ETV Bharat / city

‘ମୋ ସରକାର’ ଯୋଜନା ଫେଲ, ଅବସରର 4 ବର୍ଷ ପରେ ବି ମିଳିନି ପେନସନ

author img

By

Published : Oct 17, 2019, 12:30 PM IST

ସମ୍ବଲପୁରରେ ଫେଲ ମାରିଛି ‘ମୋ ସରକାର’ ଯୋଜନା । ଅବସରର 4 ବର୍ଷ ପରେ ବି ବିନୋଦ ବିହାରୀ ନାଏକ ମିଳିନି ପେନସନ । ଗତ 4 ବର୍ଷରୁ ନିଜ ପେନସନ ପାଇଁ ସରକାରୀ ଅଫିସ୍‌ର ଚକ୍କର କାଟି ସେ ନୟାନ୍ତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

ସମ୍ବଲପୁର: ବର୍ତ୍ତମାନ ରାଜ୍ୟ ସରକାରଙ୍କ ‘5ଟି’ ସଚିବ ରାଜ୍ୟ ସାରା ସରପ୍ରାଇଜ ଭିଜିଟ କରୁଛନ୍ତି । ସାଧାରଣ ଜନତାଙ୍କ ସେବା ଓ ସୁବିଧାର ଉପଲବ୍ଧତାକୁ ପରଖିବା ପାଇଁ ଏସବୁ କରାଯାଉଛି ବୋଲି ଚାରିଆଡେ ଡିଣ୍ଡିମ ପିଟା ଯାଉଛି । ତେବେ ସମ୍ବଲପୁରରେ ଏଭଳି କିଛି ଚିତ୍ର ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଏସବୁ ଲୋକ ଦେଖାଣିଆ ଭଳି ମନେ ହେଉଛି । ଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ସୂଚନା ଓ ଲୋକସମ୍ପର୍କ ବିଭାଗରେ ପିଅନ ଭାବେ କାର୍ଯ୍ୟ କରି 2015 ମସିହା ଜୁଲାଇ 31 ତାରିଖରେ ଅବସର ନେଇଥିବା ବିନୋଦ ବିହାରୀ ନାଏକଙ୍କୁ ଏପର୍ଯ୍ୟନ୍ତ ଫାଇନାଲ ପେନସନ ମିଳିନଥିବା ଏହାର ଜ୍ବଳନ୍ତ ଉଦାହରଣ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଦେବଗଡ ଜିଲ୍ଲା ଚନ୍ଦନଖୁଣ୍ଟି ଗାଁର ବିନୋଦ ବିହାରୀ ନାଏକ । 1979 ମସିହାରୁ ପିଅନ ଚାକିରି ଆରମ୍ଭ କରି 31 ଜୁଲାଇ 2015ରେ ଅବସର ନେଇଥିଲେ । ଇତି ମଧ୍ୟରେ ତାଙ୍କୁ ଅବସର ନେବାର 4 ବର୍ଷ ବିତି ଯାଇଥିଲେ ମଧ୍ୟ ଏବେ ବି ସେ ପ୍ରୋଭିଜିନାଲ ପେନସନ ପାଉଛନ୍ତି । ଏପର୍ଯ୍ୟନ୍ତ ତାଙ୍କୁ ଫାଇନାଲ ପେନସନ ମିଳିନାହିଁ । ବୋଝ ଉପରେ ନଳିତା ବିଡା ପରି ସେ ଏବେ ପକ୍ଷାଘାତ ରୋଗରେ ପୀଡିତ । ଏସବୁ ପରେ ବି ସେ ଦେବଗଡ ଜିଲ୍ଲାରୁ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆସି ଆସି ନୟାନ୍ତ ହୋଇଗଲେଣି । ହେଲେ ତାଙ୍କର ଫାଇନାଲ ପେନସନ ଟିଏ ହୋଇପାରୁନାହିଁ । ସେପଟେ ତାଙ୍କର କୌଣସି ସନ୍ତାନ ନଥିବାରୁ ପ୍ରୋଭିଜିନାଲ ପେନସନରେ ମିଳୁଥିବା କମ ଟଙ୍କାରେ ଚଳିବା ମୁସକିଲ୍‌ ହୋଇପଡୁଛି ।

ଅନ୍ୟପଟେ ଏହି ବିଷୟ ନେଇ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ଅବଗତ ଥିବା କହିବା ସହ କାଗଜପତ୍ର ମିଳୁନଥିବାରୁ ସମସ୍ୟା ସୃଷ୍ଟି ହେଉଥିବା କହିଛନ୍ତି । ଏହା ସହ ତାଙ୍କ ସମସ୍ୟାର ସମାଧାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ସେ କହିଛନ୍ତି ।

ସମ୍ବଲପୁରରୁ ବାଦଶାହ ଯୁଶ୍ମନ ରଣା, ଇଟିଭି ଭାରତ

Intro:ବର୍ତ୍ତମାନ ରାଜ୍ୟ ସରକାରଙ୍କ 5 ଟି ସଚିବ ରାଜ୍ୟ ସାରା ସରପ୍ରାଇଜ ଭିଜିଟ କରୁଛନ୍ତି। ଏସବୁ ସାଧାରଣ ଜନତାଙ୍କ ସେବା ଓ ସୁବିଧା ର ଉପଲବ୍ଧତା କୁ ପରଖିବା ପାଇଁ କରାଯାଉଛି ବୋଲି ଚାରିଆଡେ ଡିଣ୍ଡିମ ପିଟା ଯାଉଛି। ସରକାରୀ କାର୍ଯ୍ୟାଳୟ ରେ ଏମିତି କିଛି ସମସ୍ୟା ଏବେବି ନଜରକୁ ଆସେ ଯାହାକୁ ଦେଖିଲେ ଏସବୁ ଲୋକ ଦେଖଣିଆ ଭଳିଆ ଲାଗେ। ଏମିତି ଏକ ଉଧାହରଣ ହେଉଛନ୍ତି ସମ୍ବଲପୁର ଜିଲ୍ଳାପାଳ ଙ୍କ କାର୍ଯ୍ୟଳୟ ର ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ପିଅନ ଭାବେ କାର୍ଯ୍ୟ କରି ଅବସର ନେଇଥିବା ବିନୋଦ ବିହାରୀ ନାଏକ।ସେ 2015 ମସିହା ଜୁଲାଇ 31 ତାରିଖରୁ ଅବସର ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଫାଇନାଲ ପେନସନ ରୁ ବଞ୍ଚିତ ଅଛନ୍ତି।ବର୍ତମାନ ସେ ପରଲିସିସ ରୋଗରେ ଆକ୍ରାନ୍ତ ହୋଇ ଅତି ଦୁଦିନରେ ଜୀବନ କାଟୁଛନ୍ତି।

Body:ଏ ହେଉଛନ୍ତି ବିନୋଦ ବିହାରୀ ନାଏକ । ବୟସ 60 ରୁ ଅଧିକ। ଘର ଦେବଗଡ଼ ଜିଲ୍ଲା ଚନ୍ଦନଖୁଣ୍ଟି ଗାଁ। ସେ ସମ୍ବଲପୁର ଜିଲ୍ଲାପାଳ ନ୍କ କାର୍ଯ୍ୟଳୟ ର ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ପିଅନ ଭାବେ କାର୍ଯ୍ୟ କରୁଥିଲେ। 1979 ମସିହାରୁ ସେ ନିଜର ପିଅନ ଚାକିରୀ ଏଠାରେ ଆରମ୍ଭ କରି 31 ଜୁଲାଇ 2015 ରେ ଅବସର ନେଇଥିଲେ।ତେବେ ସେହି ଦିନଠାରୁ ସେ ପ୍ରୋଭିଜିନାଲ ପେନସନ ପାଉଥିଲେ ମଧ୍ୟ ଆଜି ପାର୍ଯ୍ୟନ୍ତ ଫାଇନାଲ ପେନସନ ପାଇ ପାରିନାହାନ୍ତି। ଆଉ ସବୁଠାରୁ ବଡ଼ କଥା ହେଲା ବର୍ତମାନ ସେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ନିଜେ ଚାଲି ମଧ୍ୟ ପାରୁନାହାନ୍ତି। ଅନ୍ୟର ସହାୟତରେ ରେ ସେ ଚଲବୁଲା କରୁଛନ୍ତି।ଏଭଳି ପରିସ୍ଥିତି ତାଙ୍କର କୌଣସି ସନ୍ତାନ ସନ୍ତତି ମଧ୍ୟ ନଥିବା ରୁ ବଡ଼ ଅସୁବିଧାରେ ଚଳୁଛନ୍ତି।ଅତି କମ ଟଙ୍କା ପେନସନ ମିଳୁଥିବାରୁ ସେ ବହୁ କଷ୍ଟରେ ପରିବାର ପ୍ରତିପୋଷଣ କରୁଛନ୍ତି। ଫାଇନାଲ ପେନସନ ପାଇଁ ଦେବଗଡ଼ ଜିଲାରୁ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଦଉଡି ଦଉଡି ସେ ନୟାନ୍ତ ହୋଇ ସାରିଲେଣି।

ବାଇଟ-1-ବିନୋଦ ବିହାରୀ ନାଏକ,
ବାଇଟ-2- ମୀନା ନାଏକ, ବିନୋଦ ଙ୍କ ସମ୍ପର୍କୀୟ

Conclusion:ଅନ୍ୟ ପଟେ ଏହି ବିଷୟ ନେଇ ଅବଗତ ଥିବାର ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି।ତେବେ ସେ କହିଛନ୍ତି ଯେ କିଛି କାଗଜ ପତ୍ର ମିଳୁନଥିବା ଏହି ସମସ୍ୟା ସୃଷ୍ଟି ହୋଇଛି।ତେବେ ବର୍ତମାନ ତାଙ୍କର ଏହି ସମସ୍ୟା ର ସମାଧାନ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି।

ବାଇଟ-3-ଲିଙ୍ଗରାଜ ପଣ୍ଡା,ଅତିରିକ୍ତ ଜିଲ୍ଲାପାଳ।ସମ୍ବଲପୁର।

ମିଳିଥିବା ସୂଚନା ଅନୁସାରେ ବିନୋଦ ଙ୍କ ଜରୁରୀ କାଗଜପତ୍ରର ଫାଇଲ ଡି ଆଇ ପି ଆର ଓ ନ୍କ ପାଖରେ ଅଟକି ରହିଛି।ସେହି ସବୁ କାଗଜପତ୍ର ଟ୍ରେଜେରୀ ଅଫିସକୁ ପଠାଇଲେ ବିନୋଦଙ୍କ ଫାଇନାଲ ପେନସନ ମିଳିବା ଆରମ୍ଭ ହୋଇଯିବ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.