ETV Bharat / city

ସମ୍ବଲପୁର ଆଇଆଇଏମ ଆସନ୍ତା 19 ତାରିଖ ଯାଏଁ ସଟଡାଉନ - ସମ୍ବଲପୁରର ପ୍ରମୁଖ ଶିକ୍ଷାନୁଷ୍ଠାନ ସଟ ଡାଉନ

ସମ୍ବଲପୁରରେ କାୟା ମେଲାଉଛି କୋରୋନା । ପ୍ରମୁଖ ଶିକ୍ଷାନୁଷ୍ଠାନ ସଟଡାଉନ । ଏପଟେ ସମ୍ବଲପୁର ଆଇଆଇଏମକୁ ଆସନ୍ତା 19 ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି ନିର୍ଦ୍ଦେଶକ । ବୁର୍ଲା ମେଡିକାଲରେ ଅଧିକାରୀ, କର୍ମଚାରୀ ଓ ରୋଗୀ ପ୍ରତ୍ୟେକ ଲୋକ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଅଧିକ ପଢନ୍ତୁ...

leading educational institutions in Sambalpur shutdown due to corona
କାୟା ମେଲାଉଛି କୋରୋନା, ସମ୍ବଲପୁରର ପ୍ରମୁଖ ଶିକ୍ଷାନୁଷ୍ଠାନ ସଟ ଡାଉନ
author img

By

Published : Jul 15, 2020, 3:15 PM IST

ସମ୍ବଲପୁର: ବୁର୍ଲାରେ ଦିନକୁ ଦିନ କୋରୋନା କାୟା ବିସ୍ତାର କରୁଛି । ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଫଳରେ ବୁର୍ଲାରେ ଥିବା ପ୍ରମୁଖ ଶିକ୍ଷା ଅନୁଷ୍ଠାନ ଗୁଡିକୁ ବନ୍ଦ କରାଯାଇଛି । ସମ୍ବଲପୁର ଆଇଆଇଏମକୁ ଆସନ୍ତା 19 ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି ନିର୍ଦ୍ଦେଶକ । ଏହାସହ ସମ୍ବଲପୁର ବିଶ୍ବ ବିଦ୍ୟାଳୟକୁ ଆସନ୍ତା 20 ଓ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବ ବିଦ୍ୟାଳୟକୁ 21 ଯାଏଁ ସଟଡାଉନ କରାଯାଇଛି । ଅନ୍ୟପଟେ ବୁର୍ଲା ଭୀମସାରକୁ ମଧ୍ୟ ଅସନ୍ତା 19 ଯାଏଁ ନ ଖୋଲିବାକୁ କଟକଣା ଲଗାଯାଇଛି ।

କାୟା ମେଲାଉଛି କୋରୋନା, ସମ୍ବଲପୁରର ପ୍ରମୁଖ ଶିକ୍ଷାନୁଷ୍ଠାନ ସଟ ଡାଉନ

ସମସ୍ତ ରୁଟିନ ଓପିଡିକୁ ବନ୍ଦ କରି ଦିଆଯାଇଛି । ସବୁ ରୁଟିଂ ସର୍ଜରି ବିଭାଗକୁ ମଧ୍ୟ 19 ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ଏହି କଟକଣାର ଅବଧି ମଧ୍ୟରେ କେବଳ କାଜୁଆଳିଟି ଓ ଏମରଜେନ୍ସି ସର୍ଜରି ସେବା ଜାରି ରହିବ । ଏହି ସମୟ ମଧ୍ୟରେ ବୁର୍ଲା ବଡ଼ ମେଡିକାଲକୁ ଅଗ୍ନିଶମ ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ରୂପେ ସେନିଟାଇଜ କରାଯିବ । ଏହା ସହ ଏହି କଟକଣା ଅବଧି ମଧ୍ୟରେ ଜଣେ ରୋଗୀଙ୍କ ସହ କେବଳ ଜଣେ ଆଟେଣ୍ଡାଣ୍ଟ ରହି ପାରିବେ । ଏହି ସମୟରେ ବୁର୍ଲା ମେଡିକାଲରେ ଅଧିକାରୀ, କର୍ମଚାରୀ ଓ ରୋଗୀ ପ୍ରତ୍ୟେକ ଲୋକ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.