ETV Bharat / city

ସମ୍ବଲପୁର ଗଣଦୁଷ୍କର୍ମ ଘଟଣା: 20 ଦିନରେ ଚାର୍ଜସିଟ ଦାଖଲ - 4 arrested in gang rape case

ସମ୍ବଲପୁର ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣାରେ 4 ଜଣକୁ ଗିରଫ କରିଛି ପୋଲିସ । ଏଥିସହ 20 ଦିନ ଭିତରେ ଚାର୍ଜସିଟ ଦାଖଲ ହେବ ବୋଲି କହିଛନ୍ତି ସମ୍ବଲପୁର ଏସପି ।

4 arrested in sambalpur gang rape case
ସମ୍ବଲପୁର ଗଣଦୁଷ୍କର୍ମ ଘଟଣା, 4 ଗିରଫ
author img

By

Published : Dec 9, 2019, 6:43 PM IST

ସମ୍ବଲପୁର: ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣା । 4 ଜଣ ଅଭିଯୁକ୍ତକୁ ଗିରଫ କରିବା ସହ 20 ଦିନ ଭିତରେ ଦାଖଲ ହେବ ଚାର୍ଜସିଟ । ଏଥିସହ ମାମଲାରେ ପୋଲିସ ସ୍ପେସିଆଲ ପବ୍ଲିକ ପ୍ରସିକ୍ୟୁଟର ରଖିବ ବୋଲି ମଧ୍ୟ ସୂଚନା ଦେଇଛନ୍ତି ଏସପି ।

ସମ୍ବଲପୁର ଗଣଦୁଷ୍କର୍ମ ଘଟଣା, 4 ଗିରଫ

ସମ୍ବଲପୁର ଅଇଁଠାପାଲି ଗଣଦୁଷ୍କର୍ମ ଘଟଣାରେ ପୋଲିସ 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସମ୍ବଲପୁର ଏସପି କନୱର ବିଶାଳ ସିଂ । ପୀଡିତାଙ୍କ ବୟାନକୁ ଆଧାର କରି ଥାନାରେ ମାମଲା ରୁଜ୍ଜୁ ହୋଇଥିବା ବେଳେ ଡାକ୍ତର ମାଇନା ପରେ କୋର୍ଟଚାଲାଣ କରାଯିବ । ଏହି ଘଟଣାରେ ସମସ୍ତ ପ୍ରମାଣ ପୋଲିସ ସଂଗ୍ରହ କରିଥିବାବେଳେ ରେଡ଼ ଫ୍ଲାଗ ମାମଲା ଭାବେ ପୋଲିସ ଏହାକୁ ଗୁରୁତର ସହ ନେଇଛି । ତଦନ୍ତ ଟିମରେ ଜଣେ ଡିଏସପି ପାହ୍ୟାର ମହିଳା ପୋଲିସ ଅଧିକାରୀଙ୍କୁ ସାମିଲ କରାଯାଇଛି ।

ସମ୍ବଲପୁରରୁ ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ଅଇଁଠା ପାଲି ଥାନା ଅଞ୍ଚଳରେ ହୋଉଥିବା ମହିଳା ଙ୍କ ସହ ଗଣ ଦୁଷ୍କର୍ମ ମାମଲା ର ପର୍ଦା ଫାସ କରିଛି ସମ୍ବଲପୁର ପୋଲିସ।ଏହି ଘଟଣାରେ ପୋଲିସ 4 ଜଣକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଆଜି କୋର୍ଟ ଚାଲାଣ କରିଛି।

Body:ସମ୍ବଲପୁର ଅଇଁଠା ପାଲି ଡେଙ୍ଗସରଗି ଅଞ୍ଚଳରେ ହୋଇଥିବା ଗଣ ଦୁଷ୍କର୍ମ ମାମଲାରେ ପୋଲିସ 4 ଅଭିଯୁକ୍ତ ଙ୍କୁ ଗିରଫ କରିଥିବା ସମ୍ବଲପୁର ଏସ ପି କନବର ବିଶାଳ ସିଂ ସାମ୍ବାଦିକ ସମ୍ମିଳନୀରେ ରେ ସୂଚନା ଦେଇଛନ୍ତି। ଆଜି ସମ୍ବଲପୁର ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ ପିଡ଼ିତା ଙ୍କ ବୟାନ କୁ ଆଧାର କରି ଥାନାରେ ମାମଲା ରୁଜ୍ଜୁ ହୋଇଛି। ଅଭିଯୁକ୍ତ ଙ୍କ ଡାକ୍ତରୀ ମଇନା ପରେ କୋର୍ଟ ଚାଲାଣ ଜରାଯିବ। ଏହି ଘଟଣା ର ସବୁ ପ୍ରମାଣ ପୋଲିସ ସଂଗ୍ରହ କରିଛି। ଏହି ମାମଲାକୁ ରେଡ଼ ଫ୍ଲାଗ କେଶ ଭାବେ ପୋଲିସ ନେଇଛି ଓ ଏହି କେଶ ର ତଦନ୍ତକାରୀ ଅଧିକାରୀ ଜଣେ ଡି ଏସ ପି ରେଙ୍କ ର ମହିଳା ପୋଲିସ ଅଧିକାରୀ ଅଛନ୍ତି।

Conclusion:ଏହି ଘଟଣାର ଚାର୍ଜ ସିଟ 20 ଦିନ ଭିତରେ ଦାଖଲ ଜରାଯିବ ବୋଲି ଏସପି କହିଛନ୍ତି। ଏ ମାମଲାରେ ପୋଲିସ ସ୍ପେସିଆଲ ପବ୍ଲିକ ପ୍ରସିକ୍ୟୁଟର ରଖିବ ବୋଲି ଏସ ପି କହିଛନ୍ତି।

ବାଇଟ-1-ଡା କନବର ବିଶାଳ ସିଂ,ଏସପି,ସମ୍ବଲପୁର।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.