ସମ୍ବଲପୁର: ରାଜ୍ୟରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗୁରୁବାର ରାଜ୍ୟରେ ଚିହ୍ନଟ 51 ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସମ୍ବଲପୁରର 2 ପଜିଟିଭ ରହିଛନ୍ତି । ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନା । ଏହାକୁ ମିଶାଇ ବର୍ତ୍ତମାନ ଜିଲ୍ଲାରେ ମୋଟ କୋରୋନା ପଜିଟିଭ ସଂଖ୍ୟା 5ରେ ପହଞ୍ଚିଛି ।
ଚିହ୍ନଟ ହୋଇଥିବା 2 ରୋଗୀଙ୍କ ମଧ୍ୟରୁ ଜଣେ କ୍ବାରେଣ୍ଟିନ ସେଣ୍ଟରରେ ଥିବା ବେଳେ ଅନ୍ୟ ଜଣେ ନିଜ ଘରେ ସଙ୍ଗରୋଧରେ ରହୁଥିଲେ । ତେବେ ଏମାନଙ୍କ ପାଖରେ କୋରୋନାର କୌଣସି ଲକ୍ଷଣ ନଥିବା ଜିଲ୍ଲାପାଳ କହିଛନ୍ତି । ଆକ୍ରାନ୍ତ 2 ଜଣଙ୍କୁ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି ।
କୋରୋନାକୁ ନେଇ ସହରବାସୀଙ୍କୁ ଭୟଭୀତ ନହେବା ପାଇଁ କହିଛନ୍ତି ଜିଲ୍ଲାପାଳ । ଏହାସହ ସାମାଜିକ ଦୂରତ୍ବ ସହ ସ୍ବଚ୍ଛତା ବଜାୟ ରଖିବାକୁ ସେ ଅନୁରୋଧ କରିଛନ୍ତି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ