ETV Bharat / city

ଅଚଳ ଏସି, 1ଘଣ୍ଟା ଧରି ଷ୍ଟେସନରେ ଅଟକି ରହିଲା ଟ୍ରେନ - ac

ପୁଣି ଥରେ ଏସି ନଚାଲିବାରୁ ରାଉରକେଲା ଷ୍ଟେସନରେ ଅଟକି ରହିଲା ଟ୍ରେନ । ପ୍ରଶାସନ ସଚେତନ ହେବାକୁ ଲୋକେ କରିଛନ୍ତି ଦାବି । ପ୍ରାୟ ଏକ ଘଣ୍ଟା ଧରି ଅଟକି ରହିଲା ଟ୍ରେନ। ଯାତ୍ରୀମାନେ କଲେ ଆନ୍ଦୋଳନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Jun 24, 2019, 2:53 AM IST

ରାଉରକେଲା: ଏସି କୋଚରେ ଟିକଟ କରି ବିନା ଏସିରେ ଯାତ୍ରା କରୁଛନ୍ତି ଯାତ୍ରୀ । ରେଳ ଯାତ୍ରୀଙ୍କ ପାଇଁ ଅଧିକ ସୁବିଧା ଦାବି ହୋଇଛି । ହେଲେ କିଛି ଦିନ ମଧ୍ୟରେ ସାଉଥ ବିହାର ଏକ୍ସପ୍ରେସ, ତପସ୍ୱିନୀ ଏକ୍ସପ୍ରେସ ସହିତ ବିଭିନ୍ନ ଟ୍ରେନରେ ଏସି କାମ ନ କରିବା ଯୋଗୁଁ ଯାତ୍ରୀ ମାନଙ୍କ ଦ୍ୱାରା ଟ୍ରେନ ଅଟକାଇ ହୋ ହାଲ୍ଲା କରିବା ଏକ ସାଧାରଣ ଘଟଣା ପାଲଟିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ସୂଚନାନୂଯାୟୀ, ରବିବାର ବିଳମ୍ବରେ ଚାଲୁଥିବା ଦୁର୍ଗ-ରାଜେନ୍ଦ୍ରନଗର ଏକ୍ସପ୍ରେସର ଏ-2 କୋଚର ଏସି କାମ କରୁନଥିଲା। ଏନେଇ ଯାତ୍ରୀ ମାନେ ରାଉରକେଲା ପହଞ୍ଚିବା ପରେ ହଙ୍ଗମା କରିଥିଲେ । ଯାହାକୁ ନେଇ ଏକ ଘଣ୍ଟା ଧରି ଷ୍ଟେସନରେ ଟ୍ରେନ ଅଟକ ରହିଥିଲା। ଯାତ୍ରୀ ମାନଙ୍କ କହିବାନୂଯାୟୀ, ସେମାନେ ଏସିର ଭଡା ଦେଇ ମଧ୍ୟ ଗରମରେ ଯାତ୍ରା କରିବା ପାଇଁ ବାଧ୍ୟ ହେଉଛନ୍ତି।

ଖବର ଦେବା ସତ୍ୱେ ଏସି ଠିକ କରିବା ପାଇଁ ଉଦ୍ୟମ ହୋଇ ନ ଥିବାରୁ ଯାତ୍ରୀମାନେ ଆନ୍ଦୋଳନ କରିଥିଲେ। ପରେ ଏସି ଠିକ କରାଯିବାପରେ ଟ୍ରେନ ଚାଲିଥିଲା। ତେବେ ଏହିଭଳି ଘଟଣା ଯେପରି ଆଗକୁ ନଘଟେ ଏଥି ପ୍ରତି ପ୍ରଶାସନ ସଚେତନ ହେବା ନିହାତି ଦରକାର ବୋଲି ଲୋକେ ଦାବି କରିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ଟ୍ରେନ ଯାତ୍ରୀ ମାନଙ୍କ ସୁବିଧା ବୃଦ୍ଧି କର ଯିବା ର ଦାବି କରୁଛି ରେଳ ବିଭାଗ।କିଛି ଦିନ ମଧ୍ୟ ରେ ସାଉଥ ବିହାର ଏକ୍ସପ୍ରେସ, ତାପସ୍ୱିନୀ ଏକ୍ସପ୍ରେସ ସହିତ ବିଭିନ୍ନ ଟ୍ରେନ ରେ ଏୟାରକୋଣ୍ଡିସନ କାମ ନ କରିବା ଯୋଗୁ ଯାତ୍ରୀ ମାନଙ୍କ ଦ୍ୱାରା ଟ୍ରେନ ଅଟକାଇ ହୋ ହଲଲ କରିବା ଗଯତ୍ନ ସ୍ପଷ୍ଟ କରୁଛି ଯେ ଯାତ୍ରୀ ସୁବିଧା କୁ ନେଇ ରେଳ ପ୍ରଶ୍ନ କେତେ ସତର୍କ ରହୁଛି।Body:ଆଜି ବିଳମ୍ବ ରେ ଚାଲୁଥିବା ଦୁର୍ଗ-ରାଜେନ୍ଦ୍ରନାଗର ଏକ୍ସପ୍ରେସ ର ଏସି କୋଚ ଏ-2 ର ଏସି କାମ କରୁ ନ ଥିଲା। ଯାତ୍ରୀ ମନେ ଟ୍ରେନ ରାଉରକେଲା ପହଂଚିବା ପରେ ହଙ୍ଗମା କରିଥିଲେ ତଥା 1 ଘଣ୍ଟା ଧରି ଟ୍ରେନ କୁ ଅଟକ ରଖି ଥିଲେ। ଯାତ୍ରୀ ମାନଙ୍କ କହିବାର ଥିଲା କି ସେମାନେ ଏସି ର ଭଡା ଦେଇ ମଧ୍ୟ ଗରମ ରେ ଜAଟ୍ର କରିବା ପାଇଁ ବାଧ୍ୟ ହେଉଛନ୍ତି। Conclusion:ଲୋକ ମାନେ ଖବର ଦେବା ସତ୍ୱେ ଏସି ଠିକ କରିବା ପାଇଁ ଉଦ୍ୟମ ହୋଇ ନ ଥିବାରୁ ଆଜି ଲୋକ ମାନେ ଆନ୍ଦୋଳନ କରିଥିଲେ।ପରେ ଏସି ଠିକ କରାଯିବ ପରେ ଟ୍ରେନ ଛାଡି ଥିଲା। ଏହି ଭଳି ଘଟଣା ପ୍ରତି ରେଳ ପ୍ରଶାସନ କୁ ସଚେତ ହେବ ଦରକାର ନଚେତ ଲୋକ ହଇରାଣ ହେଉ ଥିବେ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.