ETV Bharat / city

ବୁର୍ଲା ନାବାଳିକା ଗଣ ଦୁଷ୍କର୍ମ ଘଟଣା: ଜଣେ ମହିଳାଙ୍କ ସହ ୬ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

author img

By

Published : Aug 2, 2022, 7:35 PM IST

ବୁର୍ଲା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କ ସହ ଗଣ ଦୁଷ୍କର୍ମ ଘଟଣାରେ ଧରା ପଡ଼ିଲେ ୬ ଅଭିଯୁକ୍ତ । ଅଭିଯୁକଙ୍କ ମଧ୍ୟରେ ଜଣେ ମହିଳା ସାମିଲ ଥିବା ବେଳେ ସମସ୍ତଙ୍କୁ କୋର୍ଟ ଚାଲାଣ କିରିଛି ପୋଲିସ । ଅଧିକ ପଢ଼ନ୍ତୁ

ନାବାଳିକାଙ୍କୁ ନିଶା ଦେଇ ଗଣ ଦୁଷ୍କର୍ମ ଘଟଣା: ଜଣେ ମହିଳାଙ୍କ ସହ ୬ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ସମ୍ବଲପୁର: ବୁର୍ଲା ଥାନା ଅଞ୍ଚଳ ଅନ୍ତର୍ଗତ ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଘଟଣାରେ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ସାମିଲ ରହିଛନ୍ତି । ଗତ ଅଗଷ୍ଟ ୩୦ ତାରିଖରେ ନାବାଳିକାଙ୍କ ସହ ଗଣଦୁଷ୍କର୍ମ ହୋଇଥିଲା । ଏହାକୁ ନେଇ ହୀରାକୁଦ ପୋଲିସ SDPO ସୂଚନା ଦେଇଛନ୍ତି ।

ବୁର୍ଲା ଥାନା ଅଞ୍ଚଳରେ ଗତ ୩୦ ତାରିଖ ରାତି ୧୧ଟାରେ ଜଣେ ୧୬ ବର୍ଷିୟ ନାବାଳିକାଙ୍କ ସହ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ନାବାଳିକା ଝିଅକୁ ସୁଜାତା ଦାସ ନାମକ ଜଣେ ମହିଳା ସାଥିରେ ଧରି ବୁର୍ଲା ଥାନା କଟାପାଲି ନିକଟସ୍ଥ ଏକ ଢାବାକୁ ଖାଇବାକୁ ନେଇଥିଲେ । ଢାବା ନିକଟରେ ନାବାଳିକାଙ୍କ ଅମାନୁସିକ କାଣ୍ଡ କରିଥିଲେ ଦୁର୍ବୃତ୍ତ ।

ଢାବାରେ ପ୍ରଥମେ ନାବାଳିକାଙ୍କ ଖାଦ୍ୟରେ ନିଶା ଦିଆଯାଇଥିଲା । ଅଚେତ ହେବାପରେ ତାଙ୍କ ସହ ନାରକୀୟ କାଣ୍ଡ ଘଟାଇ ଥିଲେ ଦୁର୍ବୃତ୍ତ । ଅଭିଯୋଗ ଆଧାରରେ ବୁର୍ଲା ପୋଲିସ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା । ତେବେ ମଙ୍ଗଳବାର ଏହି ଘଟଣାରେ ୬ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଏକ କାର ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଆକାଶ ଦାସ, ମନୋଜ କଟା, ସନ୍ନ୍ୟାସୀ ପ୍ରଧାନ, ବିନୋଦ ଝରା, ଜଗଦୀଶ ମହାନନ୍ଦ ଓ ସୁଜାତା ଦାସ । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.