ETV Bharat / city

ପୁଣି ରଘୁନାଥପାଲ୍ଲୀରୁ ଲଢ଼ିବେ ସୁବ୍ରତ ତରାଇ, କର୍ମୀ ଉତ୍ସାହିତ

ରାଉରକେଲାରେ ସୁବ୍ରତ ତରାଇଙ୍କୁ ଜୋରଦାର ସ୍ବାଗତ । ରଘୁନାଥପାଲ୍ଲୀରୁ ପୁଣିଥରେ ବିଜେଡି ବିଧାୟକ ପ୍ରାର୍ଥୀ ହୋଇଛନ୍ତି ।

author img

By

Published : Mar 21, 2019, 11:33 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରଘୁନାଥପାଲ୍ଲୀ ଆସନ ଲାଗି ବର୍ତ୍ତମାନର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁବ୍ରତ ତରାଇଙ୍କୁ ପୁଣିଥରେ ପ୍ରାର୍ଥୀ କରିଛି ବିଜେଡି । ସେ ଆଜି ରାଉରକେଲା ପହଞ୍ଚିବା ପରେ ବିଜୁ ପଟ୍ଟନାୟକ ଛକ ଠାରେ ତାଙ୍କୁ ସମର୍ଥକ ମାନେ ଭବ୍ୟ ସ୍ବାଗତ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଏଠାରେ ପହଞ୍ଚିବା ପରେ ସେ ପ୍ରଥମେ ବିଜୁ ବାବୁଙ୍କ ପ୍ରତିମାରେ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ସମର୍ଥକ ମାନେ ଉତ୍ସାହିତ ହୋଇ ତାଙ୍କୁ ବିପୁଳ ସ୍ବାଗତ କରିଛନ୍ତି । ସୂଚନାଯୋଗ୍ୟ, ରଘୁନାଥପାଲ୍ଲୀ ଅଞ୍ଚଳରେ ଚଳିତ ଥର ସୁବ୍ରତ ତରାଇଙ୍କ ପ୍ରାର୍ଥୀତ୍ବକୁ ବିରୋଧ କରାଯାଇଥିଲା । ତେବେ ସୁପ୍ରିମୋ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ପୁଣିଥରେ ଟିକେଟ ଦେଇଛନ୍ତି ।

ଅନ୍ୟପଟେ ବିଜେଡି ପ୍ରାର୍ଥୀ ଆଶାୟୀ ଥିବା ପ୍ରଶାନ୍ତ ସେଠୀ ଗତକାଲି ଅସନ୍ତୋଷ ବ୍ୟକ୍ତକରି ବିଜେଡି ଛାଡିଛନ୍ତି । ତେବେ ଏହି ବିରୋଧକୁ କିଛି ସ୍ବାର୍ଥପର ଲୋକଙ୍କ କାମ ବୋଲି ସୁବ୍ରତ କହିଛନ୍ତି । ଏହାସହ ରଘୁନାଥପାଲ୍ଲୀ ଅଞ୍ଚଳରେ ହୋଇଥିବା ବିକାଶ କାର୍ଯ୍ୟକୁ ଆଧାର କରି ସେ ଭୋଟରଙ୍କ ପାଖକୁ ଯିବେ ବୋଲି ଜଣାଇଛନ୍ତି ।

ସେପଟେ ଏହି ଆସନରେ କଂଗ୍ରେସ କିମ୍ବା ବିଜେପି ଏଯାଏଁ ପ୍ରାର୍ଥୀ ଘୋଷଣା କରି ନାହାନ୍ତି । ଏଣୁ ସୁବ୍ରତ ତରାଇଙ୍କ ବିରୋଧରେ ବିଜେପି ଏବଂ କଂଗ୍ରେସ କାହାକୁ ମୈଦାନକୁ ଆଣିବେ ଏହା ଉପରେ ସମସ୍ତଙ୍କ ନଜର ।

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା- ରଘୁନାଥପଲ୍ଲୀ ର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁବ୍ରତ ତରାଇ ଆଜି ତୃତୀୟ ଥର ବିଜେଡ଼ି ର ପ୍ରାର୍ଥୀ ଘୋଷଣା ପରେ ରାଉରକେଲା ପହଂଚି ଥିଲେ। ବିଜୁ ପଟନାୟକ ଛକ ରେ ତାଙ୍କ ସମର୍ଥକ ମାନେ ଭବ୍ୟ ସ୍ୱାଗତ କରି ଥିଲେ। ଏଠାରେ ପହଂଚିବା ପରେ ସେ ବିଜୁ ବାବୁଙ୍କ ପ୍ରତିମା ଉପରେ ମାଲ୍ୟାର୍ପଣ କରି ଥିଲେ।

Body:ରଘୁନାଥପଲ୍ଲୀ ବିଧାନସଭା ଅଂଚଳ ରେ ବିଜୁ ପରିବାର ବ୍ୟାନର ତଳେ ସୁବ୍ରତ ତରାଇ ର ପ୍ରାର୍ଥୀତ୍ବ କୁ ବିରୋଧ କର ଯାଇ ଥିଲେ। ଅନ୍ୟ ପଟେ ପ୍ରାର୍ଥୀ ହେବାରୁ ବଂଚିତ ହେବ ପରେ ପ୍ରଶାନ୍ତ ସେଠି କାଲି ବିଜେଡି ଛାଡି ଥିଲେ। ଏହି ବିରୋଧ କୁ କିଛି ସ୍ୱାର୍ଥପର ଲକଙ୍କ କାମ ବୋଲି ସେ କହି ଥିଲେ। ସୁବ୍ରତ ତରାଇ କହି ଥିଲେ ରଘୁନାଥପଲ୍ଲୀ ଅଂଚଳ ରେ ବିକାଶ ର କାମ ହୋଇଛି ତଥା ତାକୁ ଆଧାର କରି ସେ ଭୋଟର ପାଖକୁ ଯିବେ।

Conclusion:ଏହି ସିଟ ରେ କଂଗ୍ରେସ କିମ୍ବା ବିଜେପି କିଏ ହେଲେ ପ୍ରାର୍ଥୀ ଘୋଷଣା କରି ନାହାନ୍ତି। ସୁବ୍ରତ ତରାଇ ବିରୋଧ ରେ ବିଜେପି ତଥା କଂଗ୍ରେସ କାହାକୁ ମୈଦାନ ରେ ଆଣିବ ତା ଉପରେ ସମସ୍ତଙ୍କ ନଜର।
ବାଇଟ- ସୁବ୍ରତ ତରାଇ, ବିଜେଡ଼ି ପ୍ରାର୍ଥୀ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.