ETV Bharat / city

ହାଇଦ୍ରାବାଦରେ ଫସିଛନ୍ତି ରେଙ୍ଗାଲି ଯୁବତୀ, ମୃତ୍ୟୁ ସହ କରୁଛନ୍ତି ସଂଗ୍ରାମ - ଲକଡାଉନ ପାଇଁ ହାଇଦ୍ରାବାଦରେ ଫସିଛନ୍ତି ରେଙ୍ଗାଲିର ଯୁବତୀ

ଲକ ଡାଉନ ପାଇଁ ହାଇଦ୍ରାବାଦରେ ଫସିଛନ୍ତି ରେଙ୍ଗାଲିର ଯୁବତୀ । ଭୟଙ୍କର ରୋଗରେ ପୀଡିତ ହୋଇ ମୃତ୍ୟୁ ସହ କରୁଛନ୍ତି ସଂଗ୍ରାମ । ଅଧିକ ପଢନ୍ତୁ....

A young woman trapped in Hyderabad for a lockdown
ଲକଡାଉନ ପାଇଁ ହାଇଦ୍ରାବାଦରେ ଫସିଛନ୍ତି ରେଙ୍ଗାଲିର ଯୁବତୀ, ମୃତ୍ୟୁ ସହ କରୁଛନ୍ତି ସଂଗ୍ରାମ
author img

By

Published : May 9, 2020, 7:42 PM IST

ସମ୍ବଲପୁର: ଲକଡାଉନ ଯୋଗୁଁ ହାଇଦ୍ରାବାଦରେ ଫସି ରହିଥିବା ସମ୍ବଲପୁରର ଜଣେ ଯୁବତୀ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ସମ୍ବଲପୁର ରେଙ୍ଗାଲି ବ୍ଲକର ବଇଜାପାଲି ଗାଁର ସୂର୍ଯ୍ୟ ମାଝୀ ଦୀର୍ଘ 6 ମାସ ହେଲା ହାଇଦ୍ରାବାଦର ଏକ ସପିଂ ମଲରେ କାର୍ଯ୍ୟ କରିଆସୁଥିଲେ । ବିଗତ କିଛି ଦିନ ହେଲା ସେ ଭାବେ ଅସୁସ୍ଥ ହୋଇଯାଇଛନ୍ତି । ହେଲେ ,ଲକ ଡାଉନ ଯୋଗୁଁ ସେ ଘରକୁ ଫେରି ପାରୁ ନାହାଁନ୍ତି । ମିଳିଥିବା ସୂଚନା ଅନୁସାରେ ତାଙ୍କୁ କିଛି ଦିନ ତଳେ ହାଇଦ୍ରାବାଦର ଏକ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ହେଲେ , ସେଠାରେ ତାଙ୍କ ମୁଣ୍ଡରେ ଟ୍ୟୁମର ହୋଇ ପାଣି ଜମିଯାଇଥିବା ଡାକ୍ତର କହିଥିଲେ । ତେବେ ଏହି ରୋଗର ଚିକିତ୍ସା ପାଇଁ ବହୁତ ଖର୍ଚ୍ଚ ଆବଶ୍ୟକ ପଡ଼ୁଥିବାରୁ ତାଙ୍କୁ ହସ୍ପିଟାଲରୁ ଫେରାଇ ଅଣାଯାଇଥିଲା ।

ଲକଡାଉନ ପାଇଁ ହାଇଦ୍ରାବାଦରେ ଫସିଛନ୍ତି ରେଙ୍ଗାଲିର ଯୁବତୀ, ମୃତ୍ୟୁ ସହ କରୁଛନ୍ତି ସଂଗ୍ରାମ

ବର୍ତ୍ତମାନ ସେ କୁକଟପଲ୍ଲୀ ଅଞ୍ଚଳରେ ଭଡା ଘରେ ଚିକିତ୍ସା ନ ପାଇ ପଡି ରହିଛନ୍ତି । ଚିକିତ୍ସା ପାଇଁ ସ୍ଥାନୀୟ ସରକାର ସହାୟତା କରନ୍ତୁ ବୋଲି ସୂର୍ଯ୍ୟଙ୍କ ଦେଖାଶୁଣା କରୁଥିବା ଅନୁଗୋଳର ଜଣେ ଯୁବକ ଗୋବିନ୍ଦ କହିଛନ୍ତି। ଏପଟେ ଯୁବତୀଙ୍କ ଗାଁର ସ୍ଥାନୀୟ ସରପଞ୍ଚ ଯୁବତୀଙ୍କ ଚିକତ୍ସା ସରକାରଙ୍କ ତରଫରୁ କରାଯାଉ ବୋଲି ଅନୁରୋଧ କରିଛନ୍ତି ।

ସମ୍ବଲପୁରରୁ ବାଦଶାହା ଯୁଷ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.