ETV Bharat / city

ସମ୍ବଲପୁରରେ ଗାନ୍ଧୀ ଜୟନ୍ତୀ ପାଳିତ - ବିଜେଡିର ଜନସମ୍ପର୍କ ପଦଯାତ୍ରା

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମ୍ବଲପୁରରେ ପାଳିତ ହୋଇଯାଇଛି । ଏହି ଅବସରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଅଧିକ ପଢ଼ନ୍ତୁ

ସମ୍ବଲପୁରରେ ଗାନ୍ଧୀ ଜୟନ୍ତୀ ପାଳିତ
ସମ୍ବଲପୁରରେ ଗାନ୍ଧୀ ଜୟନ୍ତୀ ପାଳିତ
author img

By

Published : Oct 2, 2022, 11:01 PM IST

ସମ୍ବଲପୁର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମ୍ବଲପୁରରେ ପାଳିତ ହୋଇଯାଇଛି (Gandhi jayanti celebrated in Sambalpur) । ଏହି ଅବସରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥିଲା । ସମ୍ବଲପୁର ଭତରା ଠାରେ ରହିଛି ଭାରତର ଏକମାତ୍ର ଗାନ୍ଧୀ ମନ୍ଦିର । ଯେଉଁଠି ଭଗବାନଙ୍କ ବଦଳରେ ପୂଜା ପାଆନ୍ତି ଜାତିର ପିତା ମହାତ୍ମା ଗାନ୍ଧୀ (Gandhi jayanti) । 365 ଦିନ ଧରି ବର୍ଷ ତମାମ ଏଠାରେ ମହାତ୍ମା ଗାନ୍ଧୀଙ୍କ ପୂଜା କରାଯାଉଥିବାବେଳେ, ଆଜି ଗାନ୍ଧୀ ଜୟନ୍ତ୍ରୀ ଅବସରରେ ବହୁ ଲୋକଙ୍କ ଭିଡ଼ ଜମିଥିଲା ।

ସମ୍ବଲପୁରରେ ଗାନ୍ଧୀ ଜୟନ୍ତୀ ପାଳିତ

ସମ୍ବଲପୁର ଜିଲ୍ଲା ରେଢାଖୋଲର ତତ୍କାଳୀନ ବିଧାୟକ ସ୍ବର୍ଗତ ଅଭିମନ୍ୟୁ କୁମ୍ଭାର ୧୯୭୨ ମସିହାରେ ଏହି ଗାନ୍ଧୀ ମନ୍ଦିରରକୁ ସମ୍ବଲପୁର ସହରର ଭତରାଠାରେ ନିର୍ମାଣ କରିଥିଲେ । ୧୯୭୪ ମସିହାରେ ଓଡିଶାର ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଏହାକୁ ଉଦଘାଟନ କରିଥିଲେ । ସର୍ବଧର୍ମ ସମନ୍ବୟ ଓ ଅହିଂସାର ବାର୍ତ୍ତା ଦେଇଥାଏ ଏହି ମନ୍ଦିର। ଜାତି, ଧର୍ମ,ବର୍ଣ୍ଣ ନିର୍ବିଶେଷରେ ଅହିଂସାର ବାର୍ତ୍ତା ଦେଉଥିବା ଏହି ମନ୍ଦିରରେ ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏଥିପାଇଁ ସମ୍ବଲପୁର ଭତରା ଅଞ୍ଚଳରେ ଥିବା ଗାନ୍ଧୀଙ୍କ ମନ୍ଦିରରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ, ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସ ପ୍ରମୁଖ ଉପସ୍ଥିତ ରହି ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେ । ପରେ ଜାତୀୟ ପିତାଙ୍କ ସ୍ମୃତି ଚାରଣ କରିଥିଲେ। ଏହା ପରେ ପଦଯାତ୍ରା ଭତରା ଗାନ୍ଧୀ ମନ୍ଦିରରୁ ବାହାରି ସହର ପରିକ୍ରମା କରିଥିଲା ।

ଏହି ପଦଯାତ୍ରା ଗାନ୍ଧୀ ଜୟନ୍ତୀରୁ ଆରମ୍ଭ କରି ଜୟ ପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ ବୋଲି ବିଜେଡି କହିଛି । ସରକାଙ୍କ ବିକାଶମୂଳକ କାର୍ଯ୍ୟକୁ ଲୋକଙ୍କ ନିକଟକୁ ପହଞ୍ଚାଇବା ଏହି ପଦଯାତ୍ରାର ମୂଳ ଉଦେଶ୍ୟ । ଆଜିର ଏହି ପଦଯାତ୍ରାରେ ପୂର୍ବତନ ବିଧାୟିକା ଡା ରାସେଶ୍ଵରୀ ପାଣିଗ୍ରାହୀ ସହ ଦଳର ବିଭିନ୍ନ ପଦାଧିକାରୀ ଯୋଗଦେଇଥିଲେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.