ରାଉରକେଲା: କୂଅ ଭିତରୁ ଯୁବକର ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବିଭାଗ । ଘଟଣା ଘଟିଛି ନୂଆଗାଁ ବ୍ଲକ ପୁରୁଣାପାଣି ପଞ୍ଚାୟତରେ । ମୃତ ଯୁବକ ହେଲେ ଉକ୍ତ ପଞ୍ଚାୟତ ଗୀର୍ଜାଟୋଳିର 30 ବର୍ଷୀୟ ଆଶିଷ କୀର୍ତ୍ତି ।
ଆଶିଷ ଗତ ବୁଧବାର ଠାରୁ ନିଖୋଜ ଥିବାବେଳେ ରବିବାର ଏକ ମୃତଦେହ କୂଅ ଭିତରେ ଗ୍ରାମବାସୀ ଦେଖିବାକୁ ପାଇଥିଲେ । ଗ୍ରାମବାସୀ ଏନେଇ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ମୃତଦେହ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପଟେ ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଆଶିଷ ମଦ ପିଉଥିବା କହିଛନ୍ତି ଗ୍ରାମବାସୀ ।
ତେବେ ଆଶିଷ କୂଅରେ ଡେଇଁ ଆତ୍ମହତ୍ୟା କରିଛି ନା ତାକୁ କିଏ କୂଅକୁ ଠେଲିଛି ତାହାର ପ୍ରକୃତ ସତ୍ୟତା ବ୍ୟବଚ୍ଛେଦ ରିପୋର୍ଟ ଏବଂ ପୋଲିସର ତଦନ୍ତ ପରେ ଜଣାପଡିବ ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ