ETV Bharat / city

କପଡା ବାକ୍ସରେ ଗୁଳି ଫୁଟି ଯୁବତୀଙ୍କ ମୃତ୍ୟୁ - young lady died due to pistol accidental firing

ରାଉରକେଲା-ସୁନ୍ଦରଗଡ଼ ରାଣୀବଗିଚା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। କପଡା ବାକ୍ସ ଖୋଲିବା ବେଳେ ଗୁଳି ଫୁଟିବାରୁ ଯୁବତୀଙ୍କ ମୃତ୍ୟୁ ହୋଇଛି ।

rourkela
ଗୁଳି ଫୁଟି ଯୁବତୀଙ୍କ ମୃତ୍ୟୁ
author img

By

Published : May 1, 2020, 6:23 PM IST

ରାଉରକେଲା: କପଡା ବାକ୍ସ ଖୋଲିବା ବେଳେ ଗୁଳି ଫୁଟିବାରୁ ଯୁବତୀଙ୍କ ମୃତ୍ୟୁ ଅଭିଯୋଗ । ରାଉରକେଲା-ସୁନ୍ଦରଗଡ଼ ରାଣୀବଗିଚା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗତକାଲି(ଗୁରୁବାର) ରାତି ପ୍ରାୟ ୯ ଟା କହ୍ନେଇ ନାଗଙ୍କ ଘରେ ତାଙ୍କ 30 ବର୍ଷୀୟ ଝିଅ ରେଣୁକା କପଡା ବାକ୍ସ ଖୋଲି କପଡା ବାହାର କରିବା ସମୟରେ ବାକ୍ସ ଭିତରେ ଥିବା ପିସ୍ତଲ ଫୁଟି ଯିବାରୁ ଯୁବତୀଙ୍କ ମୃତ୍ୟୁ ହୋଇଛି।

ଗୁଳି ଫୁଟି ଯୁବତୀଙ୍କ ମୃତ୍ୟୁ

ଗୁଳି ଭରା ପିସ୍ତଲର ଟ୍ରିଗରରେ ହାତ ବାଜି ଯିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି । ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଏହି ଘଟଣାରେ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କପଡା ବାକ୍ସ ଭିତରେ ପିସ୍ତଲ କେଉଁଠୁ ଆସିଲା ସେନେଇ ତନାଘନା ଜାରି ରହିଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.