ETV Bharat / city

ସମ୍ବଲପୁରରେ ହନୁମାନ ଜୟନ୍ତୀ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ

author img

By

Published : Apr 15, 2022, 8:02 AM IST

ଶାନ୍ତି ଶୃଙ୍ଖଳାର ସହ ପାଳନ ହୋଇଛି ହନୁମାନ ଜୟନ୍ତୀ । ସମ୍ବଲପୁର ଜିଲ୍ଲାପାଳ ଓ ଏସପି ନିଜେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସ୍ଥାନକୁ ଆସି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ । ଅଧିକ ପଢନ୍ତୁ

ସମ୍ବଲପୁରରେ ହନୁମାନ ଜୟନ୍ତୀ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ
ସମ୍ବଲପୁରରେ ହନୁମାନ ଜୟନ୍ତୀ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ

ସମ୍ବଲପୁର: ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହ ପାଳନ ହୋଇଛି ହନୁମାନ ଜୟନ୍ତୀ । ଏହି ପରିପ୍ରେକ୍ଷୀରେ ସମ୍ବଲପୁରରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଧୁମଧାମରେ ପାଳିତ ହୋଇଛି । ସକାଳୁ ସକାଳୁ ହନୁମାନ ମନ୍ଦିର ଗୁଡିକରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ବେଳେ ସନ୍ଧ୍ୟାରେ ବୃକସହିଲ ସ୍ଥିତ ହନୁମାନ ମନ୍ଦିରରେ ସମସ୍ତ ଆଖଡା ଦଳ ଆସି ମହା ଆଳତି ପରେ ଧ୍ବଜ ପୂଜା କରିଥିଲେ।

ସମ୍ବଲପୁରର ବୃକସ ହିଲ ସ୍ଥିତ ହନୁମାନ ମନ୍ଦିରରୁ ସଂନ୍ଧ୍ୟା ବେଳେ ମହାଆଳତି ସମ୍ପନ୍ନ ହେବା ପରେ ବିଭିନ୍ନ ସାଂସ୍କୃତିକ ଦଳ ନିଜର କଳା ପରିବେଷଣ କରିଥିଲା । ଏହାସହ ସଂସ୍କୃତିକ ଶୋଭାଯାତ୍ରାରେ ବାହାରିଥିଲେ । ଜିଲ୍ଲା ସ୍କୁଲ ଛକ ଠାରେ ସମସ୍ତ ଆଖଡା ଦଳ ଓ ସାଂସ୍କୃତିକ ଦଳ ସବୁ ଏକାଠି ହୋଇଥିଲେ। ଆଖଡା ଖେଳ ସହ ସଂସ୍କୃତିକ କାର୍ଯ୍ୟକ୍ରମର ମଜା ଉଠାଇ ଥିଲେ ଶ୍ରଦ୍ଧାଳୁ । ସମ୍ବଲପୁର ଜିଲ୍ଲାପାଳ ଓ ଏସପି ନିଜେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସ୍ଥାନକୁ ଆସି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ । ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ମଧ୍ୟ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

ସମ୍ବଲପୁରରୁ ବାଦଶାହ ଜୁଷ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.