ETV Bharat / city

ପାଟ ଶାଢୀ ଚୋରି ପଡିଲା ମହଙ୍ଗା, ARI ଗିରଫ

author img

By

Published : Jan 6, 2022, 7:47 PM IST

ସମ୍ବଲପୁର ସହର ଏକ ଶୋ'ରୁମରୁ ପାଟ ଶାଢୀ ଚୋରି ହଟହଟା ସହକାରୀ ରାଜସ୍ବ ନିରୀକ୍ଷକ । ଅଧିକ ପଢନ୍ତୁ

ପାଟ ଶାଢ଼ୀ ଚୋରି ପଡ଼ିଲା ମହଙ୍ଗା, ଅତିରିକ୍ତ ତହସିଲଦାର ଗିରଫ

ସମ୍ବଲପୁର: ପାଟ ଶାଢୀ ଲୋଭ ପଡ଼ିଲା ମହଙ୍ଗା । ୩୫ ହଜାର ମୂଲ୍ୟର ପାଟ ଶାଢି ଚୋରି କରି ହଟହଟା ହୋଇଛନ୍ତି ସହକାରୀ ରାଜସ୍ବ ନିରୀକ୍ଷକ । ଏଭଳି ଅଭାବନୀୟ ଘଟଣା ସମ୍ବଲପୁର ସହର ଟାଉନ ଥାନା ଅଞ୍ଚଳରେ ଘଟିଥିବା ଦେଖିବାକୁ ମିଳିଛି ।

ସମ୍ବଲପୁର ସହରର ଏକ ଶୋ' ରୁମରୁ ଗତ 1 ତାରିଖରେ ଏକ 35 ହଜାର ଟଙ୍କା ମୂଲ୍ୟର ପାଟ ଶାଢ଼ୀ ଚୋରି ହୋଇଥିଲା । ଏ ନେଇ ଦୋକାନ ମାଲିକ ଟାଉନ ଥାନାରେ ଅଭିଯୋଗ କରିଥିଲେ । ଆଜି(ଗୁରୁବାର) ଏହି ଘଟଣାର ପର୍ଦ୍ଦାଫାଶ ହୋଇଛି ।

ପୋଲିସ ତଦନ୍ତ କରି ଟାଉନ ପୋଲିସ ସହକାରୀ ରାଜସ୍ବ ନିରୀକ୍ଷକ ତଥା ARI(Assistant Revenue Inspector) ସନ୍ଧ୍ୟା ଆନନ୍ଦ ଦୋରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ଟାଉନ ଥାନା ଅଧିକାରୀ ପ୍ରକାଶ କର୍ଣ୍ଣ ସୂଚନା ଦେଇଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.