ETV Bharat / city

ଫେକ ଆଇଡିରୁ ମେଲ୍‌ କରିବା ପଡିଲା ମହଙ୍ଗା, ବନ୍ଧାହେଲେ ଅଧ୍ୟାପକ - ବନ୍ଧାହେଲେ ଅଧ୍ୟାପକ

ସାଇବର ଅପରାଧ ଅଭିଯୋଗରେ ଅଧ୍ୟାପକ ଗିରଫ। ବନ୍ଧା ହେଲେ ୪୨୦ ଅଧ୍ୟାପକ । ଅଧିକ ପଢନ୍ତୁ...

ଫେକ ମେଲ ଆଇଡିରୁ ମେଲ କରିବା ପଡିଲା ମହଙ୍ଗା, ବନ୍ଧାହେଲେ ଅଧ୍ୟାପକ

author img

By

Published : Sep 17, 2021, 8:31 AM IST

ସମ୍ବଲପୁର: ବନ୍ଧା ହେଲେ ୪୨୦ ଅଧ୍ୟାପକ । ମହଙ୍ଗା ପଡିଲା ଉଚ୍ଚଶିକ୍ଷା ବିଭାଗର ନକଲି ମେଲ ଆଇଡିରୁ କଲେଜ ଅଧ୍ୟକ୍ଷାଙ୍କୁ ମେଲ କରିବା । ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଲେ ସମ୍ବଲପୁର ଜିଲ୍ଲାର ଡାକ୍ତର ଝସକେତନ ସାହୁ କଲେଜର ଅର୍ଥନିତୀ ବିଭାଗର ଅଧ୍ୟାପକ ପରେଶ ଭୋଇ |

ଫେକ ମେଲ ଆଇଡିରୁ ମେଲ କରିବା ପଡିଲା ମହଙ୍ଗା, ବନ୍ଧାହେଲେ ଅଧ୍ୟାପକ
ଫେକ ମେଲ ଆଇଡିରୁ ମେଲ କରିବା ପଡିଲା ମହଙ୍ଗା, ବନ୍ଧାହେଲେ ଅଧ୍ୟାପକ

ସୂଚନା ଅନୁସାରେ, ଡାକ୍ତର ଝସକେତନ ସାହୁ କଲେଜର ଅଧ୍ୟାପକ ପରେଶ ଗତ କିଛି ଦିନ ତଳେ ଉଚ୍ଚଶିକ୍ଷା ବିଭାଗ ନାଁରେ ଏକ ଫେକ ମେଲ ଖୋଲିଥିଲେ । କଲେଜରେ କିରାଣୀ ନିଯୁକ୍ତିରେ ଅନିୟମିତତା ନେଇ ଅଧ୍ୟକ୍ଷାକୁ ସେହି ମେଲ ଆଇଡିରୁ ପରେଶ କରିଥିଲେ ଫେକ ମେଲ । ପରେ ଏନେଇ କଲେଜ ଅଧ୍ୟକ୍ଷା ସନ୍ଧ୍ୟାରାଣୀ ମିଶ୍ର ଉଚ୍ଚଶିକ୍ଷା ବିଭାଗକୁ ସତ୍ୟତା ଜାଣିବା ନେଇ ଯୋଗାଯୋଗ କରିଥିଲେ ।

ଏନେଇ ଥାନାର ଦ୍ବାରସ୍ଥ ହୋଇଥିଲେ ଅଧ୍ୟକ୍ଷା । ପରେ ତନାଘନା ଆରମ୍ଭ କରିଥିଲା ସମ୍ବଲପୁର ସାଇବର୍ ଥାନା । ପ୍ରମାଣ ନଷ୍ଟ କରିବା ପାଇଁ ଅଭିଯୁକ୍ତ ଜଣକ ମେଲ ଗୁଡିକୁ ମଧ୍ୟ ପରେ ନଷ୍ଟ କରି ଦେଇଥିଲା । ଏହି ମାମଲାରେ ଅଧ୍ୟାପକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଛି ପୋଲିସ | ଏନେଇ ଅଧିକ ତଦନ୍ତ ମଧ୍ୟ ଜାରି ରହିଥିବା ସୂଚନା ମିଳିଛି।

ସମ୍ବଲପୁରରୁ ବାଦଶାହ ଯୁଷ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.