ETV Bharat / city

ନାବାଳିକା ଅପହରଣ ଘଟଣାକୁ ନେଇ ଥାନା ଘେରାଉ - ଥାନା ଘେରାଉ

ନାବାଳିକା ଅପହରଣ ମାମଲାର କାର୍ଯ୍ୟାନୁଷ୍ଠାନ ଦାବି କରି ରାଉରକେଲା ପ୍ଲାଣ୍ଟ ସାଇଟ ଥାନା ଘେରିଲେ ସ୍ଥାନୀୟବାସୀ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ରାଉରକେଲା
author img

By

Published : Jul 31, 2019, 11:42 PM IST

ରାଉରକେଲା: ପୁଣି ପୋଲିସ ବିରୋଧରେ ତାତିଲେ ଲୋକେ। ନାବାଳିକା ଅପହରଣ ମାମଲାର କାର୍ଯ୍ୟାନୁଷ୍ଠାନ ଦାବି କରି ରାଉରକେଲା ପ୍ଲାଣ୍ଟସାଇଟ ଥାନା ଘେରିଲେ ସ୍ଥାନୀୟବାସୀ। ଆଉ ସ୍ଥାନୀୟଲୋକଙ୍କୁ ସମର୍ଥନ କରି ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି ଅନେକ କଂଗ୍ରେସ କର୍ମୀଙ୍କ ସହ ଖୋଦ ପୂର୍ବ ବିରମିତ୍ରପୁର ବିଧାୟକ ଜର୍ଜ ତିର୍କୀ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ରାଉରକେଲା

ପାଖାପାଖି ମାସେ ପୂର୍ବରୁ ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ନାଲା ରୋଡ଼ ଅଞ୍ଚଳରୁ ଜଣେ ନାବାଳିକାକୁ ସେହି ଅଞ୍ଚଳର ଏମଡି ସଲିମ ଅନସାରି ନାମକ ଜଣେ ଟ୍ୟୁସନ ମାଷ୍ଟର ଅପହରଣ କରି ନେଇ ଯାଇଥିବା ପ୍ଲାଣ୍ଟସାଇଟ ଥାନାରେ ଅଭିଯୋଗ କରିଥିଲେ ନାବାଳିକାର ପରିବାର ଲୋକ ।

କିନ୍ତୁ ଘଟଣାକୁ ମାସେରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୋଲିସ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଯାହାକୁ ନେଇ ଆଜି ନାବାଳିକାର ପରିବାର ଲୋକ ଏବଂ ସ୍ଥାନୀୟ ଅଞ୍ଚଳର ବସ୍ତି ବାସିନ୍ଦା ପ୍ଲାଣ୍ଟସାଇଟ ଥାନା ଘେରାଉ କରିବା ସହ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ। ଏହାସହ ଅପହରଣକାରୀଙ୍କୁ ତୁରନ୍ତ ଗିରଫ କରିବା ସହ ନାବାଳିକାକୁ ଉଦ୍ଧାର କରିବା ପାଇଁ ଦାବି କରିଛନ୍ତି ବସ୍ତି ବାସୀ ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:
ରାଉରକେଲା: ପୁଣି ରାଉରକେଲା ପୋଲିସ ବିରୋଧରେ ତାତିଲେ ବସ୍ତିବାସୀ। ନାବାଳିକା ଅପହରଣ ମାମଲା ର କାର୍ଯ୍ୟାନୁଷ୍ଠାନ ଦାବି କରି ରାଉରକେଲା ପ୍ଲାଣ୍ଟସାଇଟ ଥାନା ଘେରିଲେ ବସ୍ତି ବାସି।Body: ବସ୍ତିବାସୀ ଙ୍କ ସହ ଥାନା ସମ୍ମୁଖରେ ଧାରଣାରେ ବସିଲେ ପୂର୍ବ ବିରମିତ୍ରପୁର ବିଧାୟକ ଜର୍ଜ ତିର୍କୀ ଏବଂ ସହିତ ଅନ୍ୟ କଂଗ୍ରେସ କର୍ମୀ। ପାଖାପାଖି ମାସେ ପୂର୍ବରୁ ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ନାଲା ରୋଡ଼ ଅଞ୍ଚଳରୁ ଜଣେ ନାବାଳିକା କୁ ସେହି ଅଞ୍ଚଳର ଏମଡି ସଲିମ ଅନସାରି ନାମକ ଜଣେ ଟ୍ୟୁସନ ମାଷ୍ଟର ଅପହରଣ କରି ନେଇଯାଇଥିବାର ପ୍ଲାଣ୍ଟସାଇଟ ଥାନାରେ ଅଭିଯୋଗ ଆଣିଥିଲେ ନାବଳିକାର ପରିବାର ଲୋକ । କିନ୍ତୁ ଘଟଣାକୁ ମାସେ ରୁ ଉର୍ଦ୍ଧ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୋଲିସ ତରଫରୁ ନିଆଯାଇନାହିଁ କୌଣସି କାର୍ଯ୍ୟାନୁଷ୍ଠାନ। ଯାହାକୁ ନେଇ ଆଜି ନାବଳିକାର ପରିବାର ଲୋକ ଏବଂ ସ୍ଥାନୀୟ ଅଞ୍ଚଳର ବସ୍ତି ବାସିନ୍ଦା ପ୍ଲାଣ୍ଟସାଇଟ ଥାନା ଘେରାଉ କରିବା ସହ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ। Conclusion:ତୁରନ୍ତ ଅପହରଣ କାରୀ କୁ ଗିରଫ କରିବା ସହ ନାବାଳିକା କୁ ଉଦ୍ଧାର କରିବା ପାଇଁ ଦାବି କରିଛନ୍ତି ବସ୍ତିବାସୀ।

Byte 1: ନାବାଳିକାର ପିତା
Byte 2: ଅନିଲ ପ୍ରଧାନ,iic, plantsite thana।
Byte 3: ଜର୍ଜ ତିର୍କୀ। ପୂର୍ବ ବିରମିତ୍ରପୁର ବିଧାୟକ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.