ETV Bharat / city

ଧାନ ବିକ୍ରିରେ କଟନୀ ଛଟନୀ: ସମ୍ବଲପୁର ଜିଲ୍ଲାରେ 7ଟି ମଣ୍ଡିରେ ଧାନ ବିକ୍ରି ବନ୍ଦ - ସମ୍ବଲପୁର ଜିଲ୍ଲାରେ ଧାନ ବିକ୍ରିରେ କଟନୀ ଛଟନୀ ଜାରି

ଧାନ ବିକ୍ରି ହୋଇନ ପାରି ଖୋଲା ଆକାଶ ତଳେ ପଡି ରହିଛି ଚାଷୀଙ୍କ ହଜାର ହଜାର କ୍ବିଣ୍ଟାଲ ଧାନ। ସମ୍ବଲପୁର ଜିଲ୍ଲାର 6 ଟି ଧାନ ମଣ୍ଡିରେ କଟନୀ ଛଟନୀ ସମସ୍ୟା ଯୋଗୁଁ 2 ଦିନ ହେଲା ଚାଷୀ ଙ୍କ ଧାନ ବିକ୍ରି ହୋଇନପାରି ଖୋଲା ଆକାଶ ତଳେ ପଡିରହିଛି। ଅଧିକ ପଢନ୍ତୁ

ଧାନ ବିକ୍ରିରେ କଟନୀ ଛଟନୀ
ଧାନ ବିକ୍ରିରେ କଟନୀ ଛଟନୀ
author img

By

Published : Dec 14, 2021, 8:27 PM IST

ସମ୍ବଲପୁର: ଧାନ ବିକ୍ରି ହୋଇ ନ ପାରି ଖୋଲା ଆକାଶ ତଳେ ପଡି ରହିଛି ଚାଷୀଙ୍କ ହଜାର ହଜାର କ୍ବିଣ୍ଟାଲ ଧାନ । ସମ୍ବଲପୁର ଜିଲ୍ଲା ର 6 ଟି ଧାନ ମଣ୍ଡିରେ କଟନୀ ଛଟନୀ ସମସ୍ୟା ଯୋଗୁଁ 2 ଦିନ ହେଲା ଚାଷୀ ଙ୍କ ଧାନ ବିକ୍ରି ହୋଇନପାରି ଖୋଲା ଆକାଶ ତଳେ ପଡିରହିଛି ।

ଧାନ ବିକ୍ରିରେ କଟନୀ ଛଟନୀ: ସମ୍ବଲପୁର ଜିଲ୍ଲାରେ 7 ଟି ମଣ୍ଡିରେ ଧାନ ବିକ୍ରି ବନ୍ଦ

ସମ୍ବଲପୁରରେ ବର୍ତ୍ତମାନ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଜାରି ରହିଥିବା ବେଳେ ଚାଷୀଙ୍କ ସମସ୍ୟା ଥମିବାର ନା ନେଉନାହିଁ। ଜିଲ୍ଲାର ଶାସନ, କୁକୁଡାପାଲି,ତାଳବ, କନଖିଣ୍ଡା,ବିଶାଳ ଖିଣ୍ଡା, ତବଲା, ପରମାନପୁର ଧାନ ମଣ୍ଡିରେ 15 ହଜାର କ୍ବିଣ୍ଟାଲ ଧାନ ବିକ୍ରି ପାଇଁ ଆସିଥିବା ବେଳେ ମିଲର ମାନଙ୍କ ମନ ମାନି କଟନୀ ଛଟନୀ ଯୋଗୁଁ ଚାଷୀଙ୍କ ଅସନ୍ତୋଷ ବଢିବାରେ ଲାଗିଛି। ଗୁଣବତ୍ତା ନାଁ ରେ କ୍ବିଣ୍ଟାଲ ପ୍ରତି 15 କେଜି ପର୍ଯ୍ୟନ୍ତ କଟନୀ ଛଟନୀ ହେଉଥିବା ଅଭିଯୋଗରେ ଚାଷୀ ମାନେ ମଣ୍ଡିରେ ଧାନ ବିକ୍ରି କରିନଥିଲେ ।

ଫଳରେ 2 ଦିନ ହେଲା ଧାନ ସଂଗ୍ରହ ପ୍ରକ୍ରିୟାରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏହି ସମସ୍ୟା ନେଇ ଆଜି ଜିଲ୍ଲା ପ୍ରଶାସନର ଯୋଗାଣ ବିଭାଗ ଅଧିକାରୀ, ଚାଷୀ ଓ ମିଲର ମାନଙ୍କୁ ନେଇ ଏକ ତ୍ରିପାକ୍ଷିକ ବୈଠକ ହୋଇଛି। ତେବେ ଏଥିରୁ କୌଣସି ନିର୍ଯ୍ୟାସ ବାହାରି ପାରିନି।

ଅନ୍ୟପଟେ ଏହି ସମସ୍ୟା ପାଇଁ ଚାଷୀ ମାନେ ରାଜ୍ୟ ସରକାରଙ୍କ ଧାନ କ୍ରୟ ନୀତିକୁ ଦାୟୀ କରିଛନ୍ତି। ଏଥିପାଇଁ ମିଲ ପରିବର୍ତ୍ତେ ସବୁ ମଣ୍ଡିରେ ଧାନ କ୍ରୟର ଭିତ୍ତିଭୂମି ବନ୍ଦୋବସ୍ତ କରିବାକୁ ଚାଷୀ ଦାବି କରିଛନ୍ତି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.