ETV Bharat / city

କୁଢ଼ୋ ମାଛଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ଆଗରେ ଦାବି

author img

By

Published : Jun 29, 2021, 11:03 PM IST

ହୁମା ଠାରେ କୁଢ଼ୋ ମାଛଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ଆଗରେ ଦାବି ରଖିଛନ୍ତି ସ୍ଥାନୀୟ ଲୋକ । ଅଧିକ ପଢ଼ନ୍ତୁ...

demand of Local people of Huma,  demands before the district administration,  protection of Kudho fish, କୁଢ଼ୋ ମାଛଙ୍କ ସୁରକ୍ଷା, ମାଛଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ଆଗରେ ଦାବି, ହୁମା ମନ୍ଦିର, huma temple
କୁଢ଼ୋ ମାଛଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ଆଗରେ ଦାବି

ସମ୍ବଲପୁର: ଜିଲ୍ଲାର ହୁମା ରାଜ୍ୟ ତଥା ଦେଶର ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ପାଇଛି। ପ୍ରତ୍ୟେକ ବର୍ଷ ଏଠାକୁ ହଜାର ହଜାର ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ। ଏହି ସ୍ଥାନରେ ବିମଳେଶ୍ଵର ବାବାଙ୍କ ବକ୍ର ମନ୍ଦିର ଲୋକଙ୍କୁ ଆକର୍ଷିତ କରିଥାଏ। ତେବେ ଏହି ସ୍ଥାନ ଦେଇ ବହି ଯାଇଥିବା ମହାନଦୀରେ ଦେଖିବାକୁ ମିଳୁଥିବା କୁଢ଼ୋ ମାଛ ମଧ୍ୟ ଏହି ସ୍ଥାନରେ ଅନ୍ୟତମ ଆକର୍ଷଣର କେନ୍ଦ୍ର।

ଏହି ମାଛଙ୍କୁ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଜମି ଥାଏ। ତେବେ ବର୍ତ୍ତମାନ ଏହି ମାଛମାନଙ୍କର ଅସ୍ଥିତ୍ବ ଲୋପ ପାଇବା ଉପରେ। କାରଣ ବିଭିନ୍ନ ସମୟରେ ଦୁର୍ବୃତ୍ତ ମାନେ ଏହି ଅଞ୍ଚଳର ମହାନଦୀ ପାଣିରେ ବେଆଇନ ଭାବେ ବିସ୍ପୋରଣ କରି ରାତାରାତି ଶହ ଶହ ମାଛକୁ ମାରିଦେଉଛନ୍ତି। ଗତ 3 ବର୍ଷ ହେଲା ଏହିପରି ଭାବେ ମାଛ ମରା ଯାଉଥିବା ବେଳେ ସ୍ଥାନୀୟ ଲୋକ ଏମାନଙ୍କ ସୁରକ୍ଷା ନେଇ ଦାବି କରି ଆସୁଛନ୍ତି। ତେବେ ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ମାଛଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିବା ପରେ ଏହି ପ୍ରସଙ୍ଗଙ୍କୁ ସ୍ଥାନୀୟ ଲୋକ ପୁଣି ଉଜ୍ଜୀବିତ କରି ଜିଲ୍ଲା ପ୍ରଶାସନକୁ ମାଛଙ୍କ ସୁରକ୍ଷା ପାଇଁ ଦାବି କରିଛନ୍ତି।

ଦୁର୍ବୁର୍ତ୍ତଙ୍କ ଲୋଲୁପ ଦୃଷ୍ଟି ପଡିଛି ଏହି ମାଛଙ୍କ ଉପରେ। ଢ଼ିଲା ସୁରକ୍ଷା ବ୍ୟବସ୍ଥାର ମଉକା ଦେଖି ଦୁର୍ବୁର୍ତ୍ତ ମାନେ ରାତି ଅଧିଆ ଡଙ୍ଗାରେ ଆସି ବିସ୍ପୋରଣ କରି ଶହ ଶହ ମାଛ ମାରି ବଜାରରେ କୋଶଳା ମାଛ ନାଁରେ ଚଢା ଦରରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଏହି ମାଛଙ୍କ ସହ ସ୍ଥାନୀୟ ଲୋକଙ୍କ ଧାର୍ମିକ ଭାବନା ମଧ୍ୟ ଜଡିତ ହୋଇ ରହିଛି। ସେଥିପାଇଁ ସ୍ଥାନୀୟ ଲୋକେ ଏହି ମାଛଙ୍କୁ ଭଗବାନଙ୍କ ଅବତାର ବୋଲି ବିଶ୍ବାସ କରନ୍ତି । ଏଠାକୁ ପର୍ଯ୍ୟଟକ ମାନେ ଆସିଲେ ସ୍ଥାନୀୟ ଲୋକଙ୍କ ଠାରୁ ମାଛ ମାନଙ୍କ ଖାଦ୍ୟ କିଣି ଖାଇବାକୁ ଦିଅନ୍ତି। ଏହା ଦ୍ବାରା କିଛି ସ୍ଥାନୀୟ ଲୋକ ଦୁଇ ପଇସା ରୋଜଗାର ମଧ୍ୟ କରନ୍ତି। ଏଭଳି ପରିସ୍ଥିତି ରେ ବର୍ତ୍ତମାନ ସ୍ଥାନୀୟ ଲୋକ ଏହି ମାଛ ମାନଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.