ETV Bharat / city

ସମ୍ବଲପୁରରେ ହାତୀ ମୃତ୍ୟୁ ଘଟଣା, ତଦନ୍ତ କରିବ ଜଏଣ୍ଟ ଟାସ୍କ ଫୋର୍ସ - ଜଏଣ୍ଟ ଟାସ୍କ ଫୋର୍ସ

ସମ୍ବଲପୁର ହାତୀ ମୃତ୍ୟୁ ଘଟଣା ନେଇ ତଦନ୍ତ କରିବ ଜଏଣ୍ଟ ଟାସ୍କ ଫୋର୍ସ । ଅଧିକ ପଢନ୍ତୁ

ସମ୍ବଲପୁରରେ ହାତୀ ମୃତ୍ୟୁ ଘଟଣା, ତଦନ୍ତ କରିବ ଜଏଣ୍ଟ ଟାସ୍କ ଫୋର୍ସ

author img

By

Published : Oct 8, 2022, 10:06 AM IST

ସମ୍ବଲପୁର: ବଡରମା ରେଞ୍ଜ ହାତୀ ମୃତ୍ୟୁ ଘଟଣାର ତଦନ୍ତ କରିବ ଜଏଣ୍ଟ ଟାସ୍କ ଫୋର୍ସ । ଗତ ଗୁରୁବାର ଦୁଇ ହାତୀଙ୍କ ମୃତ୍ୟୁ ହୋଇଥିଲା । ମୃତ ହାତୀଙ୍କ ମଧ୍ୟରେ ଗୋଟିଏ ମାଈହାତୀ ଥିବା ବେଳେ ଅନ୍ୟଟି ଅଣ୍ଡିରା ହାତୀ ଥିଲା । ଏନେଇ ପିସିସିଏଫ ବନ୍ୟପ୍ରାଣୀ ସୁଶିଲ କୁମାର ପୋକଲି କହିଛନ୍ତି ଯେ,‘‘ଏହି ମାମଲାରେ ପ୍ରଥମ କରି ତଦନ୍ତ ଦାୟିତ୍ବ ତୁଲାଇବ ଜଏଣ୍ଟ ଟାସ୍କ ଫୋର୍ସ । ଏହି ଟାକ୍ସ ଫୋର୍ସ ରିପୋର୍ଟ ଦେବା ପରେ ପ୍ରକୃତ ଦୋଷୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ହାତୀ ଓ ମଣିଷ ମଧ୍ୟରେ ଲଢେଇ ବନ୍ଧ ପାଇଁ ଗଜସାଥୀ ଯୋଜନା ଆରମ୍ଭ କରାଯାଇଛି । ଏବେ ସୁଦ୍ଧା 800 ଗାଁର ଲୋକଙ୍କୁ ସଂପୃକ୍ତ କରାଯାଇଛି । ଜଗତପୁରରେ ହାତୀ ଗାଁ ମୁହାଁ ହୋଇଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସମ୍ପୃର୍କ୍ତ ହାତୀ ଦୁଇଙ୍କୁ ଜଙ୍ଗଲରେ ଛଡ଼ାଯାଇଛି ଏବଂ ହାତୀ ଦ୍ୱୟଙ୍କୁ ଟ୍ରାକ ମଧ୍ୟ କରାଯାଉଛି''।

ସମ୍ବଲପୁରରେ ହାତୀ ମୃତ୍ୟୁ ଘଟଣା, ତଦନ୍ତ କରିବ ଜଏଣ୍ଟ ଟାସ୍କ ଫୋର୍ସ

ହାତୀ ମୃତ୍ୟୁକୁ ନେଇ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି ଯେ, ''ଏ ବାବଦରେ ସରକାର ସଂପୂର୍ଣ୍ଣ ଭାବରେ ତତ୍ପର ଅଛନ୍ତି । ଏହାକୁ ନେଇ ଜଏଣ୍ଟ ଟାକ୍ସ ଫୋର୍ସ ଗଠନ କରାଯାଇଛି । ପୋଲିସ, ଜଙ୍ଗଲ ବିଭାଗ ଓ ପରିବେଶବିତକୁ ନେଇ ଏହି ଟାକ୍ସ ଫୋର୍ସ ଗଠନ କରାଯାଇଛି। ସରକାର ତଦନ୍ତକୁ ତ୍ବରାନ୍ବିତ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ବିଭିନ୍ନ ସମୟରେ ବିଭିନ୍ନ ମାମଲାରେ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସମ୍ବଲପୁର ଘଟଣାରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି କହିଛନ୍ତି ପ୍ରଦୀପ ଅମାତ'' ।

ଏହା ମଧ୍ୟ ପଢନ୍ତୁ-ଅସୁରକ୍ଷିତ ଗଜରାଜ, କୁଚିଣ୍ଡା ଜମେନକିରା ରେଞ୍ଜରେ 2 ହାତୀଙ୍କ ମୃତଦେହ ଠାବ

ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ସମ୍ବଲପୁର ଜିଲ୍ଲା ବାମରା ବନଖଣ୍ଡ ଜମନକିରା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ତିଲେଇମାଲ ଗ୍ରାମ ନିକଟସ୍ଥ ପତରା ଜଙ୍ଗଲ ନିକଟରେ ଦୁଇଟି ହାତୀର ମୃତଦେହ ଠାବ ହୋଇଥିଲା । କୀଟନାଶକ ପ୍ରଭାବରେ ଆସି ଦୁଇଟି ହାତୀଙ୍କ ମୃତ୍ୟୁ ହୋଇଥିଲା । ବୁଧବାର ମଧ୍ୟରାତ୍ରିରେ କୀଟନାଶକ ସିଞ୍ଚନ ହୋଇଥିବା ଧାନ ଗଛ ଖାଇ ଗୋଟିଏ ମାଈ ହାତୀ ଓ ଗୋଟିଏ ଦନ୍ତା ହାତୀର ମୃତ୍ୟୁ ହୋଇଛି। ତେବେ ବଜାରରେ ଉପଲବ୍ଧ କୀଟନାଶକ ପ୍ରଭାବରେ ପୋକ ମରୁ ନଥିବା ଅଭିଯୋଗ ହେଉଥିବା ବେଳେ ଦୁଇଦୁଇଟି ହାତୀର ମୃତ୍ୟୁ ସନ୍ଦେହ ସୃଷ୍ଟି କରିଛି । ହାତୀଙ୍କୁ ମାରିବା ପାଇଁ ଜାଣିଶୁଣି ଉତ୍କଟ ବିଷ ପ୍ରୟୋଗ କରା ଯାଇଥିବା ପରିବେଶ ପ୍ରେମୀ ଅନୁମାନ କରୁଛନ୍ତି । ଗୁରୁବାର ଦିନ ସ୍ଥାନୀୟ ଗ୍ରାମବାସୀ ପାହାଡ଼ ତଳି ଅଞ୍ଚଳରୁ ୨ଟି ହାତୀ ମରି ପଡ଼ିଥିବା ଦେଖିଥିଲେ । ଏ ସମ୍ପର୍କରେ ସ୍ଥାନୀୟ ଜମନକିରା ଫରେଷ୍ଟ ରେଞ୍ଜ ଅଧକାରୀଙ୍କୁ ସୂଚନା ଦେଇଥିଲେ ଗ୍ରାମବାସୀ । ବନ ବିଭାଗ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲା । ପ୍ରାଣୀ ଚିକିତ୍ସା ବିଭାଗର ଡାକ୍ତର ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.