ETV Bharat / city

'ବିଗତ 10 ବର୍ଷ ଭିତରେ ଲୋକେ ମୋ କାମ ଦେଖିଛନ୍ତି'

‘ଲୋକେ ମୋର କାମ ଦେଖିଛନ୍ତି । ସମସ୍ତଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇଦେବା ମୋର ପ୍ରାଥମିକତା ରହିବ’ ଇଟିଭିକୁ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି ରଘୁନାଥପାଲ୍ଲୀର ବିଜେଡି ବିଧାୟକ ପ୍ରାର୍ଥୀ ସୁବ୍ରତ ତରାଇ ।

author img

By

Published : Mar 31, 2019, 10:04 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ରଘୁନାଥପାଲ୍ଲୀ ବିଧାନସଭା ଆସନରୁ ତୃତୀୟ ଥର ଲାଗି ବିଜେଡି ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ସୁବ୍ରତ ତରାଇ । ଦଳୀୟ ଅନ୍ତଃକନ୍ଦଳ ଏବଂ ନାନାଦି ଅଭିଯୋଗ ସତ୍ତ୍ବେ ସେ ଏଥର ମଧ୍ୟ ଟିକେଟ ହାତେଇବାକୁ ସକ୍ଷମ ହୋଇଛନ୍ତି । ଇଟିଭିର ପାଞ୍ଚଟି ପ୍ରଶ୍ନ ନେତାଙ୍କୁ କାର୍ଯ୍ୟକ୍ରମରେ ସାମିଲ ହୋଇ ସେ ରଖିଛନ୍ତି ନିଜର ପ୍ରତିକ୍ରିୟା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

‘ଦଳୀୟ ଭିତ୍ତିରେ ମୁଁ ବାଛ ବିଚାର କରେନାହିଁ । ସବୁ ଅଞ୍ଚଳରେ ସମାନ କାମ ହୋଇଛି । ବିଧାୟକ ପାଣ୍ଠି ଟଙ୍କା ଦଳୀୟ କାର୍ଯ୍ୟରେ ବ୍ୟବହାର ହୋଇଥିବା କଥା ମିଛ । ସେ ସବୁ ଅନୁଦାନ କେବଳ ରାସ୍ତା ନିର୍ମାଣ, ପାନୀୟ ଜଳ ବ୍ୟବସ୍ଥା ଇତ୍ୟାଦି କରିବା ଲାଗି ଖର୍ଚ୍ଚ ହୋଇଛି । ବିଗତ 10 ବର୍ଷ ଭିତରେ ଲୋକେ ମୋ କାମ ଦେଖିଛନ୍ତି ’। ଆମ ପ୍ରଶ୍ନର ଉତ୍ତରରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ସୁବ୍ରତ ତରାଇ ।

ପୁଣି ଜିତିବା ନେଇ ସେ ଆଶାବାଦୀ ଥିବାବେଳେ ଲୋକଙ୍କର ମୌଳିକ ସମସ୍ୟା ଦୂର କରିବା ତାଙ୍କର ପ୍ରାଥମିକତା ରହିବ ବୋଲି କହିଛନ୍ତି ସୁବ୍ରତ । ଅନ୍ୟପଟେ ତାଙ୍କ ଅଞ୍ଚଳର କିଛି ଭୋଟର ଚଳିତ ଥର ଭୋଟ ବର୍ଜନ କରୁଥିବା ନେଇ ସେ କହିଛନ୍ତି ଯେ, ‘ ଏହି ଅଞ୍ଚଳ ଗୁଡ଼ିକ ଶିଳ୍ପାଞ୍ଚଳ କ୍ଷେତ୍ର ମଧ୍ୟରେ ଆସୁଛି । ଯାହା କି ପୌରପାଳିକା କିମ୍ବା ପଞ୍ଚାୟତ ଅଧିନରେ ନାହିଁ । ତେଣୁ ଏଠାରେ ମୌଳିକ ସୁବିଧା ପହଞ୍ଚି ପାରୁନଥିବା ସେ ଯୁକ୍ତି ଦର୍ଶାଇଛନ୍ତି’ । ଏଥିସହ ଶୀଘ୍ର ଏଠିକାର ସମସ୍ୟା ଦୂର କରିବା ନେଇ ସେ ସ୍ଥାନୀୟ ଲୋକଙ୍କ ସହ କଥା ହୋଇଥିବା କହିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:Body:

jhsdkfhskjn

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.