ETV Bharat / city

ମଉଜ ନିଶା: ଆମ୍ବୁଲାନ୍ସକୁ ଡାକିଲେ, ବନ୍ଧୁକ ଦେଖାଇ 4 ଘଣ୍ଟା ବୁଲିଲେ - Attack on an ambulance driver

ଠେଲକୋଲି ଥାନା ଅଞ୍ଚଳରେ ଜଣେ ଆମ୍ବୁଲାନ୍ସ ଡ୍ରାଇଭରକୁ ଡାକି ବନ୍ଧୁକ ମୁନରେ ଧମକ ଦେଇ 4 ଘଣ୍ଟା ବୁଲିବା ସହ ମାଡମାରି ଆକ୍ରମଣ କରିଥିବା ଅଭିଯୋଗ । 2 ଜଣ ଗିରଫ । ଅଧିକ ପଢନ୍ତୁ...

Attack on an ambulance driver
ଲକ୍‌ଡାଉନ୍‌ରେ ମଉଜ ପାଇଁ ଆମ୍ବୁଲାନ୍ସକୁ କବଜା, ଦୁଇ ଗିରଫ
author img

By

Published : May 1, 2020, 6:35 PM IST

ସମ୍ବଲପୁର: ଠେଲକୋଲି ଥାନା ଅଞ୍ଚଳରେ ଜଣେ ଆମ୍ବୁଲାନ୍ସ ଡ୍ରାଇଭରକୁ ବନ୍ଧୁକ ମୁନରେ ମାଡ ମାରି ଆକ୍ରମଣ କରିଥିବା ଅଭିଯୋଗ । 2 ଜଣ ଗିରଫ । ଗିରଫ 2 ଜଣ ହେଲେ ଠେଲକୋଲି ଥାନାର ଲାଣ୍ଡୁପାଲି ଗାଁର ପ୍ରମୋଦ କୁମାର ବେହେରା ଓ ସମ୍ବଲପୁର ମୁଦିପଡାର ମୁକେଶ କରାଳି ।

ଲକଡାଉନରେ ମଉଜ ନିଶା: ଆମ୍ବୁଲାନ୍ସକୁ ଡାକିଲେ, ବନ୍ଧୁକ ଦେଖାଇ 4 ଘଣ୍ଟା ବୁଲିଲେ

ଏହି 2 ଜଣ ସୁରେଶ ମୁଣ୍ଡା ନାମକ ଜଣେ ଆମ୍ବୁଲାନ୍ସ ଡ୍ରାଇଭରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗତ 29 ତାରିଖରେ ଏହି 2 ଅଭିଯୁକ୍ତ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ହସ୍ପିଟାଲ ଯିବାର ଅଛି ବୋଲି କହି ଡକାଇଥିଲେ ଓ ଆମ୍ବୁଲାନ୍ସରେ ବସି ତାକୁ ବନ୍ଧୁକ ଦେଖାଇ 4 ଘଣ୍ଟା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନକୁ ବୁଲାଇ ନେବା ପାଇଁ ବାଧ୍ୟ କରିଥିଲେ ।

ଏହାସହ ଆମ୍ବୁଲାନ୍ସ ଭିତରେ ରହି ନିଶା ସେବନ କରିଥିଲେ ବୋଲି ଅଭିଯୋଗ ହୋଇଛି । ଆମ୍ବୁଲାନ୍ସ ଡ୍ରାଇଭର ରାତି 11 ଟା ପରେ ତାଙ୍କୁ ଆମ୍ବୁଲାନ୍ସରୁ ଓହ୍ଲାଇବାକୁ କହିବାରୁ ତାକୁ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି । ତେବେ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ଅନେକ ମାମଲା ରହିଥିବା ଜଣାପଡିଛି । ସେପଟେ ଏମାନଙ୍କ ଠାରୁ ଦେଶୀ ବନ୍ଧୁକ, କିଛି ଅଫୁଟା ଗୁଳି, ନଗଦ ଟଙ୍କା ଓ ମୋବାଇଲ ଜବତ ହୋଇଛି ।

ସମ୍ବଲପୁରରୁ ବାଦଶାହ ଯୁଶ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.