ETV Bharat / city

ଦେବଶିଳ୍ପୀଙ୍କ ଆଗମନରେ ଚଳଚଞ୍ଚଳ ଇସ୍ପାତ ନଗରୀ

author img

By

Published : Sep 18, 2019, 1:53 AM IST

ଦେବଶିଳ୍ପୀ ପ୍ରଭୁ ବିଶ୍ବାକର୍ମାଙ୍କ ପୂଜା ଧୂମଧାମରେ ପାଳିଛି ଇସ୍ପାତ ନଗରୀ ରାଉରକେଲା । ରାଉରକେଲା ଇସ୍ପାତ କାରଖାନା ସମେତ ସହରର ବିଭିନ୍ନ ସ୍ଥାନରେ ହୋଇଥିଲା ପୂଜାର୍ଚ୍ଚନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ଇସ୍ପାତ ନଗରୀ ରାଉରକେଲା ବିଶ୍ବକର୍ମା ପୂଜାକୁ ନେଇ ଉତ୍ସବମୁଖର ହୋଇ ଉଠିଛି। ରାଉରକେଲା ଇସ୍ପାତ କାରଖାନା ସହିତ କାରଖାନା ବାହାରେ ବନ୍ଧମୁଣ୍ଡା ତଥା ସହରର ଅନେକ ସ୍ଥାନରେ ମଙ୍ଗଳବାର ସକାଳୁ ପୂଜାର୍ଚ୍ଚନା ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

କଳକାରଖାନା ସହିତ ଖଣି ଖାଦାନ ତଥା ଟ୍ରାନ୍ସପୋର୍ଟ ଓ ରେଳର ବିଭିନ୍ନ କର୍ମଶାଳାରେ ଦେବଶିଳ୍ପୀ ବିଶ୍ବକର୍ମାଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ଏହାସହ ପୂଜା ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା ବିଭିନ୍ନ ପୂଜା ମଣ୍ଡପରେ । ବସଷ୍ଟାଣ୍ଡ, ଅଟୋ ଷ୍ଟାଣ୍ଡରେ ମଧ୍ୟ ପୂଜା କରାଯାଇଥିଲା। ବିଶ୍ବକର୍ମା ପୂଜା ଅବସରରେ ସହର ଚଳଚଞ୍ଚଳ ହେବା ସହ ବିଭିନ୍ନ ସ୍ଥାନରେ ମେଳା ଓ ମୀନା ବଜାରର ଆୟୋଜନ ହୋଇଛି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା- ଇସ୍ପାତ ନଗରୀ ରାଉରକେଲା ରେ ବିଶ୍ୱକର୍ମା ପୂଜା କୁ ନେଇ ପୁରା ସହର ଉତ୍ସବମୁଖର। ରାଉରକେଲା ଇସ୍ପାତ କାରଖାନା ସହିତ କାରଖାନା ବାହାର ରେ ବନ୍ଧମୁଣ୍ଡା ତଥା ସହର ର ଅନେକ ଭାଗ ରେ ଆଜି ସକାଳୁ ପୂଜା ଅର୍ଚ୍ଚନା ହୋଇଥିଲା।Body:କଲ କାରଖାନା ସହିତ ଖଣି ଖଦାନ ତଥା ଟ୍ରାନ୍ସପୋର୍ଟ ସହିତ ରେଳ ର ବିଭିନ୍ନ ୱର୍କ ଶୋପ ରେ ଆଜି ବିଶ୍ୱକର୍ମା ପୂଜା ର ବିଡ଼ ଦେଖା ଯାଇ ଥିଲା। ବସ ଷ୍ଟାଣ୍ଡ,ଆଟୋ ଷ୍ଟାଣ୍ଡ ରେ ମଧ୍ୟ ପୂଜା କରାଯାଇଥିଲା।Conclusion: ବିଶ୍ୱକର୍ମା ପୂଜା ଅବସର ରେ ସହର ଚାଲ ଚଂଚଳ ଦେଖା ଯାଇ ଥିଲା ତଥା କେତେକ ସ୍ଥାନ ରେ ମିନ ବଜାର ଲାଗି ଥିଲା।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.