ରାଜନୀତିକ ବିଶେଷଜ୍ଞଙ୍କ କହିବା କଥା ହେଲା ଗତ ପାଞ୍ଚବର୍ଷ ମଧ୍ୟରେ ସମ୍ବଲପୁର ସହରରେ ଅନେକ ବିକାଶ ହୋଇଛି । ଦ୍ବିତୀୟ ପ୍ଲାନେଟୋରିୟମ, ସହର ମଧ୍ୟରେ ଫ୍ଲାଏ ଓଭର, ଦ୍ଵିତୀୟ ମହାନଦୀ ସେତୁ, ରିଂ ରୋଡ଼, ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ ସ୍ଥାପନ, ଆଲୋକୀକରଣ ଓ ସୌନ୍ଦର୍ଯ୍ୟକରଣ ଭଳି ବିକାଶ ହୋଇଛି । ତା ସତ୍ତ୍ବେ ବିଧାୟିକା ହାରିବା ଅର୍ଥ, ଦଳୀୟ କନ୍ଦଳ ଓ ନିର୍ବାଚନ ପରିଚାଳନାରେ ତ୍ରୁଟି ବୋଲି କହୁଛନ୍ତି ।

ତେବେ ସରିଯାଇଛି ଜନତାଙ୍କ ଦାୟିତ୍ବ, ଏବେ ନେତାଙ୍କ ପାଳି । ଜନତାଙ୍କୁ ଦେଇଥିବା ପ୍ରତିଶୃତି ପାଳନ କରିବାର । ଦେଖିବାର କଥା ନେତା କେତେ ରଖୁଛନ୍ତି ନିଜ ପ୍ରତିଶୃତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା , ଇଟିଭି ଭାରତ

Intro:Body:

prabir 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.