ETV Bharat / city

Vigilance Trap: ଝାଙ୍କରପାଲି PEOଙ୍କ ଘରେ ଭିଜିଲାନ୍ସ ରେଡ୍‌

author img

By

Published : Dec 6, 2021, 3:06 PM IST

ଭିଜିଲାନ୍ସ ଜାଲରେ ସମ୍ବଲପୁର ଯୁଜୁମୁରା ଝାଙ୍କରପାଲି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅଚ୍ୟୁତାନନ୍ଦ ଖୁଣ୍ଟିଆ (Jhankarpalli PEO Achutananda Khuntia)ଙ୍କ ଘରେ ଭିଜିଲାନ୍ସ ରେଡ । ଅଧିକ ପଢନ୍ତୁ

Vigilance Trap :  ଝାଙ୍କରପାଲି ପଞ୍ଚାୟତ PEOଙ୍କ ଘରେ ଭିଜିଲାନ୍ସ ରେଡ

ସମ୍ବଲପୁର: ଭିଜିଲାନ୍ସ ଜାଲରେ ପଞ୍ଚାୟତ କାଯ୍ୟନିର୍ବାହୀ ଅଧିକାରୀ(PEO) । ସମ୍ବଲପୁର ଯୁଜୁମୁରା ଝାଙ୍କରପାଲି ପଞ୍ଚାୟତ କାଯ୍ୟନିର୍ବାହି ଅଧିକାରୀ ଅଚ୍ୟୁତାନନ୍ଦ ଖୁଣ୍ଟିଆଙ୍କ ଘରେ ଭିଜିଲାନ୍ସର ରେଡ (Vigilance Trap) । ବର୍ତ୍ତମାନ କୁଚିଣ୍ଡା ସ୍ଥିତ ତାଙ୍କ ବାସଭବନ ସମେତ ୩ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ଚଢ଼ାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହେବା ପରେ ସମ୍ବଲପୁର ଭିଜିଲାନ୍ସ (Sambalpur Vigilance) ପକ୍ଷରୁ ଆଜି ଏହି ଚଢାଉ କରାଯାଇଛି ।

ଆଜି ଏକାକାଳୀନ ଭାବେ କାଯ୍ୟନିର୍ବାହି ଅଧିକାରୀଙ୍କ ବାସଭବନ, ନିଜ ପୈତୃକ ଘର ସୁବର୍ଣ୍ଣପାଲି ସମେତ ଯୁଜୁମୁରା ବ୍ଳକର ପଞ୍ଚାୟତ ଅଫିସ କାର୍ଯ୍ୟାଳୟରେ ଭିଜିଲାନ୍ସ ପକ୍ଷରୁ ରେଡ ଜାରି ରହିଛି । ତେବେ ଏହି ଚଢ଼ାଉ ସମୟରେ ଭିଜିଲାନ୍ସର ତିନୋଟି ଟିମ ସାମିଲ ଥିବା ବେଳେ ଚଢାଉ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ରେକର୍ଡ ପତ୍ର ଭିଜିଲାନ୍ସ ହାତରେ ଲାଗିଥିବା ସୂଚନା ମିଳିଛି । ଏହି ରେଡ଼ରେ ୨ଜଣ ଡିଏସପି ଓ 3 ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.