ସମ୍ବଲପୁର : ଆଜି ସମ୍ବଲପୁର ଠାରେ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ବାସଗୃହରେ ଅର୍ଥ ଜମାକାରୀ ସଂସ୍ଥା ସାହାରା ଇଣ୍ଡିଆର ଏକ ପ୍ରତିନିଧି ଦଳ ସାଂସଦଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛି । ମୁଖ୍ୟତଃ ସାହାରା ଇଣ୍ଡିଆ ଓ ସେବି ମାମଲାର ସମାଧାନ ୧୦ବର୍ଷ ହେଲା ହୋଇନଥିବାରୁ ଏହାଦ୍ୱାରା ଅର୍ଥ ଜମାକାରୀ ଓ ସାହାରା କର୍ମଚାରୀଙ୍କ ଉପରେ ଉପୁଜୁଥିବା ସମସ୍ୟା ନେଇ ପ୍ରତିନିଧି ଦଳ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି ।
ସାହାରାର ୨୪ହଜାର କୋଟି ଟଙ୍କା ସେବି ପାଖରେ ଜମା ପଡିଛି । ଅନ୍ୟପଟେ ୨୦୧୮ର ବାର୍ଷିକ ରିପୋର୍ଟରେ ସେବି ଏହି ଜମା ଟଙ୍କା ପାଇଁ ଦାବିଦାର ନଥିବା ଘୋଷଣା କରିଥିବାବେଳେ ସୁପ୍ରିମକୋର୍ଟର ନିର୍ଦ୍ଦେଶ କ୍ରମେ ଏହି ଟଙ୍କା ସୁଧ ସହ ସାହାରାକୁ ହସ୍ତାନ୍ତର ହେବା କଥା ବୋଲି ଏହି ପ୍ରତିନିଧି ଦଳ କହିଛି । ତେବେ ଏମିତି ନହେବାରୁ ସାହାରାର କର୍ମଚାରୀ ଓ ଜମାକାରୀ ଉଭୟ ଅସୁବିଧାରେ ପଡ଼ୁଛନ୍ତି ବୋଲି ପ୍ରତିନିଧି ଦଳ କହିଛି।ଏହା ସହ ସାହାରାର ସବୁ ସମ୍ପତ୍ତିରେ ଏମବାର୍କ ଲଗାଯାଇଥିବାରୁ ସମସ୍ୟା ଆହୁରି ବଢିଛି ବୋଲି ଏହି ପ୍ରତିନିଧି ଦଳ କହିଛି । ସାଂସଦ ଷ୍ଟାଣ୍ଡିଙ୍ଗ କମିଟିରେ ଏନେଇ ତଥ୍ୟ ରଖିବାକୁ ଦାବି କରିଛି ଦଳ ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ