ETV Bharat / city

ସମ୍ବଲପୁର ରେଢାଖୋଲରେ ବାହାରି ନେତାଙ୍କ ଦବଦବା

ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏକ ଭିନ୍ନ ଧରଣର ପରମ୍ପରା ବା ରାଜନୈତିକ ଟ୍ରେଣ୍ଡ ରହିଛି। ଏଠାରେ ସବୁବେଳେ ଜଣେ ବାହାରି ନେତା ବିଧାୟକ ହେବାର ନଜିର ରହିଛି।

author img

By

Published : Mar 12, 2019, 8:24 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏକ ଭିନ୍ନ ଧରଣର ପରମ୍ପରା ବା ରାଜନୈତିକ ଟ୍ରେଣ୍ଡ ରହିଛି। ଏଠାରେ ସବୁବେଳେ ଜଣେ ବାହାରି ନେତା ବିଧାୟକ ହେବାର ନଜିର ରହିଛି। ଏପରିକି ସବୁ ରାଜନୈତିକ ଦଳର ପ୍ରାର୍ଥୀ ପ୍ରାୟତଃ ବାହାରିଆ ହୋଇଥାନ୍ତି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର

ଜିଲ୍ଲାର ଅନ୍ୟତମ ବିଧାନସଭା କ୍ଷେତ୍ର ହେଉଛି ରେଢ଼ାଖୋଲ। 4 ଟି ବ୍ଲକ ଥିବା ଏହି ନିର୍ବାଚନ ମଣ୍ଡଳୀର ଏଥର ମୋଟ ଭୋଟର ଅଛନ୍ତି 1 ଲକ୍ଷ 98 ହଜାର 879 । ତେବେ ଏଠାରେ ଏକ ବିଚିତ୍ର ରାଜନୈତିକ ପରମ୍ପରା ରହିଛି। ଏଠାରେ ସବୁବେଳେ ବାହାରିଆ ପ୍ରାର୍ଥୀ ବିଧାୟକ ହେଉଛନ୍ତି। ଯାହାର ଉଦାହରଣ ହେଉଛନ୍ତି ପ୍ରସନ୍ନ ଆଚାର୍ଯ୍ୟ ଓ ରୋହିତ ପୂଜାରୀ। ପ୍ରସନ୍ନ ଆଚାର୍ଯ୍ୟଙ୍କ ଘର ବରଗଡ଼ ଜିଲ୍ଲା ହୋଇଥିବା ବେଳେ ରୋହିତ ପୂଜାରୀ ସମ୍ବଲପୁର ସହରରେ ରୁହନ୍ତି।

ତେବେ ରୋହିତ ନିଜର ପୈତୃକ ଗାଁ ରେଢ଼ାଖୋଲର ଯୁଯୁମୁରା ବ୍ଳକରେ ଥିବାର କହୁଥିଲେ ମଧ୍ୟ ସେ ରୁହନ୍ତି ସମ୍ବଲପୁର ସାକ୍ଷୀପଡ଼ାରେ। ଏପଟେ ବର୍ତ୍ତମାନର କଂଗ୍ରେସ ପ୍ରାର୍ଥୀ ଆସବ ଅଲ୍ଲୀ ଖାଁ, ବିଜେପି ଆଶାୟୀ ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ର ମଧ୍ୟ ସମ୍ବଲପୁରର ଅଟନ୍ତି। ପୂର୍ବରୁ ମଧ୍ୟ ଏଠାରେ ବାହାରିଆ ଲୋକ ବିଧାୟକ ହେବାର ନଜିର ରହିଛି।

ଏଥିପାଇଁ ସ୍ଥାନୀୟ ଲୋକ କହୁଛନ୍ତି ଯେ, ଏଠାରେ ଯୋଗ୍ୟ ନେତୃତ୍ୱ ଥିଲେ ମଧ୍ୟ ଏଠାରେ ଶିଳ୍ପ ଅନୁଷ୍ଠାନ ନଥିବାରୁ ସ୍ଥାନୀୟ ପ୍ରାର୍ଥୀ ପାଖରେ ଅର୍ଥବଳ ଓ ରାଜ୍ୟ ସ୍ଥରୀୟ ନେତାଙ୍କ ପର୍ଯ୍ୟନ୍ତ ପହଞ୍ଚ ନାହିଁ। ମୁଖ୍ୟତଃ ରେଢ଼ାଖୋଲର ପରିଚୟ କୁହାଯାଉଥିବା ନାକଟିଦେଉଳ ଓ ରେଢ଼ାଖୋଲ ବ୍ଳକର ନେତା ସେଥିପାଇଁ ପଛରେ ପଡିଯାନ୍ତି। ଆଉ ବାହାରିଆ ନେତା ନିଜର ଅର୍ଥ ବଳ ଓ ରାଜ୍ୟସ୍ତରୀୟ ନେତାଙ୍କ ସହାୟତାରେ ଟିକେଟ ପାଇବା ସହ ଏଠାକାର ସାଧାରଣ ଜନତାଙ୍କ ଭୋଟ ହାତେଇ ବିଧାୟକ ହୁଅନ୍ତି। କିନ୍ତୁ ପରେ ସ୍ଥାନୀୟ ଜନସାଧାରଣ ବିଭିନ୍ନ ସମସ୍ୟାରେପଡନ୍ତି।

ରାଜନୈତିକ ବିଶ୍ଲେଷକଙ୍କ ଅନୁସାରେ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର 4ଟି ବ୍ଲକ ଥିଲେ ମଧ୍ୟ ଏଠାକାର ସଂସ୍କୃତି, ଚାଲିଚଳଣି 2 ଭାଗରେ ବିଭକ୍ତ ହୋଇ ରହିଛି। ରେଢ଼ାଖୋଲ ଓ ନାକଟିଦେଉଳ ବ୍ଲକରେ ଗୋଟିଏ ପ୍ରକାର ସଂସ୍କୃତି ଥିବା ବେଳେ ଯୁଯୁମୁରା ଓ ମାନେଶ୍ୱର ବ୍ଲକର ଲୋକଙ୍କ ସଂସ୍କୃତି ଏମାନଙ୍କ ଠାରୁ ପୁରାପୁରି ଅଲଗା। ଆଉ ଏହି ସାଂସ୍କୃତିକ ବିବିଧତାର ଲାଭ ସବୁବେଳେ ବାହାରିଆ ପ୍ରାର୍ଥୀଙ୍କୁ ସୁହାଇଥାଏ।ଆଉ ମୁଖ୍ୟତଃ ଅର୍ଥବଳ ଓ ପାରଙ୍ଗମ ରାଜନୀତିରେ ରେଢ଼ାଖୋଲର ପ୍ରାର୍ଥୀ ପଛରେ ପଡିଯାଆନ୍ତି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.