ETV Bharat / city

ସମ୍ବଲପରୁର ରେଳ ଷ୍ଟେସନରେ ସ୍ଥିତି ପରିଖିଲେ DRM ପ୍ରଦୀପ କୁମାର, ଖୁବଶୀଘ୍ର ଆରମ୍ଭ ହୋଇପାରେ ଉନ୍ନତିକରଣ କାର୍ଯ୍ୟ

author img

By

Published : Jul 25, 2021, 10:44 PM IST

ସମ୍ବଲପରୁର ରେଳ ଷ୍ଟେସନରେ ସ୍ଥିତି ପରଖିଛନ୍ତି DRM ପ୍ରଦୀପ କୁମାର । ବିଭିନ୍ନ କ୍ଷେତ୍ରରେ ଭିତ୍ତିଭୂମି ଉପରେ କଲେ ସମୀକ୍ଷା । ଖୁବଶୀଘ୍ର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହେବା ନେଇ ସୂଚନା । ଅଧିକ ପଢନ୍ତୁ...

ସମ୍ବଲପରୁର ରେଳ ଷ୍ଟେସନରେ ସ୍ଥିତି ପରିଖିଲେ DRM ପ୍ରଦୀପ କୁମାର, ଖୁବଶିଘ୍ର ଆରମ୍ଭ ହୋଇପାରେ ଉନ୍ନତିକରଣ କାର୍ଯ୍ୟ

ସମ୍ବଲପର: ଆଜି ସମ୍ବଲପୁର ମୁଖ୍ୟ ରେଳ ଷ୍ଟେସନ ପରିଦର୍ଶନ କରି ସ୍ଥିତି ନିରୀକ୍ଷଣ କରିଛନ୍ତି DRM ପ୍ରଦୀପ କୁମାର। ସମ୍ବଲପୁର ରେଳ ମଣ୍ଡଳର ବରିଷ୍ଠ ପଦାଧିକାରୀଙ୍କ ସହ ରେଳ ଷ୍ଟେସନ ବୁଲିବା ସହ ଭିତ୍ତିଭୂମି ନିରୀକ୍ଷଣ କରିଛନ୍ତି DRM। ଏହା ସହ ଆଗାମୀ ଦିନରେ ସମ୍ବଲପୁର ରେଳ ଷ୍ଟେସନରେ ବିଭିନ୍ନ ଉନ୍ନତିକରଣ ପାଇଁ ଶୀଘ୍ର ଯୋଜନା ପ୍ରସ୍ତୁତ ହେବ ବୋଲି ସେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

କୋଭିଡ କଟକଣା ମଧ୍ୟକରେ ମଧ୍ୟ ଚଳିତବର୍ଷ ମାଲ ପରିବହନ କ୍ଷେତ୍ରରେ ଅଭିବୃଦ୍ଧି ହୋଇଥିବା ସେ ସୂଚନା ଦେଇଛନ୍ତି। ଏହା ସହ 2021-22 ବର୍ଷରେ ମଧ୍ୟ ମାଲ ପରିବହନରେ ସମ୍ବଲପୁର ରେଳ ମଣ୍ଡଳ ନିଜର ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ସଫଳତା ପାଇବ ବୋଲି କହିଛନ୍ତି DRM।

ଆଗାମୀ ଦିନରେ ସମ୍ବଲପୁର ରେଳ ଷ୍ଟେସନରେ ଆହୁରି ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହେବ । ସ୍ବଳ୍ପ ମିଆଦୀ ଓ ଦୀର୍ଘ ମିଆଦୀ ଦୁଇ ପ୍ରକାରରେ ଉନ୍ନତିକରଣ ପ୍ରକଳ୍ପ ହାତକୁ ନିଆଯିବ । ଯାତ୍ରୀଙ୍କ ସୁବିଧା ପାଇଁ ଆହୁରି ଭିତ୍ତିଭୂମିର ବିକାଶ କରାଯିବ। ଏଥିପାଇଁ ଯଥାଶୀଘ୍ର ଯୋଜନା ପ୍ରସ୍ତୁତ ହେବ ଓ ଏହାର ସଫଳ ରୂପାୟନ ହେବ। ନୂଆ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ପୂର୍ବତଟ ରେଳବାଇର ଜେନେରାଲ ମ୍ୟାନେଜର ବିଦ୍ୟା ଭୂଷଣଙ୍କ ନିର୍ଦ୍ଦେଶ କ୍ରମେ ଆଗାମୀ ଦିନରେ ସମ୍ବଲପୁର ରେଳଷ୍ଟେସନ ତଥା ସମ୍ବଲପୁର ରେଳ ଡିଭିଜନରେ ବହୁ ଉନ୍ନତିକରଣ କାର୍ଯ୍ୟ ହାତକୁ ନିଆଯିବ ବୋଲି ସୂଚନା ଦେଇଛନ୍ତି ପ୍ରଦୀପ କୁମାର ।

ଅନ୍ୟପଟେ ଚଳିତ ବର୍ଷ ମିଳିଥିବା ପାଣ୍ଠି ଅନୁସାରେ ବଲାଙ୍ଗୀର-ଖୋର୍ଦ୍ଧା ରେଳ ଲାଇନ ପ୍ରକଳ୍ପ ଆହୁରି ଶୀଘ୍ର ଆଗେଇବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି। ଆଜି DRM ରେଳ ଷ୍ଟେସନ ନିରୀକ୍ଷଣ କରୁଥିବା ସମୟରେ ସମ୍ବଲପୁର ADRM ଓ ବ୍ରାଞ୍ଚ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

ସମ୍ବଲପରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.