ସମ୍ବଲପୁର: ଏସପି ଅଫିସ ଘେରିଲା ବିଜେପି ମହିଳା ମୋର୍ଚ୍ଚା । ଗତ 14 ତାରିଖରେ ଧମା ଥାନା ଅଞ୍ଚଳରେ ହୋଇଥିବା ନାବାଳିକା ଗଣଦୁଷ୍କର୍ମରେ ସଂଶ୍ଲିଷ୍ଟ ଥିବା ସମସ୍ତ ଅଭିଯୁକ୍ତକୁ ଗିରଫ କରିବା ଦାବିରେ ଏସପି ଅଫିସ ଘେରିଛି ବିଜେପି ମହିଳା ମୋର୍ଚ୍ଚା ।
ଏନେଇ ଆଜି ଏକ ଲିଖିତ ଦାବି ପତ୍ର ସମ୍ବଲପୁର ଏସପିଙ୍କୁ ପ୍ରଦାନ କରାଯାଇଛି । ଅନ୍ୟ 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଏଥିରେ ଦାବି କରାଯାଇଛି ।
ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇ ସରିଥିବା ବେଳେ ଜଣେ ମହିଳା ସମେତ ଆହୁରି 4 ଜଣଙ୍କୁ ପୋଲିସ ଗିରଫ କରୁ ନଥିବା ଅଭିଯୋଗ ହୋଇଛି ।
ସମ୍ବଲପୁରରୁ ବାଦଶାହ ଯୁସ୍ମନ ରଣା, ଇଟିଭି ଭାରତ