ETV Bharat / city

ରାଉରକେଲା IGH ସୁପରସ୍ପେଶାଲିଟି ହସ୍ପିଟାଲ ଉଦଘାଟନ କଲେ ରାଷ୍ଟ୍ରପତି

author img

By

Published : Mar 21, 2021, 4:55 PM IST

ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ପହଞ୍ଚି ସୁପରସ୍ପେଶାଲିଟି ହସ୍ପିଟାଲ ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଉରକେଲାରେ ରହୁଥିବା 6 ଲକ୍ଷ ଲୋକଙ୍କ ସମେତ ଏହି ଡାକ୍ତରଖାନା ସଂଲଗ୍ନ ଜିଲ୍ଲା ତଥା ପଡୋଶୀ ରାଜ୍ୟରେ ରହୁଥିବା ଲକ୍ଷ ଲକ୍ଷ ଲୋକଙ୍କୁ ମିଳିବ ସ୍ବାସ୍ଥ୍ୟ ସୁବିଧା । ଅଧିକ ପଢନ୍ତୁ...

ରାଉରକେଲା IGH ସୁପରସ୍ପେଶାଲିଟି ହସ୍ପିଟାଲ ଉଦଘାଟନ କଲେ ରାଷ୍ଟ୍ରପତି
ରାଉରକେଲା IGH ସୁପରସ୍ପେଶାଲିଟି ହସ୍ପିଟାଲ ଉଦଘାଟନ କଲେ ରାଷ୍ଟ୍ରପତି

ରାଉରକେଲା: ଉଦଘାଟିତ ହୋଇଛି ବହୁ ପ୍ରତିକ୍ଷିତ ରାଉରକେଲା IGH ସୁପରସ୍ପେଶାଲିଟି ହସ୍ପିଟାଲ । ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ପହଞ୍ଚି ସୁପରସ୍ପେଶାଲିଟି ହସ୍ପିଟାଲ ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଉଦଘାଟନୀ ସମାରୋହରେ ଉପସ୍ଥିତ ଥିଲେ ରାଜ୍ୟପାଳ ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରାଧାନ ଓ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ମଧ୍ୟ ଉପସ୍ଥିତ ଥିଲେ ।

ଏହି ହସ୍ପିଟାଲରେ ଅନେକ ସୁପର ସ୍ପେସିଆଲିଟି ସୁବିଧା ଏବଂ ଅତ୍ୟାଧୁନିକ ଯନ୍ତ୍ରପାତି ରହିଛି ଯାହା ଏହି ଅଞ୍ଚଳରେ ସ୍ବତନ୍ତ୍ର । ରାଉରକେଲାରେ ରହୁଥିବା 6 ଲକ୍ଷ ଲୋକଙ୍କ ସମେତ ଏହି ଡାକ୍ତରଖାନା ସଂଲଗ୍ନ ଜିଲ୍ଲା ତଥା ପଡୋଶୀ ରାଜ୍ୟରେ ରହୁଥିବା ଲକ୍ଷ ଲକ୍ଷ ଲୋକଙ୍କୁ ମିଳିବ ସ୍ବାସ୍ଥ୍ୟ ସୁବିଧା ।

200 ଶଯ୍ୟା ବିଶିଷ୍ଟ ଏହି ଡାକ୍ତରଖାନାରେ ସ୍ନାୟୁବିଜ୍ଞାନ, ନ୍ୟୁରୋ ସର୍ଜରୀ, କାର୍ଡିଓଲୋଜି ସମେତ ବିଭିନ୍ନ ରୋଗର ଚିକିତ୍ସା ପାଇଁ ସୁବିଧା ରହିଛି। ଅତ୍ୟାଧୁନିକ ୫ଟି ଅତ୍ୟାଧୁନିକ ଜ୍ଞାନକୌଶଳର ଅପରେସନ୍ ଥିଏଟର ରହିଛି । ପ୍ରାଇଭେଟ୍‌ ୱାର୍ଡ, ୩ ଟେଲ୍‌ସା ଏମଆରଆଇ, ସିଟି ସ୍କାନ୍, ଲ୍ୟାବ, ସିଆରଆରଟି ମେସିନ ରହିଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.