ETV Bharat / city

ସମ୍ବଲପୁରରେ ପାର୍କିଂ ସମସ୍ୟା, ସମାଧାନ ପାଇଁ ପ୍ରଶାସନର ଦ୍ବାରସ୍ଥ ହେଲା ଯୁବ ବିଜେଡି

author img

By

Published : May 5, 2022, 9:11 AM IST

ସମ୍ବଲପୁର ସହରରେ ପାର୍କିଙ୍ଗ ସମସ୍ୟା । ସମାଧାନ ଦାବି ନେଇ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲା ଯୁବ ବିଜେଡି । ଅଧିକ ପଢନ୍ତୁ

ପାର୍କିଙ୍ଗ ସମସ୍ୟାର ସମାଧାନ ଦାବି, ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲା ଯୁବ ବିଜେଡି

ସମ୍ବଲପୁର: ସମ୍ବଲପୁର ସହରରେ ପାର୍କିଂ ସମସ୍ୟା । ସମାଧାନ ଦାବି ନେଇ ସମ୍ବଲପୁର ଜିଲ୍ଲା ଯୁବ ବିଜେଡିର ଏକ ପ୍ରତିନିଧି ଦଳ ସମ୍ବଲପୁର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ଭେଟି ସମସ୍ୟାର ସମାଧାନ ପାଇଁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।

ସମ୍ବଲପୁର ସହରରେ ଜନସଂଖ୍ୟା ବଢିବା ସହ ଦିନକୁ ଦିନ ଗାଡି ମୋଟର ସଂଖ୍ୟା ବଢିବାରେ ଲାଗିଛି । ତେବେ ସେହି ଅନୁସାରେ ସହରରେ ପାର୍କିଂର ବ୍ୟବସ୍ଥା ନାହିଁ । ଏହା ଦ୍ୱାରା ସହର ମଧ୍ୟରେ ଟ୍ରାଫିକ ସମସ୍ୟା ଉପୁଜୁଛି । ବିଭିନ୍ନ ସମୟରେ ସାଧାରଣ ଲୋକ ହଇରାଣ ହେବା ସହ ବେଆଇନ ପାର୍କିଂ ଅଭିଯୋଗରେ ଫାଇନ ମଧ୍ୟ ଗଣିବାକୁ ପଡୁଛି । ଏହିଭଳି ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲା ଯୁବ ବିଜେଡି ଆଜି ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି । ଅନ୍ୟପଟେ ଏହି ସମସ୍ୟା ନେଇ ବୁଧବାର ସମ୍ବଲପୁରର ଅତିରିକ୍ତ ଏସପି ତପନ ମହାନ୍ତିଙ୍କ ଜରିଆରେ ଏସପିଙ୍କୁ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରିଛି ଜିଲ୍ଲା ଯୁବ ବିଜେଡି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.