ସମ୍ବଲପୁର: ଶୀତ ଆସିବା ପରେ ସ୍ବାଭାବିକ ଭାବେ ଆସିଥାଏ ପର୍ଯ୍ୟଟନ ୠତୁ। ପ୍ରତ୍ୟେକ ପର୍ଯ୍ୟଟନ ସ୍ଥଳରେ ପର୍ଯ୍ୟଟକଙ୍କ ଭିଡ ବଢିଥାଏ । ପଶ୍ଚିମ ଓଡିଶାର ପ୍ରମୁଖ ଜିଲ୍ଲା ସମ୍ବଲପୁର ବଣ ଜଙ୍ଗଲରେ ପରିପୂର୍ଣ୍ଣ । ଏହି ଜିଲ୍ଲାରେ ରହିଛି ଦେବ୍ରିଗଗଡ ଅଭୟାରଣ୍ୟ (Debrigarh Wildlife Sanctuary) ।
ଏଠି ଏବେ ମଧ୍ୟ ଦ୍ବିଗୁଣିତ ହୋଇଛି ପର୍ଯ୍ୟଟକଙ୍କ ସଂଖ୍ୟା। ଏହା ସହ ଦେବ୍ରିଗଗଡକୁ ଲାଗି ରହିଥିବା ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହୋଇଥିବା ବୋଟିଂ ସେବା ମଧ୍ୟ ଏବେ ଦେଶ ତଥା ଦେଶ ବାହାରର ପର୍ଯ୍ୟଟକଙ୍କ ଭିଡ ଜମୁଛି। ବନ ବିଭାଗ ପକ୍ଷରୁ ମଧ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ଆଥିତେୟତା ଯୋଗାଇ ଦିଆଯାଉଛି ।
ଗୋଟିଏ ପଟେ ଘଞ୍ଚ ଅରଣ୍ୟର ଜଙ୍ଗଲ ସଫାରୀ ତ ଅନ୍ୟପଟେ ହୀରାକୁଦ ଜଳଭଣ୍ଡାର (Hirakud Dam) ର ବିସ୍ତୀର୍ଣ୍ଣ ଜଳ ରାଶି । ଜଳଭଣ୍ଡାର ମଧ୍ୟରେ ବୋଟିଂ ର ମଜା ନେବାକୁ ପ୍ରତ୍ୟେକ ଦିନ ଏଠାରେ ଜାମୁଛି ପର୍ଯ୍ୟଟକଙ୍କ ଭିଡ। ବିଶେଷ କରି ଶୀତ ଋତୁ ଆସିବା ପରେ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ଦ୍ବିଗୁଣିତ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଜଙ୍ଗଲ ସଫାରୀ, ବୋଟିଂ ସହ ହୀରାକୁଦ ଜଳଭଣ୍ଡାରକୁ ଆସୁଥିବା ଦେଶୀ ବିଦେଶୀ ପକ୍ଷୀଙ୍କ ଦେଖିବାର ମଜା ନେଉଛନ୍ତି ପର୍ଯ୍ୟଟକ । ଏହାସହ ହାତୀ ,ବାଘ, ମୟୂର, ହରିଣ, ବାରହା ପରି ଜଙ୍ଗଲି ଯିବ ଜନ୍ତୁ ଦେଖିବାର ମଜା ନେଉଛନ୍ତି ପର୍ଯ୍ୟଟକ। ଏଠାରେ ପର୍ଯ୍ୟଟକଙ୍କ ରହଣି ପାଇଁ କଟେଜର ବ୍ୟବସ୍ଥା ମଧ୍ୟ କରିଛି ବନ ବିଭାଗ। ଫଳରେ କାଏକିଙ୍ଗ ଓ ବାର୍ଡିଂର ମଜା ନେଉଛନ୍ତି ପର୍ଯ୍ୟଟକ।
ସମ୍ବଲପୁର ହୀରାକୁଦ ଡିଏଫଓ (Divisional Forest Officer) ଦେଇଥିବା ସୁଚନା ଅନୁସାରେ 2016 ପରେ ହୀରାକୁଦ ଓ ଦେବ୍ରିଗଡରେ Community Tourism ଉଲ୍ଲେଖନୀୟ ଉନ୍ନତି ହୋଇଛି। ଏଠାକୁ 18 ଟି ରାଜ୍ୟ ଓ 4 ଟି ଦେଶର ପର୍ଯ୍ୟଟକ ନିୟମିତ ଭାବେ ପ୍ରତ୍ୟେକ ବର୍ଷ ଆସୁଥିବା କହିଛନ୍ତି ଡିଏଫଓ। ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଚଳିତ ବର୍ଷ ଠାରୁ ହୀରାକୁଦରେ କ୍ରୁଜର ବ୍ୟବସ୍ଥା କରାଯିବା ସହ ହୀରାକୁଦ ଜଳଭଣ୍ଡାର ଭିତରେ ଥିବା ସନସେଟ ଆଇଲ୍ୟାଣ୍ଡ, କ୍ୟାଟେଲ ଆଇଲ୍ୟାଣ୍ଡ ଓ ବ୍ୟାଟ ଆଇଲ୍ୟାଣ୍ଡ ପରିଦର୍ଶନର ବ୍ୟବସ୍ଥା ହୋଇଛି । ଏହା ସହ ପର୍ଯ୍ୟଟକଙ୍କ ରହଣୀ ପାଇଁ ଅଧିକ ବ୍ୟବସ୍ଥା କରିବାକୁ ଚେଷ୍ଟା କରାଯାଉଛି ବୋଲି ଡିଏଫଓ ଅଂଶୁପ୍ରଜ୍ଞା ଦାସ କହିଛନ୍ତି।
ଶୀତ ଋତୁ ଆସିବା ପରେ ଦେବ୍ରିଗଗଡ ଓ ହୀରାକୁଦ ବଢିଛି ପର୍ଯ୍ୟଟକଙ୍କ ଭିଡ।ମୁଖ୍ୟତଃ ପ୍ରତ୍ୟେକ ବର୍ଷ ନଭେମ୍ବରରୁ ଫେବୃଆରୀ ପର୍ଯ୍ୟନ୍ତ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇ ଆସୁଛି। ଫଳରେ ବନ ବିଭାଗ ପର୍ଯ୍ୟଟଙ୍କ ସୁବିଧା ସୁଯୋଗ ଓ ଦେବ୍ରିଗଗଡର ସୌନ୍ଦର୍ଯ୍ୟ ସହ ବିକାଶକୁ ଜୋରଦାର କରିଛି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ