ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ପଞ୍ଚାୟତରେ ଜଣଙ୍କ ଘର ଉପରେ ତେନ୍ତୁଳି ଗଛ ପଡିଯିବାରୁ ଘର ସମ୍ପୂର୍ଣ ଭାବରେ ନଷ୍ଟ ହୋଇଯାଇଛି । ବାହୁଡ଼ା ବଡାଇକ ନାମକ ଜଣେ ବ୍ୟକ୍ତିଙ୍କ ଘର ଉପରେ ଏକ ବିରାଟକାୟ ତେନ୍ତୁଳି ଗଛର ଡାଳ ପଡିଯିବାରୁ ତାଙ୍କ ଗର ସମ୍ପୁର୍ଣ୍ଣ ନଷ୍ଟ ହୋଇଛି ।
ତେବେ ବାହୁଡ଼ା ବଡାଇକ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ ହୋଇଥିବାବେଳେ ସେମାନଙ୍କ କ୍ଷତିଗ୍ରସ୍ତ ଘର ପାଇଁ କିଛି ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି । ଗୁରୁବାର ଏହି ଘଟଣା ଘଟିଥିବା ଜଣାପଡିଛି । ତେବେ ଏହି ଘଟଣା ସମୟରେ ଘରେ କେହି ନଥିବାରୁ ସମସ୍ତେ ସୁରକ୍ଷିତ ରହିଛନ୍ତି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ