ETV Bharat / city

ବୁର୍ଲା MCL କଲୋନୀରେ ଭୟାବହ ଅଗ୍ନିକାଣ୍ଡ

author img

By

Published : Aug 7, 2021, 8:36 AM IST

Updated : Aug 7, 2021, 9:45 AM IST

ବୁର୍ଲା ଏମସିଏଲର ଆନନ୍ଦବିହାର କଲୋନୀରେ ଅଗ୍ନିକାଣ୍ଡ । ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ....

ବୁର୍ଲା ଏମସିଏଲ କଲୋନୀରେ ଭୟାବହ ଅଗ୍ନିକାଣ୍ଡ
ବୁର୍ଲା ଏମସିଏଲ କଲୋନୀରେ ଭୟାବହ ଅଗ୍ନିକାଣ୍ଡ

ସମ୍ବଲପୁର: ବୁର୍ଲା ଏମସିଏଲର ଆନନ୍ଦବିହାର କଲୋନୀରେ ଅଗ୍ନିକାଣ୍ଡ। ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସୂଚନା ଅନୁସାରେ,ଶୁକ୍ରବାର ବିଳମ୍ବିତ ରାତିରେ ଏମସିଏଲ ଆନନ୍ଦ ବିହାରର ଏକ କ୍ଳବ ଘରେ ନିଆଁ ଲାଗିଥିଲା । ପରେ ଦମକଳ ବାହିନୀକୁ ଖବର ଦିଆଯାଇଥିଲା ।

ବୁର୍ଲା MCL କଲୋନୀରେ ଭୟାବହ ଅଗ୍ନିକାଣ୍ଡ

ବୁର୍ଲା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଦୀର୍ଘ ୪ ଘଣ୍ଟା ସମୟ ଲାଗିଥିଲା । ତେବେ ଏହି ଅଗ୍ନିକାଣ୍ତରେ କୈଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି । ତେବେ ନିଆଁ ଏତେ ଭୟଙ୍କର ହୋଇଥିଲା ଯେ ପୁରା କ୍ଳବ ହାଉସଟି ପୋଡି ଛାରଖାର ହୋଇଯାଇଥିଲା । ଏମସିଏଲ ପକ୍ଷରୁ ଏହି ନିଆଁ କିପରି ଲାଗିଲା ତାର ତଦନ୍ତ କରାଯିବ ବୋଲି ଜଣାପଡିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated : Aug 7, 2021, 9:45 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.